/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745056653.jpg)
Subhadra Yojana
ଏପ୍ରିଲ ୨୪ରେ ମିଳିବ ସୁଭଦ୍ରା ଟଙ୍କା । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପଞ୍ଚାୟତିରାଜ ଦିବସରେ ପୁରୀ ଠାରେ ଏହି ଟଙ୍କା ଦିଆଯିବ । ୧ ଲକ୍ଷ ୭୦ ହଜାର ମହିଳା ଏକାଥରେ ଦୁଇଟି କିସ୍ତି ଟଙ୍କା ପାଇବେ । ଯେଉଁମାନେ ନୂଆ ଆବେଦନ କରିଛନ୍ତି, ସେମାନଙ୍କୁ ମିଳିବ ଏହି ଟଙ୍କା ।
ସେ ଆହୁରି କହିଛନ୍ତି, ସୁଭଦ୍ରାକୁ ସହଜ କରିବା ପାଇଁ ସର୍ଭେ ହେବ । ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଦିଆଯିବ । ତୃତୀୟ କିସ୍ତି ପରେ ଯେଉଁମାନଙ୍କ ବୟସ ୨୧ ବର୍ଷ ହୋଇଯାଇଥିବ ସେମାନଙ୍କ ପାଇଁ ପୁଣି ସୁଭଦ୍ରା ପୋର୍ଟାଲ ଓପନ୍ ହେବ ।
'#ଏପ୍ରିଲ_୨୪ରେ_ମିଳିବ_ସୁଭଦ୍ରା_ଟଙ୍କା'
'ସୁଭଦ୍ରା ଯୋଜନାକୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା । ଏପ୍ରିଲ ୨୪ରେ ମିଳିବ ସୁଭଦ୍ରା ଟଙ୍କା ।ପଞ୍ଚାୟତିରାଜ ଦିବସରେ ପୁରୀଠାରେ ସୁଭଦ୍ରା ଟଙ୍କା ଦେବେ ସରକାର।': ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ#SubhadraYojana#PravatiParida#OTVpic.twitter.com/PVFEphMDaW— ଓଟିଭି (@otvkhabar) April 19, 2025
ତେବେ ପୂର୍ବରୁ ମାର୍ଚ୍ଚ ୩୧ ତାରିଖ ଆବେଦନର ଶେଷ ହେବ ବୋଲି କୁହାଯାଇଥିଲା । ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଯାହା ରିପୋର୍ଟ ଆସିଥିଲା ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ନୂଆ ଆବେଦନ ଆସିଥିଲା । ଜିଲ୍ଲାୱାରୀ ସବୁ ଆବେଦନର ସର୍ଭେ କରାଯାଇଛି । ଆସନ୍ତା ୨୪ ତାରିଖରେ ଏହି ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)