/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651909638.jpg)
Rupee Slumps To Near Record Low Vs Us Dollar Today
ପୁଣି ବିଦେଶୀ ଭଣ୍ଡାରରେ ହ୍ରାସ । ଡଲାର ତୁଳନାରେ ଆହୁରି ଦୁର୍ବଳ ହେଲା ଟଙ୍କା । ପ୍ରଥମ ଥର ପାଇଁ ଚଳିତ ବର୍ଷରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଡଲାର ପିଛା ଟଙ୍କାର ମୂଲ୍ୟ ୬୬ ପଇସା ହ୍ରାସ ପାଇଛି । ଯାହା ଫଳରେ ପ୍ରତି ଆମେରିକୀୟ ଡଲାର ପିଛା ଟଙ୍କାର ମୂଲ୍ୟ ଏବେ ୭୬ ଟଙ୍କା ୯୨ ପଇସା ହୋଇଛି ।
ଆମେରୀକାରେ ଅନେକ ସଂଖ୍ୟକ ଭାରତୀୟ ରହିଥାନ୍ତି । ସେଠାରେ ରହୁଥିବା ଲୋକମାନେ ଭାରତରୁ ଟଙ୍କା ଦେଣନେଣ କରିଥାନ୍ତି । ଭାରତୀୟ ଟଙ୍କାକୁ ବିଦେଶରେ ଡଲାର୍ରେ ରୂପାନ୍ତର କରି ପ୍ରବାସୀ ଭାରତୀୟମାନେ ବ୍ୟବହାର କରିଥାନ୍ତି । ଏହାସହ ଷ୍ଟକ୍ ମାର୍କେଟ୍ରେ ପ୍ରତିଦିନ ଡଲାର୍ର ମୂଲ୍ୟରେ ପରିବର୍ତ୍ତନ କରାଯାଇଥାଏ । ଗତ ମାର୍ଚ୍ଚ ମାସରେ ମଧ୍ୟ ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି ଜାରିରହିଥିଲା । ଟଙ୍କାର ମୂଲ୍ୟ ଡଲାର ତୁଳନାରେ ୭୬ ଟଙ୍କା ୯୭ ପଇସାକୁ ଖସିଆସିଥିଲା । ତେବେ ଟଙ୍କା ଦୁର୍ବଳ ହେବା ଫଳରେ ବିଦେଶୀ ମୁଦ୍ରା ଭଣ୍ଡାର ୬ଶହ ବିଲିୟନ୍ ଡଲାରକୁ ଖସିଆସିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)