Advertisment

ପୁଣି ୫ ଦିନ ରିମାଣ୍ଡରେ ଆସିବ ରଙ୍ଗୀଲା ସତ୍ୟ; ୧୦୦ ମହିଳାଙ୍କ ସହ ଥିଲା ସମ୍ପର୍କ !

ରଙ୍ଗିଲା ସତ୍ୟ ସାମଲର ରଙ୍ଗୀନ ଦୁନିଆ ।  ଦିନ ଗଡିବା ସହ ବଢୁଛି ଅଭିଯୋଗର ଫର୍ଦ୍ଦ । ଯେତେ ଖୋଳିଲେ ସେତେ ବାହାରୁଛି ଚାଂଚଲ୍ୟକର ତଥ୍ୟ । ଲକଡାଉନରେ ଆରମ୍ଭ କରିଥିଲା ‘ମିଶନ ଡିଭୋର୍ସି ଓ ୱିଡୋ’ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Operation Majnu

Operation Majnu

୫ ଦିନ ପୁଣି ରିମାଣ୍ଡରେ ଯିବ ରଙ୍ଗିଲା ସତ୍ୟ। ଦିନ ଗଡିବା ସହ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ଲକଡାଉନ ବେଳେ ଟଙ୍କା ରୋଜଗାରର ସହଜ ଫର୍ମୁଲା ଭାବେ ସେ ଆରମ୍ଭ କରିଥିଲା ବିଧବା ଓ ଡିଭୋର୍ସିଙ୍କୁ ପଟେଇ ବାହା ହୋଇ ଲୁଟ୍ କରିବାର ଖେଳ। ତା ଜାଲରେ ଫସିଥିଲେ ଶତାଧିକ ମହିଳା। ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଶୋଷଣ କରି ଅୟସ କରୁଥିଲା ଠକ ସତ୍ୟ। ତେଣେ କ୍ୟାପିଟାଲ ଥାନାରେ ତା’ ବିରୋଧରେ ଆରମ୍ଭ ହୋଇଥିବା ଗୋଟିଏ ମାମଲା ଏବେ ପହଂଚିଲାଣି ୪ରେ।

Advertisment

ରଙ୍ଗିଲା ସତ୍ୟ ସାମଲର ରଙ୍ଗୀନ ଦୁନିଆ ।  ଦିନ ଗଡିବା ସହ ବଢୁଛି ଅଭିଯୋଗର ଫର୍ଦ୍ଦ । ଯେତେ ଖୋଳିଲେ ସେତେ ବାହାରୁଛି ଚାଂଚଲ୍ୟକର ତଥ୍ୟ । ଲକଡାଉନରେ ଆରମ୍ଭ କରିଥିଲା ‘ମିଶନ ଡିଭୋର୍ସି ଓ ୱିଡୋ’ । ୨୦୨୦ ନଭେମ୍ବରରେ ହିଁ ପ୍ରଥମ ଶିକାର ଖୋଜି ପାଇଥିଲା ସତ୍ୟ। ଜଣେ ଡିଭୋର୍ସି ମହିଳାଙ୍କୁ ପଟାଇ ତାଙ୍କ ନିକଟରୁ ଟଙ୍କା ଖସାଇବାରେ ହୋଇଥିଲା ସଫଳ। ତାପରେ ଆରମ୍ଭ କରିଥିଲା ‘ମିଶନ ଡିଭୋର୍ସି ଏବଂ ୱିଡୋ’। ମାଟ୍ରିମୋନି ସାଇଟରେ ପ୍ରୋଫାଇଲ ଖୋଲି ଚଏସ୍‌ ଅଫ ପ୍ରିଫରାନ୍ସରେ କେବଳ ଡିଭୋର୍ସି ଓ ୱିଡୋଙ୍କୁ ପ୍ରପୋଜାଲ ଦେଇଥିଲା ସତ୍ୟ। ଠକର ମଧୁର କଥା ଆଉ ସୁଧାର ବ୍ୟବହାରରେ ଏକାଧିକ ମହିଳା ଆକର୍ଷିତ ହୋଇ ଫସିଥିଲେ। ଆଉ ତାପରେ ଆରମ୍ଭ ହୋଇଥିଲା ଅର୍ଥ ଶୋଷଣ ଖେଳ।ଏହାରି ଭିତରେ ଶତାଧିକ ମହିଳାଙ୍କ ସହ ସଂପର୍କରେ ରହି ଲକ୍ଷ ଲକ୍ଷ ଟଙ୍କା କରିଛି ହଡପ।

୨ ଦିନର ରିମାଣ୍ଡ ଶେଷ ହେବା ପରେ ପୁଣି ଆଉଥରେ ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି ପୋଲିସ। ୨ଟି ସ୍ପେଶାଲ ଟିମ ଗଠନ ହୋଇ ରାଜ୍ୟ ଓ ବାହାରକୁ ଯାଇଛି। କିନ୍ତୁ ଏହାରି ଭିତରେ ପୋଲିସ ପାଇଛି ପୁଣି ନୂଆ ତଥ୍ୟ। ସତ୍ୟଜିତ ବ୍ୟବହାର କରୁଥିବା ଆଉ ଏକ କଳା ରଙ୍ଗର ଦାମୀ କାର ଜବତ କରାଯାଇଛି। ୪ଟି ବ୍ୟାଙ୍କ ଆକାଉଣ୍ଟ ଠାବ କରାଯାଇଥିବା ବେଳେ ୩ ଟି କାର ଓ ବୁଲେଟ ଗାଡ଼ି ବର୍ତ୍ତମାନ ସୁଦ୍ଧା ମିଳିଛି।

Advertisment

ଏହି ରାକେଟରେ ସତ୍ୟ ସହ ଜଣେ ମହିଳା ବି ସାମିଲ ଥିବା ପୋଲିସ ଜାଣିବାକୁ ପାଇଛି। ଯାହାଙ୍କ ପାସପୋର୍ଟ ପୋଲିସ ଜବତ କରିଥିବା ବେଳେ ସତ୍ୟ ଗିରଫ ହେବା ପରେ ତାଙ୍କ ଆକାଉଣ୍ଟରୁ ସେ ଟଙ୍କା ଉଠାଣ କରିଥିବା ପୋଲିସ ଜାଣିବାକୁ ପାଇଛି।

Fraudsters
Advertisment
Advertisment