/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721546200.jpg)
Guru Purnima
ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା । ଏହି ଅବସରରେ ବାଲେଶ୍ୱର ସରସ୍ୱତୀ ଶିଶୁ ମନ୍ଦିରରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ବନ୍ଦନା କରିବା ସହ ପୂଜା କରିଛନ୍ତି । ମହର୍ଷି ବେଦ ବ୍ୟାସଙ୍କ ଦ୍ୱାରା ସଂସାରକୁ ପ୍ରଦାନ କରାଯାଇଥିବା ଜ୍ଞାନ ଓ ଗୁରୁଙ୍କର ଶିଷ୍ୟ ଜୀବନ ପାଇଁ ଅବଦାନକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପାଳନ ହେଉଛି ଗୁରୁ ପୂର୍ଣ୍ଣିମା ।
ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ରାଜ୍ୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏ ଅବସରରେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରା ହେଉଛି ମହାନ । ଜଣେ ଛାତ୍ରର ଉଜ୍ୱଳ ଭବିଷ୍ୟତ ଗଢିବାରେ ଗୁରୁଙ୍କ ଅବଦାନ ଅତୁଳନୀୟ ।
ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ।
ଅଜ୍ଞାନ ରୂପକ ଅନ୍ଧାରକୁ ଦୂରୀଭୂତ କରି ନିଜର ଜ୍ଞାନର ଆଲୋକରେ ଆମ ଜୀବନକୁ ସରସ ସୁନ୍ଦର କରିବା ଏବଂ ଏକ ସୁସ୍ଥ ସମାଜ ଗଠନର ମୁଖ୍ୟ ପୁରୋଧା ସାଜିଥିବା ସମସ୍ତ ଜ୍ଞାନଦାତା ଗୁରୁଙ୍କୁ ମୋର କୋଟି କୋଟି ପ୍ରଣାମ। pic.twitter.com/tJ0vn5L3JK
— Mohan Charan Majhi (@MohanMOdisha) July 21, 2024
ମହର୍ଷି ବେଦବ୍ୟାସ ଦେଇଥିବା ଜ୍ଞାନକୁ ଆଧାର କରି ଏହି ଗୁରୁ ପୂଜନ ପରମ୍ପରା ଚାଲି ଆସିଛି । ଶିକ୍ଷାର ଆଲୋକରେ ସମାଜକୁ ଆଲୋକିତ କରୁଥିବା ଗୁରୁମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେପଟେ ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଗଙ୍ଗାନଦୀରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।
ବିହାର ପାଟନାର ଗଙ୍ଗା ନଦୀ କୂଳ ତଟରେ ବୁଡ଼ ପକାଇବା ସହ ମନ୍ଦିରରେ ଦର୍ଶନ କରି ଦିନ ଆରମ୍ଭ କରିଛନ୍ତି । ଶ୍ରାବଣ ମାସର ଏହି ତିଥିରେ ଶ୍ରଦ୍ଧାଳୁ ଗଙ୍ଗାନଦୀରେ ବୁଡ ପକାଇ ଗୁରୁପୂଜନ କରିଛନ୍ତି । ସେହିପରି ଉତ୍ତର ପ୍ରଦେଶର ଗୋରଖନାଥ ମନ୍ଦିର ଯାଇ ଗୁରୁ ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ।
ଏହି ଅବସରରେ ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରାକୁ ଅନନ୍ୟ କହିବା ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ସେହିପରି ପ୍ରୟାଗରାଜ, ବାରଣାସୀରେ ବି ଶ୍ରଦ୍ଧାଳୁ ଗଙ୍ଗାନଦୀରେ ବୁଡ ପକାଇବା ସହ ମନ୍ଦିରରେ ଭଗବାନଙ୍କ ଦର୍ଶନ ସହ ଗୁରୁ ପୂଜନ କରିଛନ୍ତି । ସେପଟେ ଗୁଜରାଟର ଭାବନଗରରେ ଗୁରୁ ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ । ଭାବନଗରର ବାଗଡାନା ସୀତାରାମ ମନ୍ଦିର ଯାଇ ଗୁରୁ ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)