Advertisment

ଭାଇରାଲ୍‌ ହେଉଛି ଲାଞ୍ଚୁଆ ଡାକ୍ତରଙ୍କ ରସିକିଆ ରିଲ୍ସ

ଲାଞ୍ଚ ନେବା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆଙ୍କୁ ଗିରଫ କରାଯାଇଛି। ମୃତ୍ୟୁ ପ୍ରମାଣପତ୍ର ବାବଦରେ ଫର୍ମରେ ଦସ୍ତଖତ କରାଇ ଦେବା ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Doctor Arrested By Vigilance Video Goes Viral

Doctor Arrested By Vigilance Video Goes Viral

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର ବାବୁ। ଲାଞ୍ଚ ନେବା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆଙ୍କୁ ଗିରଫ କରାଯାଇଛି। ମୃତ୍ୟୁ ପ୍ରମାଣପତ୍ର ବାବଦରେ ଫର୍ମରେ ଦସ୍ତଖତ କରାଇ ଦେବା ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଡାକ୍ତର ଉମାକାନ୍ତଙ୍କୁ ଭିଜିଲାନ୍ସ ଧରିଥିଲା। 

Advertisment

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ଚାଉଳିଆ ଗାଁର ପଲିସି ହୋଲ୍‌ଡର୍‌ ନନ୍ଦିନୀ ନାୟକ ‌ଏଲ୍‌ଆଇସିରେ ଏକ ବୀମା ପଲିସି କରିଥିଲେ। ତାଙ୍କର ମୃତ୍ୟୁ ପରେ ଡେଥ୍‌ କ୍ଲେମ୍‌ ପାଇଁ ନନ୍ଦିନୀଙ୍କ ଏଲଆଇସି ଏଜେଣ୍ଟ ବୈକୁଣ୍ଠ ଚରଣ ସାହୁଙ୍କ ନିକଟରୁ ମୃତ୍ୟୁ ପ୍ରମାଣପତ୍ର ବାବଦରେ ଫର୍ମରେ ଦସ୍ତଖତ ପାଇଁ ଡାକ୍ତର ଉମାକାନ୍ତ ଲାଞ୍ଚ ମାଗିଥିଲେ। ସେ ୧୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଖବର ପାଇ ଭିଜିଲାନ୍ସ ଟିମ୍‌ ଅଚାନକ ଚଢ଼ାଉ କରି ଉମାକାନ୍ତଙ୍କୁ ଧରିଥିଲା। ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି।

Advertisment

ସେପଟେ ସୋସିଆଲ ମିଡିଆରେ ଉମାକାନ୍ତଙ୍କ ଅନେକ ରିଲ୍ସ ଭିଡିଓ ମିଳିଛି।  ଡାକ୍ତରଙ୍କ ରଙ୍ଗିଲା ମିଜାଜର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। 

Vigilance Raid Doctor Arrested Viral Video
Advertisment
Advertisment