Advertisment

ପଦାରେ ପଡ଼ିଲା ରସିକିଆ ଡାକ୍ତରଙ୍କ ଫେକ୍‌ ମ୍ୟାରେଜ୍‌, ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ...

ଠକ..ମହାଠକ...ଦୁର୍ଦ୍ଦାନ୍ତ ଠକ...ଯାହା କହିଲେ ବି ଏହି ବ୍ୟକ୍ତି ପାଇଁ କମ୍ ହେବ। ନା ଥିଲେ ସେ ଡାକ୍ତର ନା ଥିଲା ତାଙ୍କର କୌଣସି ଡାକ୍ତରୀ ଡିଗ୍ରୀ। ତଥାପି ଠକେଇ ପାଇଁ ଡାକ୍ତର ସାଜି ୧୪ଟି ବିବାହ କରିଥିଲେ ଏହି ନକଲି ଡାକ୍ତର।

author-image
Rajalaxmi Sahoo
Doctor Arrested For Marrying 14 Girls,

Doctor Arrested For Marrying 14 Girls,

ଠକ..ମହାଠକ...ଦୁର୍ଦ୍ଦାନ୍ତ ଠକ...ଯାହା କହିଲେ ବି ଏହି ବ୍ୟକ୍ତି ପାଇଁ କମ୍ ହେବ। ନା ଥିଲେ ସେ ଡାକ୍ତର ନା ଥିଲା ତାଙ୍କର କୌଣସି ଡାକ୍ତରୀ ଡିଗ୍ରୀ। ତଥାପି ଠକେଇ ପାଇଁ ଡାକ୍ତର ସାଜି ୧୪ଟି ବିବାହ କରିଥିଲେ ଏହି ନକଲି ଡାକ୍ତର। ଏପରି ଜଣେ ପେସାଦାର ଠକ ବିଧୁ ପ୍ରକାଶ ସ୍ୱାଇଁଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଛି। ଡାକ୍ତର ପରିଚୟ ଦେଇ ୧୪ ଜଣଙ୍କୁ ବାହା ହୋଇ ସେ ଲକ୍ଷାଧିକ ଟଙ୍କା ଲୁଟିଛନ୍ତି।  

Advertisment

ନକଲି ଡାକ୍ତର ବିଧୁ ପ୍ରକାଶଙ୍କ ସମ୍ପର୍କରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ବିସ୍ତୁତ ସୂଚନା ଦେଇଛନ୍ତି। ୧୪ ଜଣ ମହିଳାଙ୍କୁ ବିବାହ କରି ବିଧୁ ପ୍ରକାଶ ଲକ୍ଷାଧିକ ଟଙ୍କା ଲୁଟିଛନ୍ତି। ବିଶେଷ କରି ମାଟ୍ରିମୋନିଆଲ ସାଇଟ୍‌ରୁ ମଧ୍ୟବୟସ୍କା ଓ ଏକାକି ରହୁଥିବା ମହିଳାଙ୍କୁ ସେ ଟାର୍ଗେଟ କରୁଥିଲେ। 

କେତେବେଳେ ନିଜକୁ ଉଚ୍ଚପଦସ୍ଥ ଅଧିକାରୀ ତ ଆଉ କେତେବେଳେ ଡାକ୍ତର ପରିଚୟ ଦେଇ ଠକ ବିଧୁ ପ୍ରକାଶ ମହିଳାମାନଙ୍କୁ ନିଜ ଜାଲରେ ଫସାଉଥିଲେ। ବିଭିନ୍ନ ସମୟରେ ସେ ଭିନ୍ନ ଭିନ୍ନ ନାଁ ଦେଇ ବିବାହ କରୁଥିଲେ। ପ୍ରଥମେ ୧୯୮୨ ଓ  ୨୦୦୨ରେ ଦ୍ୱିତୀୟ ବିବାହ କରିଥିଲେ। ଏହାପରେ ଅନ୍ୟ ୧୨ ଜଣଙ୍କୁ ବିବାହ କରିଥିବା ଭୁବନେଶ୍ୱର ଡିସିପି କହିଛନ୍ତି। ଯେଉଁ ଗୁରୁଦ୍ୱାରରେ ବିବାହ କରିଥିଲେ ସେଠୁ ମଧ୍ୟ ସେ ୧୧ ଲକ୍ଷ ଟଙ୍କା ଠକିଛନ୍ତି।

Advertisment

ଖାଲି ମହିଳାଙ୍କୁ ନୁହେଁ ଅନେକ ଛାତ୍ରଙ୍କୁ MBBSରେ ସିଟ୍ ଦେବେ କହି ବି ସେ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି। ହାଇଦ୍ରାବାଦ୍, କେରଳରେ ଠକେଇ ଅଭିଯୋଗରେବିଧୁ ପ୍ରକାଶ ଗିରଫ ମଧ୍ୟ ହୋଇଥିଲେ। ହେଲେ ଏତିକିରେ ଥମିନଥିଲା ତାଙ୍କ ଠକେ‌ଇ ନିଶା। ଏହାପରେ ମଧ୍ୟ ସେ ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ସେମାନଙ୍କ ଠାରୁ ଟଙ୍କା ହଡ଼ପ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଶେଷରେ କମିଶନରେଟ୍ ପୋଲିସ୍ ତାଙ୍କୁ ଗିରଫ କରିଛି। କାହାଠୁ କେତେ ଟଙ୍କା ସେ ନେଇଛନ୍ତିି ଏନେଇ ଖୋଳତାଡ଼ ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ମିଳିଛି। 

ତାଙ୍କୁ ଗିରଫ କରିବା ଲାଗି ସ୍ପେଶାଲ୍‌ ସ୍କ୍ୱାଡ୍‌ ସହାୟତାରେ ଏକ ଟିମ୍‌ ଗଠନ କରାଯାଇଥିଲା। ଭୁବନେଶ୍ୱର ଖଣ୍ଡଗିରିର ଏକ ଭଡ଼ା ଘରରୁ ପୋଲିସ୍‌ ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ସେ କୌଣସି ଗୋଟିଏ ସ୍ଥାନରେ ନ ରହି ଦେଶର ବିଭିନ୍ନ ସ୍ଥାନକୁ ଯାଉଥିଲେ। ଅଧିକାଂଶ ସମୟରେ ଗୌହାଟି, ଆସାମରେ ଅନ୍ୟ ଜଣେ ପତ୍ନୀଙ୍କ ସହ ରହୁଥିଲେ।  

ସୂଚନାଥାଉ କି, ବିଧୁ ପ୍ରକାଶ କେନ୍ଦ୍ରାପଡା କଲେଜରୁ ଯୁକ୍ତ ଦୁଇ ବିଜ୍ଞାନ ଶିକ୍ଷା ସମାପ୍ତ କରିବା ପରେ କୋଚିନ ଇନଷ୍ଟିଚ୍ୟୁଟରେ ପାରା ମେଡିକାଲ୍ ଏବଂ ଲାବୋରେଟୋରୀ ଟେକ୍ନୋଲୋଜି ଏବଂ ଫାର୍ମାସି ବିଭାଗରେ ଶିକ୍ଷାଲାଭ କରିଥିଲେ। ସେ Alternative ସିଷ୍ଟମ ଅଫ୍ ମେଡିସିନ୍, କୋଲକାତାରୁ ସ୍ନାତକୋତ୍ତର ଡିଗ୍ରୀ ଓ ଏମଡି ଶିକ୍ଷାଲାଭ କରିଛନ୍ତି ବୋଲି ପୁଲିସ ଜେରା ବେଳେ ସ୍ଵୀକାର କରିଛନ୍ତି। ଏସବୁର ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। 

Fraud Case Betrayed In Love Doctor Arrested
Advertisment
Advertisment