ଆରବ ସାଗରର ଗୁଜୁରାଟ ଉପକୂଳରୁ ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ । ଭାରତୀୟ ନୌସେନା ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମିଳିତ ଚଢ଼ଉ ବେଳେ ପ୍ରାୟ ୮୦୦ କିଲୋଗ୍ରାମ ଓଜନର ଡ୍ରଗ୍ସ ଜବତ କରାଯାଇଛି ।
ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପୁଛି ସଂକ୍ରମଣ । ସୁରତରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ। ଏଯାବତ୍ ୬ଟି ରାଜ୍ୟରୁ ୩୯ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ପଦବୀ ୬୦୦, କିନ୍ତୁ ଇଣ୍ଟରଭ୍ୟୁ ପାଇଁ ଆସିଲେ ହଜାର ହଜାର ସଂଖ୍ୟାରେ ଆଶାୟୀ ପ୍ରାର୍ଥୀ। ଶେଷରେ ଲାଠିମାଡ଼ ଖାଇଲେ। ଗୁଜରାଟରେ ଏଭଳି କିଛି ଘଟଣା ଘଟିଛି।
ଗୁଜରାଟରେ ଟ୍ରେନ୍ କୋଚ୍ ଭିତରୁ ଜଣେ ୧୮ ବର୍ଷୀୟ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ଏବେ ରହସ୍ୟ ସୃଷ୍ଟି ହୋଇଛି। ଏହାସହ ଯୁବତୀଙ୍କ ଡାଏରୀକୁ ନେଇ ସସ୍ପେନ୍ସ ମଧ୍ୟ ବଢ଼ିଛି।
ଦୀପାବଳି ଅବସରରେ ଅନେକ କମ୍ପାନୀ ନିଜର କର୍ମଚାରୀଙ୍କୁ ବୋନସ୍ ପ୍ରଦାନ କରିଥାନ୍ତି। ହେଲେ ଆମେ ଆପଣଙ୍କୁ ଏମିତି ଏକ କମ୍ପାନୀ ବିଷୟରେ କହିବୁ, ଯିଏ ବୋନସ୍ ଆକାରରେ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ସ୍କୁଟି ଉପହାର ସ୍ୱରୂପ ପ୍ରଦାନ କରିଛି।
ସମସ୍ତେ ସ୍ୱପ୍ନ ଦେଖନ୍ତି। ହେଲେ ଯିଏ ସ୍ୱପ୍ନକୁ ସତ କରି ଦେଖାଏ ସେ ହିଁ ସଫଳ ବ୍ୟକ୍ତିତ୍ୱ। ୪ ଥର ଦେଲେ ୟୁପିଏସସି ପରୀକ୍ଷା। ପ୍ରଥମେ ଫେଲ ମାରିଲେ।
ଗୁଜରାଟ ମଡେଲକୁ ଆପଣେଇବ ରାଜ୍ୟ ବିଜେପି। ସଂଗଠନକୁ ସୁଦୃଢ଼, ନେତୃତ୍ୱକୁ ଗୁରୁତ୍ୱ ଦେବ ଦଳ।
ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସୁରଟ ଗସ୍ତ କରିଥିବା ୯ ଜଣିଆ ଟିମ ଭୁବନେଶ୍ୱର ଫେରିଛି।ଗୁଜରାଟ ବିଜେପିର କାର୍ଯ୍ୟପନ୍ଥା, ନୀତି ବିଷୟରେ ଜାଣିବା ପାଇଁ ଏହି ଟିମ୍ ସୁରଟ ଯାଇଥିଲେ।
ରାଜକୋଟ ସହରର ରାସ୍ତା ଉପରେ ଅଣ୍ଟାଏ ଉଚ୍ଚର ପାଣି ଜମି ରହିଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘର ଭିତରେ ପାଣି ଜମି ରହିଥିବାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡିଛି ।
ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭୂପେନ୍ଦ୍ର ପଟେଲ। ରାଜଭବନରେ ଚାଲିଛି ଶପଥ ଗ୍ରହଣ କାର୍ଯ୍ୟକ୍ରମ। ହେଲେ ଭୂପେନ୍ଦ୍ରଙ୍କ ମନ୍ତ୍ରୀମଣ୍ଡଳରେ ପରେ କାହାକୁ ମନ୍ତ୍ରୀ ପଦ ଦିଆଯିବ ସେନେଇ ଦଳୀୟ ପଦାଧିକାରୀ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି
ଗୁଜରାଟରେ ଦୁଇ ବାଲ୍ୟବନ୍ଧୁ ୧୨ଟି ପରିବାର ପାଇ ଦେବଦୂତ ସାଜିଛନ୍ତି। ବ୍ରେନ ଡେଡ୍ ହେବା ପରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ୨ ଛାତ୍ର । ହେଲେ ୧୨ ଜଣଙ୍କ ଜୀବନ ବଞ୍ଚାଇ ହୋଇ ଯାଇଛନ୍ତି ଅମର।
ଗାନ୍ଦିନଗର: ଗୁଜରାଟରେ ଭୂମିକମ୍ପ। ଆଜି ସନ୍ଧ୍ୟା ୮.୧୩ ମିନିଟ ସମୟରେ ଗୁଜରାଟରେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସ୍ନ୍ୟାଲ୍ ସେଣ୍ଟର ଫର୍ ସେସ୍ମୋଲୋଜୀ (ଏନ୍ସିଏସ୍)ର ପ୍ରାଥମିକ ରିପୋର୍ଟ ନୁସାରେ, ଏହାର ତୀବ୍ରତା ୫.୮ ରହିଥିବା ଜଣାପଡ଼ିଛି। ଗୁଜରାଟର କଚ୍ଛ ଜିଲ୍ଲାରୁ ୧୦ କିମି ଓ ରାଜକୋଟ ଠାରୁ ପ୍ରାୟ ୧୨୦ କିମି ଏହା କେନ୍ଦ୍ରୀଭୂତ ହୋଇଛି। ଏହା ରାଜକୋଟର ଉତ୍ତର-ଉତ୍ତରପଶ୍ଚିମ ଦିଗରେ ୧୨୨ କିମି ଦୂରରେ କେନ୍ଦ୍ରିଭୂତ ହୋଇଛି। ସୂଚନା ଥାଉକି, ଅତୀତରେ ତିନୋଟି ବଡ଼ ଭୂମିକମ୍ପର ସାମ୍ନା […]
ସାଧାରଣ ଭାବରେ ଏହି ପର୍ବ ଦିନ ଛେଳିର ଦାମ୍ ଉଚ୍ଚା ରହେ। କିନ୍ତୁ ସ୍ଥିତି ଏମିତି ହେଲା ଯେ, ଏହି ଛେଳିର ଦାମ୍ ୧୧ ଲକ୍ଷରେ ପହଞ୍ଚିଗଲା। ଗୁଜରାଟ୍ ସୁରତରେ ଏହି ଛେଳିକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। ଚର୍ଚ୍ଚା ଏଇଥି ପାଇଁ ହେଉଛି କାରଣ ୧୧ ଲକ୍ଷ ଟଙ୍କା ତାହାର ଦାମ୍ ରହିଛି। ଏମିତିକି ତାକୁ ଦେଖିବା ପାଇଁ ଅନେକ ଲୋକ ଆସୁଥିବା ମଧ୍ୟ ଦେଖାଯାଉଛି।
ପଞ୍ଚତାରକା ହୋଟେଲ ଢାଞ୍ଚାରେ ନିର୍ମାଣ ହୋଇଛି ଗାନ୍ଧୀନଗରର ରେଳ ଷ୍ଟେସନ । ଏହି ରେଳ ଷ୍ଟେସନରେ ବିମାନ ବନ୍ଦର ଭଳି ଯାତ୍ରୀଙ୍କୁ ମିଳିବ ସହାୟତା ।
ଗୁଜରାଟ: ଗୁଜରାଟ ତାପି ଜିଲ୍ଲା ବାଲୋଡ ଅଞ୍ଚଳର ଚିତାବାଘ ଯୋଡ଼ାକୁ ନେଇ ଚର୍ଚ୍ଚା। ଏହି ଚିତାବାଘ ଯୋଡ଼ା ଜନବସତିକୁ ପଶି ଆସିଥିବାରୁ ସେମାନଙ୍କୁ ଧରିବାକୁ ଯନ୍ତା ବସାଯାଇଥିଲା। ଗୋଟିଏ ଜନ୍ତୁ ତ ଧରା ପଡ଼ିଲା, କିନ୍ତୁ ସେଠାରେ ଥିବା କ୍ୟାମେରାରେ କଏଦ୍ ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଲୋକେ ତାଜୁବ। ଦୁଇ ଚିତାବାଘ ମଧ୍ୟରେ ପ୍ରେମ। ପିଞ୍ଜରା ଭିତରେ ଅଛି ଅଣ୍ଡିରା ଚିତାବାଘ। ପିଞ୍ଜରା ବାହାରେ ତାକୁ ଅପେକ୍ଷା କରି ରହିଛି ମାଈ ଚିତାବାଘ। ଯନ୍ତାରୁ ପ୍ରେମିକକୁ […]