Advertisment

High Court Judge: ଜଜ୍‌ଙ୍କ ଘରୁ ବିଡ଼ାବିଡ଼ା ଟଙ୍କା ମିଳିବା ଘଟଣା: ତଦନ୍ତ ପାଇଁ ଗଠନ ହେଲା ୩ ଜଣିଆ କମିଟି

ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କୁ କୌଣସି ନ୍ୟାୟିକ କାର୍ଯ୍ୟ ନ ଦେବାକୁ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏହି ଘଟଣାରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ରିପୋର୍ଟ, ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ଉତ୍ତର ଓ ଅନ୍ୟାନ୍ୟ ଦସ୍ତାବିତ ସୁପ୍ରିମକୋର୍ଟଙ୍କ ୱେବସାଇଟରେ ଅପଲୋଡ୍ କରାଯାଉଛି।

author-image
Tapaswini Nayak
delhihighcourtjudg

delhihighcourtjudg

ଦିଲ୍ଲୀ ହାଇକୋର୍ଟ ଜଜ୍‌ ଯଶବନ୍ତ ବର୍ମାଙ୍କ ବିରୋଧରେ ଜୋରସୋରରେ ଚାଲିଛି ତନାଘନା। ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ ପାଇଁ ଗଠନ ହୋଇଛି କମିଟି। ପ୍ରଧାନ ବିଚାରପତି ସଞ୍ଜୀବ ଖନ୍ନା ଏକ ତିନି ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି। ଏହି କମିଟିରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୀଲ ନାଗୁ, ହିମାଚଳ ପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଜିଏସ୍ ସନ୍ଧାୱାଲିଆ ଓ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଅନୁ ଶିବରମଣ ଅଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ନିଆଁ ଖୋଲିଦେଲା କି ନ୍ୟାୟାଧୀଶଙ୍କ କଳା ଗୁମର ? ଦିଲ୍ଲୀ ହାଇକୋର୍ଟ ଜଜ୍‌ଙ୍କ ଘରୁ ୧୫ କୋଟି କ୍ୟାସ୍ ସିଜ୍

ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କୁ କୌଣସି ନ୍ୟାୟିକ କାର୍ଯ୍ୟ ନ ଦେବାକୁ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏହି ଘଟଣାରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ରିପୋର୍ଟ, ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ଉତ୍ତର ଓ ଅନ୍ୟାନ୍ୟ ଦସ୍ତାବିତ ସୁପ୍ରିମକୋର୍ଟଙ୍କ ୱେବସାଇଟରେ ଅପଲୋଡ୍ କରାଯାଉଛି।

Advertisment

ଜଷ୍ଟିସ ବର୍ମାଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ନିଆଁ ଲିଭାଇବାକୁ ଯାଇଥିବା ବେଳେ ନଗଦ ୧୫ କୋଟିର କ୍ୟାସ ମିଳିଥିଲା। ଏହାପରେ ବିବାଦକୁ ଆସିଛନ୍ତି ଜଷ୍ଟିସ ବର୍ମା। ଜଣେ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆସିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ପ୍ରାଥମିକ ତଦନ୍ତ ପରେ ବିଚାରାଧୀନ ବିଚାରପତିଙ୍କଠାରୁ ଉତ୍ତର ଲୋଡ଼ି ଘଟଣାର ତଦନ୍ତ ପାଇଁ ତିନି ଜଣ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରି ଥାଆନ୍ତି।

ଅଧିକ ପଢ଼ନ୍ତୁ: କର୍ଣ୍ଣାଟକ ବିଧାନସଭାରେ ୧୮ ବିଜେପି ବିଧାୟକଙ୍କୁ ୬ ମାସ ସସପେଣ୍ଡ, ଟେକି ଟେକି ଆଣିଲେ

High Court Delhi High Court
Advertisment
Advertisment