/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688460487.jpg)
Bhagavad Gita
ଆଜିର ଯୁବ ସମାଜ ଧୀରେ ଧୀରେ ଆଧୁନିକତା ଆଡ଼କୁ ମୁହାଁଉଛି । ଫଳରେ ଆମ କଳା ଓ ସଂସ୍କୃତି ଲୁଚି ଯାଉଥିବା ଭଳି ଅଭିଯୋଗ ଅନେକ ଥର ହୋଇଛି । ଆମ ଓଡ଼ିଶା ଓ ଭାରତର କିଛି ସଂସ୍କୃତିକୁ ନେଇ ପୂର୍ବରୁ ଅନେକ କଥା ଦେଖିବାକୁ ମିଳିଛି । ଏମିତି କି ବିଦେଶରେ ଆମର ପରମ୍ପରାର ଝଲକ୍ ଅନେକଙ୍କୁ ପସନ୍ଦ ଆସିଥିବାବେଳେ ପ୍ରଶଂସିତ ମଧ୍ୟ ହୋଇଛି ।
ହେଲେ ଏବେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣ ଜାଣିଲେ ନିଶ୍ଚୟ ଖୁସି ହେବେ । କାରଣ ଆମର ଗୁରୁପୂର୍ଣ୍ଣିମା ଅବସରରେ ହୋଇଛି ସମୂହ ଗୀତା ପାଠ । ଏଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି ଆମେରିକାରେ। ଆଉ ଏଥିରେ ପ୍ରାୟ ୧୦ ହଜାର ଲୋକ ଏକତ୍ରିତ ହୋଇ ଗୀତାପାଠ କରିଛନ୍ତି । ସୂଚନା ମୁତାବକ ଗତ ସୋମବାର ଦିନ ଗୁରୁପୂର୍ଣ୍ଣିମା ଥିଲା । ଏହି ଅବସରରେ ପବିତ୍ର ଶ୍ରୀମଦ୍ ଭଗବଦ୍ ଗୀତାକୁ ସାମୂହିକ ପାଠ କରାଯାଇଛି ।
ଏହା ଭାରତରେ ନୁହେଁ ବରଂ ଆମେରିକାର ଟେକ୍ସାସରେ ପ୍ରାୟ ୧୦,୦୦୦ ଲୋକ ଏକତ୍ରିତ ହୋଇ ଗୀତା ପାଠ କରିଛନ୍ତି । ଏହା ଆମେରିକାରେ ପ୍ରଥମ ଘଟଣା ବୋଲି କୁହାଯାଇଛି । ଖାଲି ସେତିକି ନୁହେଁ, ଏହି କାର୍ଯ୍ୟକ୍ରମର ନାଁ ‘Bhagavad Gita Parayan Yagya’ ବୋଲି ରଖାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ଯୋଗ ସଂଗୀତ ଟ୍ରଷ୍ଟ ଆମେରିକା ଏବଂ SGS ଗୀତା ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ କରାଯାଇଥିଲା । ଏହାର ନେତୃତ୍ୱ ସହ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଆଧ୍ୟାତ୍ମିକ ଗୁରୁ ପୂଜ୍ୟ ଗଣପତି ସଚ୍ଚିଦାନନ୍ଦ । ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବୟସ ବର୍ଗର ଲୋକମାନେ ଯୋଗ ଦେଇଥିଲେ ।
ଗୁରୁପୂର୍ଣ୍ଣିମା ହେଉଛି ଏକ ଧାର୍ମିକ ପର୍ବ ଯେଉଁଥିରେ ଲୋକମାନେ ଆଧ୍ୟାତ୍ମିକତା ଉପରେ ଆଲୋଚନା କରନ୍ତି । ହିନ୍ଦୁ ଧର୍ମ, ଜୈନ ଧର୍ମ ଏବଂ ବୌଦ୍ଧ ଧର୍ମର ଅନୁଗାମୀମାନଙ୍କ ଦ୍ୱାରା ଏହା ଭାରତରେ ପାଳନ କରାଯାଏ । ନେପାଳ ଏବଂ ଭୁଟାନର କିଛି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ମଧ୍ୟ ଗୁରୁ ପୂର୍ଣ୍ଣିମା ପାଳନ କରାଯାଇଆସୁଛି ।
In a remarkable event on Guru Purnima, ten thousand people gathered at Allen East Center in Texas, USA, to recite the Bhagavad Gita together.
This grand scale Bhagavad Gita Parayan Yagya marked the first of its kind in America, organised by Yoga Sangeeta Trust America and SGS… pic.twitter.com/mgwWUblOFQ
— Press Trust of India (@PTI_News) July 3, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)