Advertisment

ହାଥରସ୍‌ରେ ଚାଞ୍ଚଲ୍ୟ, ସ୍କୁଲର ଉନ୍ନତି ପାଇଁ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ବଳି !

ପୋଲିସ୍‌ର ସୂଚନା ଅନୁସାରେ ଅଭିଯୁକ୍ତମାନେ ସେପ୍ଟେମ୍ବର ୬ରେ ବଳି ଦେବାକୁ ଯୋଜନା କରିଥିଲେ । କିନ୍ତୁ କୌଣସି କାରଣରୁ ଏଥିରେ ସେମାନେ ବିଫଳ ହୋଇଥିଲେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
‘Human sacrifice’

‘Human sacrifice’

ସ୍କୁଲର ଉନ୍ନତି ପାଇଁ ଦ୍ୱିତୀୟ ଶ୍ରେଣୀର ଛାତ୍ରଙ୍କୁ ଦିଆଗଲା ବଳି । ଏ ଖବର ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ ଏହା ସତ । ଏମିତି ବର୍ବର କାଣ୍ଡ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ହାଥରସ୍‌ ଜିଲ୍ଲାର ରସଗାଓଁରେ । ଏହି ଅଞ୍ଚଳରେ ଜଣେ ୭ ବର୍ଷର ନିରୀହ ଶିଶୁକୁ ଅତି ନର୍ମମ ଭାବରେ ହତ୍ୟା କରାଯାଇଥିଲା । ତାହା ପୁଣି ସ୍କୁଲ ପରିସରରେ । ଏହି ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ତେବେ ଏହି ମାମଲାରେ ପୋଲିସ ସମ୍ପୃକ୍ତ ସ୍କୁଲ ମ୍ୟାନେଜରଙ୍କ ସମେତ ୫ ଜଣ ଅଭିଯୁକ୍ତକୁ ଗିରଫ କରିଛି । ସୂଚନା ଅନୁସାରେ ସ୍କୁଲ ମାଲିକର ବାପା ଗୁଣି ଗାରେଡି ଉପରେ ବିଶ୍ୱାସ କରନ୍ତି । ତେଣୁ ସ୍କୁଲର ଉନ୍ନତି ପାଇ ସେ ବଳି ଦେବାକୁ ଚାହୁଁଥିଲେ ।

Advertisment

ପୋଲିସ୍‌ର ସୂଚନା ଅନୁସାରେ ଅଭିଯୁକ୍ତମାନେ ସେପ୍ଟେମ୍ବର ୬ରେ ବଳି ଦେବାକୁ ଯୋଜନା କରିଥିଲେ । କିନ୍ତୁ କୌଣସି କାରଣରୁ ଏଥିରେ ସେମାନେ ବିଫଳ ହୋଇଥିଲେ । ତେବେ ସେପ୍ଟେମ୍ବର ୨୨ରେ ଅଭିଯୁକ୍ତମାନେ ପୁର୍ନବାର ବିଦ୍ୟାଳୟ ନିକଟରେ ଥିବା ଏକ ଟ୍ୟୁବ୍‌ୱେଲ ନିକଟରେ ପୀଡ଼ିତଙ୍କୁ ବଳି ଦେବାକୁ ଯୋଜନା କରିଥିଲେ । ତେବେ ଯେତେବେଳେ ଦ୍ୱିତୀୟ ଶ୍ରେଣୀର ଜଣେ ଶିଶୁକୁ ସ୍କୁଲ୍‌ ହଷ୍ଟେଲ ରୁମରୁ ବାହାରକୁ ଆଣୁଥିଲେ, ସେତେବେଳେ ପିଲାଟି ନିଦରୁ ଉଠିଯାଇଥିଲା ଏବଂ ଚିତ୍କାର କରିଥିଲା । ଯାହାଫଳରେ ଅଭିଯୁକ୍ତମାନେ ଭୟଭୀତ ହୋଇ ଶିଶୁର ତଣ୍ଟି ଚିପି ହତ୍ୟା କରିଥିଲେ ।

ପୋଲିସ୍‌ ଏହି ଘଟଣାର ତଦନ୍ତ କରି ସ୍କୁଲ ପାଖରେ ଥିବା ନଳକୂପ ପାଖରୁ ଗୁଣି ଗାରେଡିରେ ବ୍ୟବହୃତ କିଛି ଜିନିଷ ପାଇଥିଲା । ଅନ୍ଧବିଶ୍ୱାସ ପାଇଁ ଏହି ହତ୍ୟା ହୋଇଛି ‍ବୋଲି ପୋଲିସ୍‌ ଅନୁମାନ କରୁଛି । ଏହି ହତ୍ୟାକାଣ୍ଡର ଉଦ୍ଦେଶ୍ୟ ହେଉଛି ଆର୍ଥିକ ସଙ୍କଟରେ ପଡିଥିବା ବିଦ୍ୟାଳୟର ଉନ୍ନତି । ଅଭିଯୁକ୍ତ ବିଶ୍ୱାସ କରୁଥିଲେ ଯେ ନରବଳି ଦେଲେ ବିଦ୍ୟାଳୟର ଉନ୍ନତି ହେବ ।

Advertisment

ପୂରା ଘଟଣା ବିଷୟରେ ବର୍ଣ୍ଣନା କରି ପୁଅର ବାପା କହିଛନ୍ତି, ‘ମୋ ପୁଅର ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର, ତୁରନ୍ତ ଆପଣ ଆସନ୍ତୁ ବୋଲି ସ୍କୁଲରୁ ଏକ ଫୋନ୍‌ କଲ୍‌ ପାଇଥିଲି । ମୁଁ ଯିବାବେଳେ ସେମାନେ ପୁନର୍ବାର ଫୋନ୍ କରି କହିଥିଲେ, ଶିଶୁର ଅବସ୍ଥା ବିଗିଡ଼ି ଯାଇଛି ଏବଂ ଆମେ ତାଙ୍କୁ ସାଦାବାଦକୁ ନେଉଛୁ । ଆମେ ଯେତେବେଳେ ସାଦାବାଦରେ ସେମାନଙ୍କୁ ଧରିଲୁ, ଦେଖିବାକୁ ପାଇଲୁ କି ତାଙ୍କ କାରରେ ଆମ ପୁଅର ମୃତଦେହ ଥିଲା ।’ ସେପଟେ ଏହି ଘଟଣାରେ ହାଥରାସ SP ନିପୁନ ଅଗ୍ରୱାଲ କହିଛନ୍ତି ଯେ, ଏହି ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି ।

Human Sacrifice Uttarpradesh
Advertisment
Advertisment