Advertisment

ରସିକ ସତ୍ୟର ଫିଟୁଛି ଗୁମର: ୪୯ ନୁହେଁ ୯୯ ରାଣୀଙ୍କ ହୃଦୟର ଥିଲା ରାଜା...

କେତେବେଳେ ସିବିଆଇ ଅଫିସର ତ ଆଉ କେତେବେଳେ କେନ୍ଦ୍ର ସରକାରଙ୍କ ଗୁଇନ୍ଦା ଅଧିକାରୀ । କାହା ପାଇଁ ପାଇଲଟ ତ ଆଉ କାହାପାଇଁ ଷ୍ଟାର ହୋଟେଲ ମ୍ୟାନେଜର। ମହିଳାଙ୍କୁ ଫସାଇବାକୁ ଏମିତି ରଙ୍ଗ ବଦଳାଉଥିଲା ରଙ୍ଗିଲା ସତ୍ୟ ସାମଲ।

author-image
Sujit kumar Swain
ଅଦ୍ୟତନ ହୋଇଛି
Operation Majnu

Operation Majnu

୪୯ ନୁହେଁ ୯୯ ରାଣୀଙ୍କ ରାଜା ଥିଲା ରସିକିଆ ସତ୍ୟ ରଂଜନ ସାମଲ। ମୋବାଇଲ ଠାରୁ ଆରମ୍ଭ କରି ଲାପଟପ । ଯାହା ଖୋଲିଲେ ଖାଲି ବାହାରୁଛି ମହିଳାଙ୍କ ଫଟୋ, ଭିଡିଓ ଆଉ ଡାଟା। ମହିଳାଙ୍କୁ ଫସେଇବା ପାଇଁ କରିଥିଲା ଏକାଧିକ ଆଇଡି କାର୍ଡ। ପାଖରେ ରଖିଥିଲା କୋର୍ଟ ପେପର୍। ଦୁଇଦିନିଆ ରିମାଣ୍ଡରେ ଅଭିଯୁକ୍ତକୁ ଆଣି ଏଭଳି ଆଶ୍ଚର୍ଯ୍ୟଚକିତ ତଥ୍ୟ ପାଇଛି ପୋଲିସ । 

Advertisment

କେତେବେଳେ ସିବିଆଇ ଅଫିସର ତ ଆଉ କେତେବେଳେ କେନ୍ଦ୍ର ସରକାରଙ୍କ ଗୁଇନ୍ଦା ଅଧିକାରୀ । କାହା ପାଇଁ ପାଇଲଟ ତ ଆଉ କାହାପାଇଁ ଷ୍ଟାର ହୋଟେଲ ମ୍ୟାନେଜର। ମହିଳାଙ୍କୁ ଫସାଇବାକୁ ଏମିତି ରଙ୍ଗ ବଦଳାଉଥିଲା ରଙ୍ଗିଲା ସତ୍ୟ ସାମଲ। ୪୯ ନୁହେଁ ସେ ଥିଲା ୯୯ ରାଣୀଙ୍କ ହୃଦୟର ରାଜା। ସେମାନଙ୍କ ମଧ୍ୟରୁ ୧୫ରୁ ଉର୍ଦ୍ଧ ମହିଳାଙ୍କୁ ବିବାହ ଜାଲରେ ଫସାଇ ଲୁଟି ନେଇଛି ଲକ୍ଷ ଲକ୍ଷ ଟଙ୍କା । ଖାଲି ଏତିକି ନୁହେଁ ସବୁବେଳେ ପାଖରେ ଧରି ବୁଲୁଥିଲା କୋର୍ଟ ପେପର। କେତେବେଳେ କେଉଁଠି କେଉଁ ମହିଳା ଜାଲରେ ଫସିଲେ ତୁରନ୍ତ କୋର୍ଟ ପେପରରେ ବାହା ହୋଇପଡୁଥିଲା ।ରଙ୍ଗିଲା ସତ୍ୟ ଜାଣିଥିଲା ୬ଟି ଜାତୀୟ ଅନ୍ତର୍ଜାତୀୟ ଭାଷା । ଆଉ ଏହାରି ଭିତରେ ଖୁବଶୀଘ୍ର ଫିଲିପାଇନ୍ସ ପଳାଇ ଯିବାକୁ  ଚାଲିଥିଲା ପ୍ଲାନ। ୨ ଦିନ ରିମାଣ୍ଡରେ ଆଣି ରଙ୍ଗିଲା ସତ୍ୟ ସାମଲ ଠାରୁ ଏଭଳି କିଛି ତଥ୍ୟ ହାସଲ କରିଛି ପୋଲିସ।

ସତ୍ୟ ସାମଲଙ୍କୁ ରିମାଣ୍ଡରେ ଆଣି ତା ନିକଟରୁ ଗୋଟିଏ ଲାପଟର ସହ ୨ଟି ପେନଡ୍ରାଇଭ, ପାସପୋର୍ଟ, ଏକାଧିକ ଏଟିଏମ କାର୍ଡ, ଆଇଡି କାର୍ଡ ସହ ବ୍ୟାଙ୍କ ଡକ୍ୟୁମେଣ୍ଟ ଓ କଳା ରଙ୍ଗର ଗୁପ୍ତ ଡାଏରୀ ଜବତ କରିଛି ପୋଲିସ । ତେବେ ଲାପଟପ ଓ ପେନଡ୍ରାଇଭ ଭିତରେ ରହିଛି ଶହ ଶହ  ମହିଳା ଓ ଝିଅଙ୍କ ଅନ୍ତରଙ୍ଗ ଫଟୋ ସହ ପ୍ରୋଫାଇଲ। ସତ୍ୟ ବିରୋଧରେ ଏଯାବତ କ୍ୟାପିଟାଲ ଥାନାରେ ଦୁଇ ଜଣ ମହିଳାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିବା ବେଳେ ଆହୁରି ଏକାଧିକ ମହିଳାଙ୍କ ଅଭିଯୋଗ ଅନଲାଇନ ଯୋଗେ ପହଞ୍ଚିଛି। 

Advertisment

ସେହିଭଳି ବ୍ରହ୍ମପୁର ଅଞ୍ଚଳର ଜଣେ ଶିକ୍ଷୟିତ୍ରୀଙ୍କ ସହ ସଂପର୍କ ରଖି ଲକ୍ଷେ ୬୦ ହଜାର ଟଙ୍କା ଚୂନ ଲଗାଇଥିବା ପୋଲିସ ଜାଣିବାକୁ ପାଇଛି। ରଙ୍ଗିଲା ସତ୍ୟ ସାମଲର ଗୋଟିଏ ପରେ ଗୋଟିଏ ଗୁମର ଫିଟୁଥିବାବେଳେ ଆବଶ୍ୟକ ପଡି.ଲେ ପୁଣିଥରେ ରିମାଣ୍ଡରେ ଆଣିବ ପୋଲିସ।

Fraudsters
Advertisment
Advertisment