ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଓଡ଼ିଶା ଗସ୍ତର ତୃତୀୟ ତଥା ଶେଷ ଦିନ। ବ୍ରହ୍ମାକୁମାରୀ ଆଶ୍ରମରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି।
୧୦ଟି ଜନଜାତି ସମୁଦାୟକୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱର ତମାଣ୍ଡୋରେ ରାଷ୍ଟ୍ରପତିଙ୍କ ପରବର୍ତ୍ତୀ କାର୍ଯ୍ୟକ୍ରମ ।
ରାଷ୍ଟ୍ରପତି କହିଥିଲେ, ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ହଇରାଣ ହେଉଛନ୍ତି, ବହୁ ନିର୍ଦ୍ଦୋଷଙ୍କ ଜୀବନର ମୂଲ୍ୟବାନ ସମୟ ଜେଲରେ କଟୁଛି। ଯାହା ଚିନ୍ତାର ବିଷୟ।
ନ୍ୟାସନାଲ ଲ’ ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବ ଅବସରରେ ଗରିବ, ଅସହାୟ ଲୋକଙ୍କୁ ସହଯୋଗ କରିବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ ଦେଇଛନ୍ତି।
ଏହାସହ ଡାକ୍ତର ପ୍ରବୀଣ ହେବା ସହ ଲୋକଙ୍କ ପ୍ରତି ଦରଦ ଥିବା ଆବଶ୍ୟକ ବୋଲି ମଧ୍ୟ କହିଛନ୍ତି ରାଷ୍ଟ୍ରପତି ।
ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ ବ୍ୟାପକ ଅବ୍ୟବସ୍ଥା ।
କଟକରେ ରାଷ୍ଟ୍ରପତିଙ୍କ ଦିନ ତମାମ କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ପ୍ରଥମେ ମା’ କଟକ ଚଣ୍ଡୀଙ୍କ ଦର୍ଶନ କରି ସେଠାରୁ ଶୈଳବାଳା ମହାବିଦ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ରାଷ୍ଟ୍ରପତି।
ଆଜିଠୁ ୩ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ରାଷ୍ଟ୍ରପତି ପ୍ରୋଟୋକଲ ଭାଙ୍ଗି ରାସ୍ତାରେ ଅପେକ୍ଷାରତ ଶୁଭେଚ୍ଛୁଙ୍କୁ ଭେଟିଥିଲେ..ଏ ସମୟର ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ ଥିଲା
ରାଷ୍ଟ୍ରପତିଙ୍କ ସରଳ ଜୀବନକୁ ନେଇ ଚର୍ଚ୍ଚା । ମାଡାମ ପ୍ରେସିଡେଣ୍ଟରୁ ପିପୁଲ୍ସ ପ୍ରେସିଡେଣ୍ଟ । ରାଷ୍ଟ୍ରପତି ଭାବେ ସଫଳତାର ବର୍ଷେ କାର୍ଯ୍ୟକାଳ ପୂରଣ କଲେ ଦ୍ରୌପଦୀ ମୁର୍ମୁ ।
ରାଜଭବନରେ ହିଁ ରାତ୍ରି ଭୋଜନର ବ୍ୟବସ୍ଥା ରହିଛି । ସେହିଠାରେ ହିଁ ରାତ୍ରି ଯାପନ କରିବେ ।
ରାଷ୍ଟ୍ରପତି ଭାବେ ସଫଳତାର ସହ ଏକ ବର୍ଷ ପୂରଣ କରିଛନ୍ତି ମାଡାମ୍ ଦ୍ରୌପଦୀ ମୁର୍ମୁ । ଗତବର୍ଷ ଆଜିର ଦିନରେ ଭାରତର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ମାଡାମ ପ୍ରେସିଡେଣ୍ଟ୍ ।
ସମ୍ମିଳନୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ବୌଦ୍ଧ ଧର୍ମାବଲମ୍ବୀ ଯୋଗ ଦେଇଥିଲେ ।
ପବିତ୍ର ଘୋଷଯାତ୍ରା ଅବସରରେ ଦିଲ୍ଲୀ ହଜ୍ ଖସସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଞ୍ଚରେ ଅଭିଭାଷଣ ରଖୁଥିଲେ ରାଷ୍ଟ୍ରପତି । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଉଥିବା ବେଳେ ହଠାତ୍ କଟିଲା ଲାଇନ୍ । ୯ ମିନିଟ୍ ପରେ ଲାଇନ୍ ଆସିଥିଲା କିନ୍ତୁ ଭାଷଣ ବନ୍ଦ କରିନଥିଲେ ରାଷ୍ଟ୍ରପତି । ବରଂ ସେହି ସମୟରେ କହିଥିଲେ କିଛି ଏମିତି କଥା । ଶୁଣନ୍ତୁ କଣ କହିଥିଲେ ରାଷ୍ଟ୍ରପତି
ହେଲିପେଡରେ ଡିଉଟି ପଡ଼ିଥିବା ଫାର୍ମାସିଷ୍ଟଙ୍କ କାରନାମା, ସେଲଫି ଉଠାଇ ଫେସବୁକରେ ପୋଷ୍ଟ କଲେ
କାର୍ଯ୍ୟକ୍ରମରେ ଦେଶର ଭବିଷ୍ୟତମାନଙ୍କୁ ଯେତେବେଳେ ଦୀକ୍ଷାନ୍ତ ଭାଷଣ ଦେଉଥିଲେ ମହାମହିମ, ଠିକ୍ ସେତିକିବେଳକୁ ଚାଲିଗଲା ବିଦ୍ୟୁତ।ଅଭିଭାଷଣ ଆରମ୍ଭର ୪ ମିନିଟ୍ ୧୧ ସେକେଣ୍ଡ ଭିତରେ ପାୱାର୍ ଫେଲ୍।
ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣବେଳେ ବିକଳ୍ପ ଆଲୋକ ବ୍ୟବସ୍ଥା ନଥିଲା କି ?
ହଲରେ ପୂରା କିଟିକିଟି ଅନ୍ଧାରରେ ବସିଲେ ନିମନ୍ତ୍ରିତ ଅତିଥି । ପ୍ରାୟ ୯ ମିନିଟ ପରେ ଜେନେରେଟର ଦ୍ବାରା ବିଜୁଳି ପୁନର୍ବାହାଲ ହୋଇଥିବା ସୂଚନା ମିଳିଛି ।
ମୟୂରଭଞ୍ଜର ଦେଶୀ ଚାଉଳ ମୁଗେଇଶାଳର ଭାତ, ପଞ୍ଚମେଲନ ଡାଲି ଓ ପୋଟଳ-ନଡିଆ ରସରେ ପ୍ରସ୍ତୁତ କୋର୍ମା ରାଷ୍ଟ୍ରପତିଙ୍କୁ ପରଷା ଯାଇଥିଲା।
ସକାଳୁ ମହାଦେବଙ୍କ ପୂଜାର୍ଚ୍ଚନା କଲେ ମହାମହିମ । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିରେ ଦେଲେ ଶ୍ରଦ୍ଧାଞ୍ଜଳି । ପ୍ରୋଟୋକଲ ଭାଙ୍ଗି ନିଜ ଘରେ ରାତ୍ରିଯାପନ କଲେ ।
ପୂର୍ତ୍ତ ବିଭାଗ ଆଇବି ବଦଳରେ ଘରେ ରାତ୍ରିଯାପନ । ଘରେ ରାତ୍ରଭୋଜନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଦେଶ ପ୍ରଥମ ନାଗରିକ ତଥା ଆଦରର ଦିଦିଙ୍କୁ ସ୍ୱାଗତ ପାଇଁ ଯେ କେବଳ ପରିବାର ତା ନୁହେଁ, ସାରା ପାହାଡ଼ପୁର ଗାଁ ଲୋକେ ବି ଏକଜୁଟ୍ ହୋଇଥିଲେ।
ରାଇରଙ୍ଗପୁରରେ ସଂବର୍ଦ୍ଧନା ସଭାରେ ଭାବବିହ୍ୱଳ ହୋଇପଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଉତ୍ସବମୁଖର ସାରା ମୟୂରଭଞ୍ଜ। ସତେ ଯେମିତି ନୂଆ ରୂପରେ ସଜେଇ ହୋଇଛି ପୁରା ଜିଲ୍ଲା। ରାଷ୍ଟ୍ରପତିଙ୍କ ପାଇଁ ଓଡ଼ିଆ ଖାଦ୍ୟର ବ୍ୟବସ୍ଥା ହୋଇଥିଲା।
ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାଦାମପାହାଡ଼ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଲେ ରାଷ୍ଟ୍ରପତି । ହେଲିପ୍ୟାଡରୁ ଓହ୍ଲାଇ ଉପସ୍ଥିତ ଲୋକଙ୍କ ଅଭିବାଦନ ଗ୍ରହଣ କଲେ । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ମୟୂରଭଞ୍ଜ ଗସ୍ତ । ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ହେଲିପ୍ୟାଡରେ ଓହ୍ଲାଇବା ପରେ ରାଷ୍ଟ୍ରପତିଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ତାଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ସ୍ୱାଗତ କରିଛନ୍ତି ।