• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଓଡ଼ିଆ ଭାଷାର ଭୀଷ୍ମ ପିତାମହ ବ୍ୟାସକବି ଫକୀରମୋହନ ସେନାପତି । ତାଙ୍କ ନାଁରେ ନାମିତ ହୋଇଛି ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ । ଏହାକୁ ଉତ୍ତର ଓଡ଼ିଶାରେ ଶିକ୍ଷାର ମେରୁଦଣ୍ଡ କହିଲେ ଭୁଲ ହେବ ନାହିଁ । ହେଲେ ଏବେ ଏ ପାଚେରୀ ଅବସ୍ଥା ଟିକିଏ ଦେଖନ୍ତୁ... ଘରୋଇ ବିଜ୍ଞାପନରେ ଭର୍ତ୍ତି ହୋଇସରିଛି ପୂରା ପାଚେରୀ ।

ଏମିତି କି କଲେଜର ନୋଟିସ୍ ବୋର୍ଡ ମଧ୍ୟ ବାଦ୍ ପଡିନି । କେଉଁଠି ଟୁ ଲେଟ୍ ତ ଆଉ କେଉଁଠି ସିକ୍ୟୁରିଟି ଗାର୍ଡ ଆବଶ୍ୟକର ବିଜ୍ଞାପନରେ ବିକୃତ ହୋଇ ସରିଛି କଲେଜର ଚେହେରା । ଛାତ୍ରମାନେ ଏହି ବିଜ୍ଞାପନ ସବୁକୁ ସଫା କରିଥିଲେ । କଲେଜର ପାଚେରୀରେ ଫକୀର ମୋହନଙ୍କ ଚିତ୍ର ଅଙ୍କନ ପାଇଁ ପ୍ରିନ୍ସିପାଲଙ୍କୁ ଦାବି କରିଥିଲେ । ହେଲେ ସବୁ ଯେମିତି ଅଣଦେଖା ହୋଇ ପଡ଼ିରହିଛି ।

କେବଳ କଲେଜ୍ ପାଚେରୀ କାହିଁକି ସହରରେ ସୌନ୍ଦର୍ଯ୍ୟକରଣ ପାଇଁ ବସିଥିବା ମୂର୍ତ୍ତିଗୁଡ଼ିକୁ ବି ଛଡ଼ାଯାଇନାହିଁ । ବାଲେଶ୍ଵର ଷ୍ଟେସନ୍ ଛକ ନିକଟରୁ ଷ୍ଟେସନ୍ ପର୍ଯ୍ୟନ୍ତ ବସିଥିବା ବିଭିନ୍ନ ମୂର୍ତ୍ତିର ଅବସ୍ଥା କଥା ନ କହିବା ଭଲ । ସବୁ ସ୍ଥାନକୁ ଯେମିତି କବଜା କରି ସାରିଲାଣି ଘରୋଇ ବିଜ୍ଞାପନ । ଆଉ ସହରର ଏପରି ବିକୃତ ଅବସ୍ଥା ପାଇଁ ସହରବାସୀ ପୌରପାଳିକାର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ଘରୋଇ ବିଜ୍ଞାପନ ମାରୁଥିବା ସଂସ୍ଥାକୁ ନିନ୍ଦା କରିଛନ୍ତି । ତେବେ ଘରୋଇ ବିଜ୍ଞାପନରେ ଯେମିତି ଭର୍ତ୍ତି ହୋଇ ସରିଛି ପୂରା ବାଲେଶ୍ବର । ତେବେ ଏନେଇ ଆଗକୁ କ’ଣ ପଦକ୍ଷେପ ନିଆଯାଉଛି ଦେଖିବାକୁ ବାକି ରହିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now