ଲାଞ୍ଚ ନେବା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆଙ୍କୁ ଗିରଫ କରାଯାଇଛି। ମୃତ୍ୟୁ ପ୍ରମାଣପତ୍ର ବାବଦରେ ଫର୍ମରେ ଦସ୍ତଖତ କରାଇ ଦେବା ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ।
ଠକ..ମହାଠକ...ଦୁର୍ଦ୍ଦାନ୍ତ ଠକ...ଯାହା କହିଲେ ବି ଏହି ବ୍ୟକ୍ତି ପାଇଁ କମ୍ ହେବ। ନା ଥିଲେ ସେ ଡାକ୍ତର ନା ଥିଲା ତାଙ୍କର କୌଣସି ଡାକ୍ତରୀ ଡିଗ୍ରୀ। ତଥାପି ଠକେଇ ପାଇଁ ଡାକ୍ତର ସାଜି ୧୪ଟି ବିବାହ କରିଥିଲେ ଏହି ନକଲି ଡାକ୍ତର।
ପ୍ରଥମେ ବିବାହ ପରେ ଯୁବତୀଙ୍କଠୁ ଟଙ୍କା ହଡ଼ପ କରୁଥିଲେ ରସିକିଆ ଡାକ୍ତର। ନିଜକୁ ହୋମିଓପାଥି ଡାକ୍ତର ପରିଚୟ ଦେଇ ବିବାହ ଯୋଗାଡ଼ କରୁଥିବା ଘରୋଇ ସଂସ୍ଥା ମାଧ୍ୟମରେ ସେ ଯୁବତୀଙ୍କୁ ଟାର୍ଗେଟ୍ କରୁଥିଲେ।