ମହର୍ଷି ବେଦବ୍ୟାସ ଦେଇଥିବା ଜ୍ଞାନକୁ ଆଧାର କରି ଏହି ଗୁରୁ ପୂଜନ ପରମ୍ପରା ଚାଲି ଆସିଛି । ଶିକ୍ଷାର ଆଲୋକରେ ସମାଜକୁ ଆଲୋକିତ କରୁଥିବା ଗୁରୁମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଗୁରୁପୂର୍ଣ୍ଣିମା ଅବସରରେ ସମୂହ ଗୀତା ପାଠ ହୋଇଛି । ଆଉ ଏଥିରେ ପ୍ରାୟ ୧୦ ହଜାର ଲୋକ ଏକତ୍ରିତ ହୋଇ ଗୀତାପାଠ କରିଛନ୍ତି ।
ଗୁରୁଙ୍କ ମହତ୍ତ୍ୱକୁ ଉପଲବ୍ଧ କରିବା ପାଇଁ ପ୍ରତିବର୍ଷ ଆଷାଢ ମାସର ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଆଜି ସେହି ପବିତ୍ର ଦିନ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଏହି ପର୍ବ ବିଷୟରେ ଜାଣିନେବା।