/odishatv-khabar/media/post_attachments/uploadimage/library/16_9/16_9_0/farmer__1666156601.jpg)
farmer
ବନ ବିଭାଗର ଅତ୍ୟାଚାର ସହି ନପାରି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ବିଷ ପିଇ ଜୀବନ ହାରିଲେ ଅନୁଗୁଳ ଜିଲ୍ଲା ଆଠମଳିକ ବ୍ଲକ ଅନ୍ତର୍ଗତ ମୁଣ୍ଡାପଡା ଗ୍ରାମର ଚାଷୀ ଦାଶରଥି ନାୟକ । ଅପମାନିତ ଅନୁଭବ କରି ସେ ଏପରି ଚରମ ନିଷ୍ପତ୍ତି ନେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
କିଛି ଦିନ ପୂର୍ବରୁ ଦାଶରଥିଙ୍କ ବିଲ ନିକଟରେ ବିଦ୍ୟୁତ ଆଘାତରେ ଏକ ହାତୀର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମାଧପୁର ବନ ବିଭାଗ କର୍ମଚାରୀ ଦାଶରଥିଙ୍କୁ ରାତି ଅଧରେ ଉଠାଇ ନେଇଥିଲା ଓ ତାକୁ ମାଡମାରି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଏହାପରେ ସୋମବାର ସକାଳରେ ତାଙ୍କୁ ଘରେ ଛାଡ଼ି ଦେଇଥିଲେ । ଏଭଳି ଅତ୍ୟାଚାର ସହିନପାରି ଦାଶରଥୀ ବିଷ ପିଇ ଦେଇଥିଲେ ।
ଅଧିକ ପଢ଼ନ୍ତୁ:‘ଦାମିକିଆ ମୋବାଇଲ୍ ମାଗିଥିଲେ ’; ହେଲେ ଫାଇନାନ୍ସରେ କିଣିବାରୁ ବିଷ ପିଇଦେଲା ସ୍ତ୍ରୀ
ଦାଶରଥୀଙ୍କ ସ୍ତ୍ରୀ କହିଛନ୍ତି, ମୋ ସ୍ୱାମୀଙ୍କୁ ଅଫିସକୁ ଡାକି ଆଣିଲେ ବନ ବିଭାଗ କର୍ମଚାରୀ । ସେଠାରେ ତାଙ୍କୁ ପିଟାମରା କରିଛନ୍ତି । ଆଉ ଅଫିସରୁ ଫେରିବା ପରଠାରୁ ମୋ ସ୍ୱାମୀ କାହା ସହ କଥାବାର୍ତ୍ତା କଲେନି । ଖାଲି ଗୁମ୍ ହୋଇକି ବସୁଥିଲେ । ଅପମାନ ସହିନପାରି ସେ ଜୀବନ ହାରି ଦେଇଛନ୍ତି ।
ଅବସ୍ଥା ଗୁରୁତର ଥିବାରୁ ପରିବାର ଲୋକେ ପ୍ରଥମେ ବୌଦ୍ଧ ଓ ପରେ ବୁର୍ଲା ସ୍ଥାନାନ୍ତରିତ କରୁଥିଲେ, କିନ୍ତୁ ବାଟରେ ପ୍ରାଣ ହରାଇଥିଲେ ଦାଶରଥୀ । ଏହାକୁ ନେଇ ପରିବାର ଓ ଗ୍ରାମବାସୀ ଆଠମଲ୍ଲିକ କିଆକଟା ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ଆନ୍ଦୋଳନ କରିଥିଲେ । ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରିଥିଲେ । ତେବେ ଏହି ଅଭିଯୋଗ ନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)