ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ଗୋଳେଇପୁର ପଞ୍ଚାୟତ ମିର୍ଜାପୁର ଗାଁର ସେହି ଅବହେଳିତ ନିଷ୍ପେସିତ ପରିବାରର । ଭିନ୍ନକ୍ଷମ ଯୁବକ ଅଦୈତ ମଳିକଙ୍କ ଘର । ବାପା ମାଙ୍କ ଏକମାତ୍ର ପୁଅ ହେଲେ ଅଦୈତ୍ୟ, ବୟସ ୩୨ । ଭେଣ୍ଡିଆ ବୟସରେ ଭିନ୍ନକ୍ଷମ ହୋଇ ବେସାହାରା ହୋଇପଡିଛନ୍ତି । ପରିବାର ବୋଝ ମୁଣ୍ଡାଇବା ପରିବର୍ତ୍ତେ ନିଜେ ପରିବାର ବୋଝ ପାଲିଟି ଯାଇଛନ୍ତି
ଝିଅର କଷ୍ଟ ବୁଝି ପାରୁଛି ମାଆ । ହେଲେ, ସେ ଅସହାୟ, ଯନ୍ତ୍ରଣାରେ ଛଯପଟ ହେଉଥିବା ଝିଅ ପାଇଁ କିଛି କରିପାରୁନି । କାରଣ, ପାଖରେ ନାହିଁ ଟଙ୍କା। ଯାଜପୁର ଜିଲ୍ଲା ଦଶରଥପୁର ଆଖୁଆ ସାହିର ପ୍ରଲିପ୍ତା ରାଉତଙ୍କ ୩ ବର୍ଷର ଝିଅକୁ ହୋଇଛି ନ୍ୟୁରୋବ୍ଲାସ୍ମା କ୍ୟାନସର । ପ୍ରାଥମିକ ଚିକିତ୍ସା ପାଇଁ ଦରକାର ୩୦ ଲକ୍ଷ । ଅର୍ଥାଭାବରୁ ଗୋଟିଏ କେମୋରେ ଅଟକିଛି ଚିକିତ୍ସା । ଏବେ ସରକାରୀ ସହାୟତାକୁ ଅପେକ୍ଷା । ଆପଣ ବି ଚାହିଁଲେ, ଛୋଟ ଝିଅଟିର ଜୀବନ ବଞ୍ଚାଇବାରେ ସହଯୋଗ କରିପାରିବେ ।
ଏମିତି ଘଟଣା ଘଟିଛି, ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ଗୋଳେଇପୁର ପଞ୍ଚାୟତ ମିର୍ଜାପୁର ଗାଁରେ। ଭିନ୍ନକ୍ଷମ ଯୁବକ ଅଦୈତ ମଳିକଙ୍କ ଘର ଓ ପରିବାରର କରୁଣଭରା କାହାଣୀର ଚିତ୍ର ଯିଏ ଦେଖିବ ତା ଆଖିରେ ବି ଲୁହ ଆସିଯିବ। ବାପା ମାଙ୍କ ଏକମାତ୍ର ପୁଅ ଅଦୈତ କିନ୍ତୁ ସେ ଭିନ୍ନକ୍ଷମ। ଭେଣ୍ଡିଆ ବୟସରେ ଭିନ୍ନକ୍ଷମ ସାଜି ବେସାହାରା ହୋଇପଡିଛନ୍ତି ଅଦୈତ୍ୟ । ଏହି ବୟସରେ ସେ ପରିବାର ବୋଝ ମୁଣ୍ଡାଇବା ପରିବର୍ତ୍ତେ ନିଜେ ପାଲିଟିଯାଇଛନ୍ତି ପରିବାର ପାଇଁ ବୋଝ
ଯେଉଁମାନେ ଲେଖକ, ସେମାନେ ଉପନ୍ୟାସ ଲେଖିବା ପୂର୍ବରୁ ଓ ପରେ ଏଇ ଜୀବନ ନିକଟରେ ହିଁ ଋଣ ସ୍ୱୀକାର କରିବାକୁ ବାଧ୍ୟ। କିଏ କିପରି ଭାବରେ ଜୀବନକୁ ଅନୁଭବ କରିଛନ୍ତି, ସେ ଅନୁଭବକୁ ଉପନ୍ୟାସ ରୂପେ ଫୁଟାଇବାକୁ ଯାଇ କାହାଣୀର କାୟାରେ ଛନ୍ଦି ହୋଇଛନ୍ତି କି ଚରିତ୍ରମାନଙ୍କ ମାୟାରେ ବାନ୍ଧି ହୋଇଛନ୍ତି - ବିଭିନ୍ନ ସାକ୍ଷାତକାରରେ ଏ ବାବଦରେ ଭିନ୍ନ ଭିନ୍ନ ଲେଖକୀୟ ବୟାନ ଆମକୁ ବେଳେବେଳେ ଶୁଣିବାକୁ ମିଳିଥାଏ। ଏବେ ପୁଣି ଆହୁରି ଗୋଟିଏ ନୂଆ କଥାର ଚଳଣି ଆରମ୍ଭ ହୋଇସାରିଲାଣି - ଗୋଟିଏ ଗୋଟିଏ ଉପନ୍ୟାସର ସୁବର୍ଣ୍ଣ ଜୟନ୍ତୀ ପାଳନ।
ମୌସୁମୀ ବର୍ଷାର ନାଁ ଗନ୍ଧ ନଥିବା ବେଳେ ବିଲକୁ କେନାଲ ପାଣି ଯୋଗାଇବାର ବ୍ୟବସ୍ଥା ବି ନାହିଁ । ଚାଷୀଙ୍କ ପାଇଁ କେବଳ ଏଲ ଆଇ ପଏଣ୍ଟ ସାହା ଭରସା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଣି ପଞ୍ଚାୟତ ପକ୍ଷରୁ ପାଞ୍ଚଟି ପଏଣ୍ଟ ଖୋଲା ଯାଇଛି, ହେଲେ ଗୋଟିଏରୁ ବି ପାଣି ବାହାରୁନି ।
ଆସନ୍ତା ଅଗଷ୍ଟ ୪ ତାରିଖ ବୁଧବାରଠାରୁ ଖୋଲିବ ଯାଜପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ। ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲପାଳ ଚକ୍ରବର୍ତି ସିଂ ରାଠୋର। କୋଭିଡ କଟକଣାରେ ଶ୍ରଦ୍ଧାଳୁ ଦେବା ଦେବୀଙ୍କ ଦର୍ଶନ କରିବେ ବୋଲି ସୂଚନା ମିଳିଛି । ଦ୍ୱୀତିୟ ଲହର କରୋନା କଟକଣାରେ ମନ୍ଦିର ବନ୍ଦ ଥିବାରୁ ଶ୍ରଦ୍ଧାଳୁ ଙ୍କୁ ମନ୍ଦିର ବାରଣ କରାଯାଇ ଥିବାରୁ ମନ୍ଦିର ମଧ୍ୟକୁ ଭକ୍ତମାନେ ପ୍ରବେଶ କରିପାରୁନଥିଲେ
ତେବେ ମଲ, ଦୋକାନ ମାନଙ୍କରେ କୋଭିଡ଼୍ ନିୟମକୁ କଡାକଡି ପାଳନ କରାଯାଉଥିବା ବେଳେ ସରକାର ପୁଣିଥରେ ସେମାନଙ୍କ ପେଟପାଟଣା କଥାକୁ ବୁଝିପାରି ବ୍ୟବସାୟ ପାଇଁ ସୁଯୋଗ ଦେଇଥିବାରୁ ସେମାନେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ନଭେମ୍ବର ୯ ତାରିଖରେ ଯାଇଥିବା ଏହି ଭାଇରଲ ଇମେଲରେ ଲେଖାଯାଇଛି ଯେ, ଯଦି ମାସିକିଆ ଚାନ୍ଦା ଦିଆନଯାଏ ତେବେ ସ୍ଥାନୀୟ ପ୍ରଶାସନ, ସ୍ଥାନୀୟ ପୋଲିସ, ଲୋକାଲ ୟୁନିଅନ, ଆଞ୍ଚଳିକ ପ୍ରଦୂଷଣ ବିଭାଗ ଅଫିସରଙ୍କର ଆଦୌ ସହଯୋଗ ମିଳିବ ନାହିଁ। ତେଣୁ ଯଥାଶୀଘ୍ର ସେମାନଙ୍କର ମାସିକ ଚାନ୍ଦା ରିଲିଜ କରାଯାଉ।ଏପରିକି କାଳିଆପାଣି IIC ମଧ୍ୟ ଫୋନ କରି କାଳୀପୂଜା ଭେଟି ପାଇଁ ତାଗିଦ କରିଲେଣି ବୋଲି ଏଥିରେ ଉଲ୍ଲେଖ ରହିଛି।
ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଗୌରପୁର ପଞ୍ଚାୟତର ଜୁଗଳ ଗ୍ରାମରେ ଅଭାବନୀୟ ଘଟଣା। ସ୍ୱାମୀ ଓ ସ୍ତ୍ରୀ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି। ସ୍ତ୍ରୀ ଘର ଭିତରେ ଆତ୍ମହତ୍ୟା କରିଥିବା ବେଳେ ସ୍ୱାମୀ ଘର ବାହାରେ ଏକ ଗଛରେ ଆତ୍ମହତ୍ୟା କରିଛନ୍ତି। ସ୍ୱାମୀଙ୍କ ନାମ ସାନ୍ତନୁ ଜେନା ହୋଇଥିବା ବେଳେ ସ୍ତ୍ରୀଙ୍କ ନାମ ସବିତା ଜେନା ବୋଲି ଜଣାପଡ଼ିଛି।
ନିରାଡମ୍ବର ଜୀବନ ବିତାଉଛନ୍ତି ପୂର୍ବତନ ବିଧାୟକ । ନିଜର ସରଳ, ଅମାୟିକ, ନିଷ୍କପଟ ଓ ସରଳ ଜୀବନ ଶୈଳୀ ପାଇଁ ସେ ଚର୍ଚ୍ଚାରେ । ସାଇକେଲରେ ଯିବାଆସିବା କରିବା ସହ ବୟସର ଅପରାହ୍ନରେ ନିଜ ଗାଁରେ ଚାଳଛପର ଘରେ ଜୀବନ ଅତିବାହିତ କରୁଛନ୍ତି ।
ଖେଳକୁଦ ପ୍ରତି ରୁଚି ରଖୁଥିବା ପିଲାମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଇ ଭଲ ଆଥଲେଟ୍ ଭାବେ ଗଢିବାକୁ ପ୍ରୟାସ । ଏଭଳି ନିଆରା ଉଦ୍ୟମ କରୁଛନ୍ତି ଅନ୍ତର୍ଜାତୀୟ ସ୍ତରର ଆଥଲେଟ୍ ତଥା ସ୍ପ୍ରିଂଟ କୁଇନ ଦୂତି ଚାନ୍ଦଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ
ଚର୍ଚ୍ଚାରେ ଦୂତୀ ଚାନ୍ଦଙ୍କ ଭଉଣୀ ସରସ୍ୱତୀ ଚାନ୍ଦ। ଖେଳକୁଦ ପ୍ରତି ରୁଚି ରଖୁଥିବା ପିଲାମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଇ ଭଲ ଆଥଲେଟ୍ ଭାବେ ଗଢିବାକୁ ପ୍ରୟାସ
ଯାଜପୁର: ପୁଣି ଅଲୋଡ଼ା ଶିଶୁକନ୍ୟା। ଯାଜପୁର ଜିଲ୍ଲା କୁଆଖିଆଥାନା ଅନ୍ତର୍ଗତ ସୁଆଁସାହିରେ ଜାତୀୟ ରାଜପଥ କଡ଼ରୁ ଉଦ୍ଧାର ହୋଇଛି ନବଜାତ ଶିଶୁକନ୍ୟା। ଶିଶୁଟିକୁ କେହି ଏକ କପଡ଼ାରେ ଗୁଡାଇ ରାସ୍ତାକଡ଼ରେ ରଖି ଚାଲିଯାଇଥିଲା। ଗତକାଲି ଅପରାହ୍ନରେ ସ୍ଥାନୀୟ ଅଞ୍ଚଳରେ ଜଣେ ମହିଳା ଶିଶୁଟିକୁ ଦେଖି ଘରକୁ ନେଇ ଆସିଥିଲେ। ଶିଶୁର ମୁହଁରେ କପଡ଼ା ଗୁଡ଼ାଇ ହୋଇଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଜଣାପଡିଛି। ସୂଚନାଥାଉ କି, ମାର୍ଚ୍ଚ ୨୨ରେ ଅନୁଗୁଳ ପାଲଲହଡ଼ା ଶିଳିଆମୁଣ୍ଡା […]
ଯାଜପୁର: ଭୁଶୁଡ଼ିଲା କୋଟିଏ ଟଙ୍କାରେ ବିଶାଳ ସୁସଜ୍ଜିତ ମଞ୍ଚ। ବଲିଉଡ଼ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସଂଗୀତ ପରିବେଷଣ ପୂର୍ବରୁ ଦର୍ଶକ ହେଲେ ନିରାଶ। ଭୟରେ ଇତସ୍ତତ ହୋଇ ଦଉଡିଲେ ଲୋକେ। ତେବେ ଜାଣନ୍ତୁ ପୂରା ଘଟଣାଟି କ’ଣ… ଯାଜପୁର ପୌରପାଳିକାର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଲାଗି ବାଳାଶ୍ରମ ମୁକ୍ତାକାଶ ମଞ୍ଚରେ ତିଆରି ହୋଇଥିବା ତୋରଣ ଓ ମଞ୍ଚ ଗତକାଲି ଝଡ଼ ପବନରେ ଭୁଶୁଡ଼ି ପଡ଼ିଛି। ୯ ଦିନ ଧରି ଚାଲିଥିବା ଏହି ଉତ୍ସବର ଗତକାଲି ଉଦ୍ଯାପନୀ ଦିବସ […]
ଯାଜପୁର: ଅପପୁଷ୍ଟି ପାଇଁ କୁଖ୍ୟାତ ନଗଡ଼ା ପିଲା ଏବେ ଶିଶୁ ଶ୍ରମିକ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିଆପାଳ ପଞ୍ଚାୟତର ଚର୍ଚ୍ଚିତ ଗାଁ ନଗଡ଼ା। ଗତକାଲି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଏକ ଟାକ୍ସଫୋର୍ସ ଟିମ୍ ନଗଡ଼ା ଅଞ୍ଚଳରେ ଚଢାଉ କରିଥିଲା। ଚଢାଉରେ ସ୍ଥାନୀୟ କାଳିଆପାଣି ଥାନା ପୋଲିସ ମଧ୍ୟ ସାମିଲ ଥିଲା। ଟିମ୍ ଉଢାଉ କରି ଉପର ନଗଡ଼ା ଓ ତଳ ନଗଡ଼ାରୁ ୫ଜଣ ଶିଶୁ ଶ୍ରମିକ ଉଦ୍ଧାର […]
ପୁଅ ପାଇଁ ବଳିଦାନ ପରେ ଚିର ନିଦ୍ରାରେ ଶୋଇଛି ମାଆ। ସେ ଏମିତି ଅଫେରା ରାଇଜକୁ ଯାଇଛି ଯେ, ଆଉ ଫେରିବନି। ଆଉ ଏପଟେ ଏତେ କଅଁଳ ବୟସରୁ ସେ ଘଟଣା କଣ ସିନା ବୁଝିନି, ହେଲେ ମାଆକୁ ଖୋଜି ପାଇବାକୁ ଯେମିତି ଘୁରି ବୁଲୁଛି ତା କୁନି କୁନି ଆଖି। ବୟସ ମାତ୍ର ଦେଢ଼ ବର୍ଷ
ପୁଣି ଖାକିରେ ଲାଗିଲା କଳଙ୍କ, ଓଏପିଏଫ କର୍ମଚାରୀଙ୍କ ନାଁରେ ଲଭ ସେକ୍ସ ଧୋକା ଅଭିଯୋଗ ହୋଇଛି। ସୁରକ୍ଷା ଦାୟିତ୍ୱ ବହନ କରୁଥିବା ପୋଲିସ ବିଭାଗର ଜଣେ କର୍ମଚାରୀ ବିଧବା ମହିଳାଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ପୁଣି ଖାକିରେ ଲାଗିଲା କଳଙ୍କ, ଓଏପିଏଫ କର୍ମଚାରୀଙ୍କ ନାଁରେ ଲଭ ସେକ୍ସ ଧୋକା ଅଭିଯୋଗ ହୋଇଛି। ସୁରକ୍ଷା ଦାୟିତ୍ୱ ବହନ କରୁଥିବା ପୋଲିସ ବିଭାଗର ଜଣେ କର୍ମଚାରୀ ବିଧବା ମହିଳାଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଭଳି ଘଟଣା ଧର୍ମଶାଳା ଥାନା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି