• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱାମୀ-ସ୍ତ୍ରୀ କଳିକୁ ଡେଇଁଲେ ବାନ୍ଧବୀ । କେନ୍ଦ୍ରାପଡ଼ା ବିଜେଡ଼ି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀଙ୍କ ପାରିବାରିକ ବିବାଦର ସମାଧାନ ଏଯାଏଁ ହୋଇନାହିଁ । ହେଲେ ଉଭୟଙ୍କ ମଝିରେ ନାକ ଭର୍ତ୍ତି କରିବାକୁ ଆସିଗଲେ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳା । ବର୍ଷାଙ୍କୁ ଇଙ୍ଗିତ କରି ସେ ଫେସବୁକରେ ଏକ ଲେଖା ପୋଷ୍ଟ କରିଛନ୍ତି । ବର୍ଷା ପ୍ରିୟଦର୍ଶନୀଙ୍କ ନାଁ ନନେଇ ଏମିତି କିଛି ଲେଖିଛନ୍ତି ଯାହାକି ପରୋକ୍ଷ ନୁହେଁ ବରଂ ପ୍ରତ୍ୟେକ୍ଷ ଭାବରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ସ୍ପଷ୍ଟ ଜଣାପଡ଼ୁଛି । ତେବେ କେଉଁ ଉଦ୍ଦେଶ୍ୟରେ ଏହି ଲେଖାଯାଇଛି ତାହା ତ ଜାଗ୍ରତି ହିଁ କହିପାରିବେ।

ଜାଗ୍ରତିଙ୍କ ଲେଖାର ଅର୍ଥ ହେଉଛି, ମୁଁ ଜାଣିବାକୁ ପାଇଛି କି ଜଣେ ସାଂସଦଙ୍କ ପତ୍ନୀ ନିଜର ଅନେକ ସାର୍ଟିଫିକେଟ୍‌ରେ ନିଜ ସାଙ୍ଗିଆକୁ ଅଲଗା ଅଲଗା ଦର୍ଶାଇଛନ୍ତି । କେବଳ ସାର୍ଟିଫିକେଟ୍‌ରେ ନୁହେଁ ବରଂ ପାସପୋର୍ଟ, ପାନକାର୍ଡ, ବ୍ୟାଙ୍କ ପରି ଜରୁରୀ କାଗଜ ପତ୍ରରେ ମଧ୍ୟ ନାକୁ ଅଲଗା ଅଲଗା ରଖିଛନ୍ତି । ସେ କଣ କରିବାକୁ ଚାହୁଁଛନ୍ତି ? ଏହା କଣ ଏକ ବଡ଼ ଠକାମୀ ନୁହଁ କି? ଏନେଇ ତଦନ୍ତର ଆବଶ୍ୟକତା ରହିବା । ଏହା ସହ ବର୍ତ୍ତମାନ ସାଂସଦଙ୍କ ପତ୍ନୀଙ୍କୁ ମିଳୁଥିବା ସମସ୍ତଙ୍କ ସରକାରୀ ସୁବିଧା ପାଇବା ପାଇଁ ସେ ଯୋଗ୍ୟ କି ନୁହେଁ ସେନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ଜାଗ୍ରତି । ତେବେ ହଠାତ୍‌ କାହିଁକି ଜଣେ ସାଂସଦଙ୍କ ପତ୍ନୀଙ୍କ ସମ୍ପର୍କରେ ଏମିତି ତଥ୍ୟ ଜାଣିବାକୁ ଚାହିଁଲେ ଜାଗୃତି ତାହାକୁ ନେଇ ଏବେ ଅନେକ ପ୍ରକାର ଆଲୋଚନା ହେଉଛି ।

ତେବେ ଅନୁଭବ-ବର୍ଷାଙ୍କର ପାରିବାରିକ କଳହ ସମ୍ପର୍କରେ କାହାକୁ ଅଛପା ନାହିଁ । ଉଭୟ ଉଭୟଙ୍କ ନାଁରେ ଅନେକ ମାମଲା ରୁଜୁ କରିଛନ୍ତି ଯାହାକି ବର୍ତ୍ତମାନ କୋର୍ଟରେ ବିଚାରଧୀନ ରହିଛି । ତେବେ କିଛି ମାସ ପୂର୍ବରୁ ଅନୁଭବ ନିଜ ବାନ୍ଧବୀଙ୍କ ସହ ଅନେକ ଥର ରାତ୍ରୀ ଭୋଜନ କରୁଥିବାର ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ୍‌ ବି କରିଛନ୍ତି । ଯାହାକି ଶହଶହ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ଦେଖିଛନ୍ତି।

ଏପଟେ କିଛିଦିନ ତଳେ ଅନୁଭବ ମଧ୍ୟ ଲୋକସଭା ସଚିବଙ୍କୁ ଚିଠି ଲେଖି ବର୍ଷାଙ୍କୁ ସାଂସଦଙ୍କ ପତ୍ନୀଙ୍କୁ ମିଳୁଥିବା କୌଣସି ସୁବିଧା ନମିଳୁ ବୋଲି ଉଲ୍ଲେଖ କରିଥିଲେ । ଆଉ ଏବେ ଜାଗ୍ରତି ପରୋକ୍ଷରେ ବର୍ଷାଙ୍କୁ ଏମିତି ଟାର୍ଟେଟ କରିଥିବାରୁ ବିବାଦ ଘନେଇବାରେ ଲାଗିଛି । କିନ୍ତୁ ଏ ପୋଷ୍ଟ ଉପରେ ଅନୁଭବ କିମ୍ବା ବର୍ଷାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।