ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା। ଭାରତୀୟ ଷ୍ଟକ୍ ମାର୍କେଟରୁ ଫରେନ୍ ପୋର୍ଟଫୋଲିଓ ଇନଭେଷ୍ଟମେଣ୍ଟ ଶେୟାର୍ ବିକ୍ରି ବଢିଚାଲିଛି । ଏଥିରେ ହସ୍ତକ୍ଷେପ କରିପାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ।
ଡଲାର ତୁଳନାରେ ଆହୁରି ଦୁର୍ବଳ ହେଲା ଟଙ୍କା । ଡଲାର ପିଛା ଟଙ୍କାର ମୂଲ୍ୟ ୬୬ ପଇସା ହ୍ରାସ ପାଇଛି ।