Advertisment

JEE Advanced Result : JEE ଆଡଭାନ୍ସଡ୍ ରେଜଲ୍ଟ ପ୍ରକାଶ, ରଜିତ ଗୁପ୍ତା ଟପ୍ପର

JEE ଆଡଭାନ୍ସଡ୍ ୨୦୨୫ ପରୀକ୍ଷା ଫଳ ପ୍ରକାଶ ପାଇଛି । jeeadv.ac.in ୱେବସାଇଟ ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ ଛାତ୍ରଛାତ୍ରୀ । ମୋଟ୍ ୫୪ ହଜାର ୩୭୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
JEE Advanced Results

JEE Advanced Results

ପ୍ରକାଶ ପାଇଲା JEE ଆଡଭାନ୍ସଡ୍ ରେଜଲ୍ଟ   । jeeadv.ac.in ୱେବସାଇଟ ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ ଛାତ୍ରଛାତ୍ରୀ । ପରୀକ୍ଷାରେ ମୋଟ୍ ୫୪ ହଜାର ୩୭୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ୧ ଲକ୍ଷ ୮୦ ହଜାର ୪୨୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଗତ ୧୮ ତାରିଖରେ JEE ଆଡଭାନ୍ସଡ୍ ୨୦୨୫ ପରୀକ୍ଷା ହୋଇଥିଲା ।  ଦୁଇଟି ପେପର (ପେପର ୧ ଓ ପେପର ୨) ମାଧ୍ୟମରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ ।

Advertisment

ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, IIIT ଦିଲ୍ଲୀ ଜୋନର ରଜିତ ଗୁପ୍ତା ଟପ୍ପର ହୋଇଛନ୍ତି । ୩୬୦ ମାର୍କରୁ ସେ ୩୩୨ ମାର୍କ ରଖି ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସେପଟେ IIIT ଖଡଗପୁର ଜୋନର ଦେବଦତ୍ତା ମାଝୀ ୩୬୦ରୁ ୩୧୦ ମାର୍କ ରଖି ଛାତ୍ରୀଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି । 

ସଫଳ ପରୀକ୍ଷାର୍ଥୀମାନେ ଜଏଣ୍ଟ ସିଟ୍ ଆଲୋକେସନ ଅଥୋରିଟି (JoSAA) ମାଧ୍ୟମରେ ହେଉଥିବା କାଉନସେଲିଂ ପ୍ରକ୍ରିୟାରେ ଭାଗ ନେଇ IIT ରେ ଆଡମିଶନ ପାଇଁ ଯୋଗ୍ୟ ବିବେଚିତ ହେବେ। ଆଉ ଯେଉଁ ଛାତ୍ରଛାତ୍ରୀମାନେ ଜେଇଇ ଆଡଭାନ୍ସରେ ଉତ୍ତୀର୍ଣ୍ଣ ହୋଇପାରି ନାହାନ୍ତି, ସେମାନେ JEE ମେନ୍ ୨୦୨୫ ସ୍କୋର ଆଧାରରେ NITs, IIITs ଏବଂ CFTIs ରେ ଆଡମିଶନ କରିପାରିବେ ।

Advertisment

ଅଧିକ ପଢନ୍ତୁ : ପ୍ରକାଶ ପାଇଲା ଯୁକ୍ତ ୨ ରେଜଲ୍ଟ

JEE Advanced Results NIT IIT
Advertisment
Related Articles
Advertisment