• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଗୁରୁ ବିନା ଜୀବନ ଅସଫଳ। କୁହାଯାଏ ଅନ୍ଧକାର ରୂପି ସାଗରକୁ ଅତିକ୍ରମ କରିବାକୁ ହେଲେ ଗୁରୁଙ୍କ ପରି ଏକ ନୌକାର ଆବଶ୍ୟକତା ରହିଛି। ଗୁରୁ କେବଳ ଆମକୁ ମାର୍ଗଦର୍ଶନ କରନ୍ତି ନାହିଁ, ବରଂ ସବୁବେଳେ ମେରୁଦଣ୍ଡ ପରି ଆମ ପଛରେ ଛିଡା ହୁଅନ୍ତି। ଗୁରୁଙ୍କ ଏହି ମହତ୍ତ୍ୱକୁ ଉପଲବ୍ଧକରିବା ପାଇଁ ପ୍ରତିବର୍ଷ ଆଷାଢ ମାସର ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଆଜି ସେହି ପବିତ୍ର ଦିନ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଏହି ପର୍ବ ବିଷୟରେ ଜାଣିନେବା।

ଏହା ଏକ ଧାର୍ମିକ ହିନ୍ଦୁ ପର୍ବ। ଆଧ୍ୟାତ୍ମିକ ଏବଂ ଶୈକ୍ଷିକ ଗୁରୁମାନଙ୍କୁ ସମ୍ମାନ ଏବଂ କୃତଜ୍ଞତା ଜଣାଇବା ପାଇଁ ଏହି ଦିନ ପାଳନ କରାଯାଏ। ଜାତିର ପିତା ମହାତ୍ମା ଗାନ୍ଧୀ ତାଙ୍କର ଆଧ୍ୟାତ୍ମିକ ଗୁରୁ ଶ୍ରୀମଦ୍ ରାମଚନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି ପ୍ରଥାକୁ ପୁନର୍ଜୀବିତ କରିଥିଲେ। ସେବେଠାରୁ ଭାରତ, ନେପାଳ ଏବଂ ଭୁଟାନର ପ୍ରମୁଖ ଅଞ୍ଚଳରେ ହିନ୍ଦୁ, ଜୈନ ଏବଂ ବୌଦ୍ଧମାନେ ପାରମ୍ପରିକ ଭାବେ ପାଳନ କରନ୍ତି।

ଗୁରୁ ଶବ୍ଦର ଅର୍ଥ:

ଗୁରୁ ପୂର୍ଣ୍ଣିମା ଦୁଇଟି ଶବ୍ଦକୁ ନେଇ ସୃଷ୍ଟି। ଗୁରୁଙ୍କ ଉତ୍ପତ୍ତି ସଂସ୍କୃତ ଶବ୍ଦ ‘ଗୁ’ ଏବଂ ‘ଋ’ର ମୂଳ ଶବ୍ଦରୁ ଆସିଛି। ‘ଗୁ’ ଅର୍ଥ ହେଉଛି 'ଅନ୍ଧକାର' ବା 'ଅଜ୍ଞତା', ଏବଂ ‘ଋ’ ଅର୍ଥ ହେଉଛି 'ନିବାରକ', ଯାହାର ଅର୍ଥ ହେଉଛି ଗୁରୁ ହେଉଛନ୍ତି ସିଏ ଯିଏ ଅନ୍ଧକାର ବା ଅଜ୍ଞାନକୁ ଦୂର କରନ୍ତି।

ଇସିହାସ:

ହିନ୍ଦୁ ଧର୍ମ ଅନୁଯାୟୀ ମହର୍ଷି ବେଦବ୍ୟାସ ଭଗବାନ ବିଷ୍ଣୁଙ୍କର ଏକ ରୂପ ବୋଲି କୁହାଯାଏ। ସେ ଏହିଦିନ ଜନ୍ମ ଗ୍ରହଣ କରିଥିଲେ ବୋଲି ପୁରାଣରେ ବର୍ଣ୍ଣିତ। ଏହି ଦିନ ମହର୍ଷି ବେଦବ୍ୟାସଙ୍କୁ ପୂଜା କରିବାର ବିଧି ମଧ୍ୟ ଅଛି। ବିଶ୍ୱାସ ଅନୁଯାୟୀ, ଗୁରୁ ପୂର୍ଣ୍ଣିମା ଦିନ ବେଦବ୍ୟାସ ମହାଭାରତ ସହିତ, ୪ ବେଦ, ୧୮ ମହାପୁରାଣ, ବ୍ରହ୍ମସୂତ୍ର ରଚନା କରିଥିଲେ।

  • ସନ୍ଥ ଓଶୋଙ୍କ ମତରେ “ଗୁରୁ ଶବ୍ଦର ଅର୍ଥ ହେଉଛି ମୁକ୍ତ ଚେତନା, ଯାହା ବୁଦ୍ଧ ଏବଂ କୃଷ୍ଣଙ୍କ ପରି।
  • ସନ୍ଥ କବୀର ଦାସଙ୍କ ମତରେ – “ହେ ସାଂସାରିକ ପ୍ରାଣୀ। ଗୁରୁ ବିନା ଜ୍ଞାନ ପାଇବା ଅସମ୍ଭବ। ସେପର୍ଯ୍ୟନ୍ତ ମଣିଷ ଅଜ୍ଞତାର ଅନ୍ଧକାରରେ ବୁଲେ ସାଂସାରିକ ବନ୍ଧନରେ ବାନ୍ଧି ହୋଇ ରୁହେ ଯେପର୍ଯ୍ୟନ୍ତ ଗୁରୁକୃପା ନ ପାଇଥାଏ। ଗୁରୁ ହିଁ ମୋକ୍ଷର ରାସ୍ତା ଦେଖାଇଥାନ୍ତି। ଗୁରୁ ବିନା, ସତ୍ୟ ଏବଂ ଅସତ୍ୟର ଜ୍ଞାନ ମିଳେ ନାହିଁ।”

OTV is now on Whatsapp

Join and get latest news update delivered to you via whatsapp

Join Now