/odishatv-khabar/media/post_attachments/uploadimage/library/16_9/16_9_0/france_1756891092.jpg)
france
ରୁଷ୍ ଏବଂ ନାଟୋ ସହଯୋଗୀ ଦେଶ ମାନଙ୍କ ଭିତରେ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଏହାରି ଭିତରେ ୟୁରୋପ ସମ୍ଭାବ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଫ୍ରାନ୍ସ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ହସପିଟାଲ ଗୁଡିକୁ ୨୦୨୬ ସୁଦ୍ଧା ବଡ଼ ଯୁଦ୍ଧ ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ସେମାନଙ୍କୁ ଇଉରୋପ ସାରା ବିପୁଳ ସଂଖ୍ୟାରେ ଆହତ ସୈନିକମାନଙ୍କର ଯତ୍ନ ନେବାର ଆବଶ୍ୟକତା ପଡ଼ିପାରେ।
୧୮ ଜୁଲାଇରେ ଲେଖାଯାଇଥିବା ଏକ ଚିଠିରେ ମନ୍ତ୍ରଣାଳୟ ସମସ୍ତ ଆଞ୍ଚଳିକ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷମାନଙ୍କୁ "ବଡ଼ ମୁକାବିଲା" ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି, ଯେଉଁଥିରେ କୌଣସି ବଡ଼ ସଂଘର୍ଷ ସ୍ଥିତିରେ ଫ୍ରାନ୍ସ ଏବଂ ବିଦେଶୀ ସୈନିକମାନଙ୍କର ଯତ୍ନ ନେବାର ଆବଶ୍ୟକତାର ଆକଳନ କରାଯାଇଛି ।
ରିପୋର୍ଟ ଅନୁସାରେ ହସ୍ପିଟାଲମାନଙ୍କୁ ୧୦ରୁ ୧୮୦ ଦିନ ମଧ୍ୟରେ ହଜାର ହଜାର ସୈନିକଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚିଠିରେ କୁହାଯାଇଛି ଯେ ଫ୍ରାନ୍ସ ବସ୍ ଏବଂ ରେଲୱେ ଷ୍ଟେସନ, ବିମାନବନ୍ଦର ଏବଂ ବନ୍ଦର ନିକଟରେ ଚିକିତ୍ସା କେନ୍ଦ୍ର ସ୍ଥାପନ କରିବା ଉପରେ ମଧ୍ୟ ବିଚାର କରୁଛି ଯାହା ଦ୍ୱାରା ବିଦେଶୀ ସୈନିକମାନଙ୍କୁ ସେମାନଙ୍କ ଦେଶକୁ ଫେରାଇ ପଠାଯାଇପାରିବ।
ସ୍ୱାସ୍ଥ୍ୟ ମନ୍ତ୍ରୀ କାଥେରିନ ଭୌଟ୍ରିନ କହିଛନ୍ତି, କୌଣସି ଦେଶ ପାଇଁ ସଙ୍କଟ ଏବଂ ତାହାର ପରିଣାମକୁ ପୂର୍ବାନୁମାନ କରିବା ସମ୍ପୂର୍ଣ୍ଣ ସାଧାରଣ କଥା । ଏହା ପୂର୍ବାନୁମାନର ଏକ ଅଂଶ । ଏହା ଅନ୍ୟତମ ରଣନୈତିକ କାର୍ଯ୍ୟ । ଯେତେବେଳେ କୋଭିଡ-୧୯ ବ୍ୟାପିଥିଲା, ମୁଁ ପଦବୀରେ ନଥିଲି, କିନ୍ତୁ ଆମେ ଭୁଲି ନ ଯାଇ ଯେ ସେତେବେଳେ ଆମେ ଦେଶ କେତେ ଅପ୍ରସ୍ତୁତ ଥିଲା । ଆଉ ଆମେ କିଭଳି ପରିସ୍ଥିତିର ସାମନା କରିଥିଲୁ ।
ଫ୍ରାନ୍ସର ଯୁଦ୍ଧ ପ୍ରସ୍ତୁତି ପ୍ରୟାସ ୨୦ ପୃଷ୍ଠା ବିଶିଷ୍ଟ ସର୍ଭାଇଭାଲ ଗାଇଡ୍ସ ପ୍ରକାଶନ ପରଠୁ ଆରମ୍ଭ ହୋଇଛି । ସଶସ୍ତ୍ର ସଂଘର୍ଷ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ଜରୁରୀ ସ୍ଥିତିରୁ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ୬୩ଟି ଉପାୟ ଦିଆଯାଇଛି। ଏହି ଗାଇଡରେ ପାଣି, ଡବାବନ୍ଦ ଖାଦ୍ୟ, ବ୍ୟାଟେରୀ ଏବଂ ପ୍ରାଥମିକ ଚିକିତ୍ସା କିଟ୍ ସମେତ ଆବଶ୍ୟକୀୟ ସାମଗ୍ରୀର ତାଲିକା ଦିଆଯାଇଛି।
ନାଗରିକମାନଙ୍କୁ ବିଭିନ୍ନ ସଙ୍କଟ ପାଇଁ ପ୍ରସ୍ତୁତ ରହିବାରେ ସାହାଯ୍ୟ କରିବା ପାଇଁ ଏକ ମାନୁଆଲ ପ୍ରସ୍ତୁତ କରିଛି, ଯେଉଁଥିରେ ପରମାଣୁ ଆକ୍ରମଣର ମୁକାବିଲା ଏବଂ ସ୍ଥାନୀୟ ସେନା ବାହିନୀରେ ଯୋଗଦେବା ବିଷୟରେ ମାର୍ଗଦର୍ଶନ ଦିଆଯାଇଛି। ଏହି ମାନୁଆଲର ପ୍ରକାଶନ ପରେ ଏହା ଅନୁମାନ କରାଯାଉଛି ଯେ ଫ୍ରାନ୍ସ ଅସ୍ଥିର ଆନ୍ତର୍ଜାତୀୟ ସ୍ଥିତିର ଜବାବ ଦେଉଛି, କାରଣ ଫ୍ରାନ୍ସ ନିଜର ପ୍ରତିରକ୍ଷା ଖର୍ଚ୍ଚକୁ ବଢ଼ାଇଦେଇଛି ।
Donald Trump: ଭାରତ ଉପରେ କାହିଁକି ୫୦% ଟାରିଫ ଲଗାଇଲେ ଟ୍ରମ୍ପ? ଆମେରିକା ଅଧିକାରୀଙ୍କ ବଡ ଖୁଲାସା; ପ୍ରକୃତ କାରଣ ହେଉଛି....

Gen Z: କାର୍ଯ୍ୟସ୍ଥଳୀରେ ଏପରି ବ୍ୟବସ୍ଥା ଅଛି କି, ନଚେତ୍ ଆପଣଙ୍କ କମ୍ପାନୀ ଛାଡି ପାରନ୍ତି ଜେନ୍-ଜି କର୍ମଚାରୀ

Air India Express: ଉଡାଣ ପୂର୍ବରୁ ବିମାନରେ ଯାନ୍ତ୍ରିକ ତ୍ରୁଟି, ରନୱେରେ ଅଟକି ରହିଲା ବିମାନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)