ସେଦିନ କଣ ଘଟଣା ଘଟିଥିଲା କେମିତି ପୀଡ଼ିତାଙ୍କ ଦେହରେ ନିଆଁ ଲାଗିଲା ଏନେଇ ଘଟଣାକ୍ରମ ବାବଦରେ ଜ୍ୟୋତିପ୍ରକାଶଙ୍କ ଠାରୁ ତଦନ୍ତକାରୀ ଟିମ ପଚାରି ବୁଝିଛନ୍ତି। ଜ୍ୟୋତି ପ୍ରକାଶଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ମଧ୍ୟ ଆଲୋଚନା କରିଛି କ୍ରାଇମବ୍ରାଞ୍ଚ ଟିମ୍।
ସେଦିନ ବାଲେଶ୍ବର ଏଫଏମ କଲେଜ ପୀଡ଼ିତାଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ଜ୍ୟୋତି । ସେତେବେଳକୁ ହୁ ହୁ ହୋଇ ଜଳୁଥିଲେ ଏଫ୍ଏମ୍ କଲେଜ ପୀଡ଼ିତା । ଉଦ୍ଧାର କରିବାକୁ କାହାର ସାହସ ହେଉନଥିଲା । କିନ୍ତୁ ନିଜ ଜୀବନକୁ ବାଜି ଲଗାଇ ପୀଡ଼ିତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ଜ୍ୟୋତି । ଆଉ ସେହି ନିଆଁରେ ନିଜେ ମଧ୍ୟ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିଲେ ।
ହଁ ଦର୍ଶକ ବନ୍ଧୁ ନିଜ ପାଇଁ ଲଢ଼ି ଲଢ଼ି ଶେଷରେ ହାରିଯାଇଥିବା ସୌମ୍ୟାଶ୍ରୀ ମେଡିକାଲ ବେଡ୍ରେ ମୃତ୍ୟୁ ସହ ସଂଗ୍ରାମ କଲା ବେଳେ ଏଇମିତି ବାଉଳି ହେଉଥିଲେ। ନିଜର ପୁରୁଣା ଦିନକୁ ଭାବିବା ସହ ନିଜ ବାପାମା’ ଭାଇଭଉଣୀକୁ ଭାରି ମନେ ପକାଇଥିଲେ। ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ।
ସୌମ୍ୟାଶ୍ରୀଙ୍କ ପାଇଁ ପୂରା ଗାଁ ସ୍ତବ୍ଧ। ସୁନା ଝିଅର ମୃତ୍ୟୁ ପରେ କାନ୍ଦବୋବାଳିରେ ଫାଟିପଡୁଛି ପଳାସିଆ ଗାଁ। ଭାଙ୍ଗିପଡ଼ିଛନ୍ତି ପରିବାର ଓ ସଂପର୍କୀୟ। ଗେଲ୍ହି ଝିଅକୁ ଝୁରୁଛି ଗାଁ ମାଟି। ଏସବୁ ଭିତରେ ସୌମ୍ୟାଶ୍ରୀ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗାଁ ମାଟିରେ ପଞ୍ଚଭୂତରେ ଲୀନ ହୋଇଯାଇଛି ସୌମ୍ୟାଙ୍କ ପାର୍ଥିବ ଶରୀର।
ପଳାସିଆ ଗାଁ ମଶାଣିରେ ଏଫଏମ ପୀଡିତା ଛାତ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପଞ୍ଚଭୂତରେ ଲୀନ ହୋଇଛନ୍ତି ଏଫଏମ ଛାତ୍ରୀ । ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ବାଲେଶ୍ବର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କର ମୃତ୍ୟୁ ହୋଇଛି । ଘର ଲୋକଙ୍କ ଇଚ୍ଛା ଅନୁସାରେ ଶବ ବ୍ୟବଛେଦ ପରେ ମୃତଦେହକୁ ତାଙ୍କ ଗାଁ ବାଲେଶ୍ବର ଭୋଗରାଇ ନିଆଯାଇଛି । ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।
ଦିଲ୍ଲୀ ଏମ୍ସର ପରାମର୍ଶ ଅନୁଯାୟୀ ଭୁବନେଶ୍ବର ଏମ୍ସରେ ଏଫଏମ ବିଶ୍ବବିଦ୍ୟାଳୟର ପୀଡିତା ଛାତ୍ରୀଙ୍କ ଡାଏଲିସିସ୍ କରାଯାଉଛି। ୮ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଚିକିତ୍ସାର ତଦାରଖ କରୁଛନ୍ତି।
ଏମିତି କି କଲେଜର ନୋଟିସ୍ ବୋର୍ଡ ମଧ୍ୟ ବାଦ୍ ପଡିନି । କେଉଁଠି ଟୁ ଲେଟ୍ ତ ଆଉ କେଉଁଠି ସିକ୍ୟୁରିଟି ଗାର୍ଡ ଆବଶ୍ୟକର ବିଜ୍ଞାପନରେ ବିକୃତ ହୋଇ ସରିଛି କଲେଜର ଚେହେରା ।