ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିମ୍ନ ଅଦାଲତରେ ଜାମିନ ଖାରଜ ହେବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଅଗ୍ରାହ୍ୟ କରିବା ସହ ନିମ୍ନ ଅଦାଲତରେ ଆବେଦନ ଲାଗି କହିଥିଲେ।
ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥନାଙ୍କୁ ଆଶ୍ୱସ୍ତି । ଦିଲ୍ଲୀ ପୋଲିସ କମିଶନର ତଥା ଗୁଜୁରାଟର କ୍ୟାଡର ଆଇପିଏସ୍ ଅଧିକାରୀ ରାକେଶ ଆସ୍ଥାନାଙ୍କ ବିରୋଧରେ ବିଚାରାଧୀନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଏହି ଆବେଦନରେ ରାକେଶ ଆସ୍ଥାନାଙ୍କୁ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି ଏବଂ ତାଙ୍କ ସେବାରେ ଏକ ବର୍ଷ ବୃଦ୍ଧିକୁ ବେଆଇନ୍ କହି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ
ହାଇକୋର୍ଟ ଗଲା ସୌମ୍ୟ ମୃତ୍ୟୁ ମାମଲା। ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ହାଇକୋର୍ଟ ଯାଇଛି। ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର। ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା ଦାଏର କରାଯାଇଛି
ଓଡ଼ିଶା ହାଇକୋର୍ଟର ୪ ନୂଆ ବିଚାରପତିଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି। ଦୁଇ ଜଣ ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର, ମୃଗାଙ୍କ ଶେଖର ସାହୁ ବିଚାରପତି ଭାବେ ନିଯୁକ୍ତ ହେବେ । ସେହିଭଳି ଜୁଡ଼ିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ବି ବିଚାରପତି ଭାବେ ପ୍ରମୋଟ୍ ହୋଇଛନ୍ତି। ଏହି ୪ ଜଣ ବିଚାରପତିଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ କଲେଜିୟମ୍ ପକ୍ଷରୁ ମଂଜୁରୀ ମିଳିଛି।
ହାଇକୋର୍ଟର ୧୭ ବିଚାରପତିଙ୍କ ବଦଳି ନେଇ ସୁପାରିଶ। ସୁପ୍ରିମକୋର୍ଟ କଲେଜିୟମ କଲେ ସୁପାରିଶ। ଜଷ୍ଟିସ୍ ଜସବନ୍ତ ସିଂହ ପଞ୍ଜାବ-ହରିୟାଣା ହାଇକୋର୍ଟରୁ ଓଡିଶା ଆସିବେ। ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ର ଓଡିଶା ହାଇକୋର୍ଟରୁ ଉତ୍ତରାଖଣ୍ତ ଯିବେ। ଜଷ୍ଟିସ୍ ସୋମେନ୍ ସେନ୍ ଓ ଅରିନ୍ଦମ୍ ସିନ୍ହା ଓଡିଶା ହାଇକୋର୍ଟ ଆସିବେ।
ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟକା । ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ସିବିଆଇ ତଦନ୍ତ ପାଇଁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କୋର୍ଟ ଏସଆଇଟି ଟିମ୍ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପୀଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ।
ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା ଦାଏର । ୩ ଜଣଙ୍କ ପକ୍ଷରୁ ୩ଟି ପୃଥକ ପୃଥକ ରିଟ୍ ପିଟିସନ୍ ଦାଏର । ଭୁବନେଶ୍ୱର ପାଇଁ ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ରଙ୍କ ପିଟିସନ୍ ଦାଖଲ ।
ଜୀବନସାଥୀର ଇଚ୍ଛା ବିରୁଦ୍ଧରେ ଯୌନ ସମ୍ପର୍କ ରଖିବା ବୈବାହିକ ଦୁଷ୍କର୍ମ ବୋଲି କହିଛନ୍ତି କେରଳ ହାଇକୋର୍ଟ । ଛାଡ଼ପତ୍ର ମଞ୍ଜୁର କରିବାକୁ ଫ୍ୟାମିଲି କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ସଂପୃକ୍ତ ବ୍ୟକ୍ତି । ତେବେ ତାଙ୍କର ବ୍ୟକ୍ତିଙ୍କ ଦୁଇଟି ଆବେଦନକୁ ଖାରଜ କରି ଏପରି ଟିପ୍ପଣୀ ଦେଇଛନ୍ତି ।
୧୯ ବର୍ଷର ଯୁବକ ଓ ୨୧ ବର୍ଷୀୟ ଯୁବତୀ ଏକାଠି ରହିବା ପାଇଁ ଚାହୁଁଥିଲେ । କିନ୍ତୁ ଝିଅଙ୍କ ପରିବାର ପକ୍ଷରୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମୋହଲି ପୋଲିସରେ ମଧ୍ୟ ଆବେଦନ କରିଥିଲେ ୧୯ ବର୍ଷୀୟ ଯୁବକ । କାରଣ ପରିବାରର ପ୍ରତିଷ୍ଠା ଦୃଷ୍ଟିରୁ ଉଭୟଙ୍କୁ ମାରିବାକୁ ଧମକଚମକ ଦେଉଥିଲେ ଝିଅର ପରିବାର ଲୋକ । ଅନ୍ୟପଟେ ଆବେଦନକାରୀ ସାବାଳକ ହୋଇଥିଲେ ସୁଦ୍ଧା ବିବାହ ବୟସ ହୋଇନଥିବା ଦର୍ଶାଇଥିଲେ । ବିବାହ ବୟସ ହେବା ମାତ୍ରେ ଉଭୟେ ବିବାହ କରିବେ ବୋଲି ମଧ୍ୟ କହିଥିଲେ । ଏବେ କୋର୍ଟ ତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ଦମ୍ପତିଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।