Advertisment

ସମୀର ମାଗୁଛନ୍ତି ପ୍ରଭାତୀଙ୍କ ରିପୋର୍ଟ !

ବିଜେପି ଉପମୁଖ୍ୟମନ୍ତ୍ରୀ ବିଜେପି ମୁଖପାତ୍ର ମୁହାଁମୁହିଁ । ପ୍ରଭତୀ ପରିଡା ବନାମ ସମୀର ଦାସ । ଦୁଇ ମହାରଥୀଙ୍କୁ ନେଇ ନିମାପଡା ରାଜନୀତି ବେଶ ସରଗରମ ।

author-image
Namita Biswal

ପୂର୍ବତନ ନିମାପଡା ବିଧାୟକ ତଥା ବିଜେପି ମୁଖପାତ୍ର ସମୀର ଦାସ ସମାନ୍ତରାଳ ଭାବେ ଶତାଧିକ କର୍ମୀଙ୍କୁ ନେଇ ନିମାପଡାର ଏକ ରାସ୍ତା ଉଦଘାଟନ କରି ପରୋକ୍ଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଟାର୍ଗେଟ କରିଛନ୍ତି। ଗତ ବର୍ଷେ ଧରି ଉପମୁଖ୍ୟମନ୍ତ୍ରୀ ଯେଉଁ ପ୍ରକଳ୍ପ ଉଦଘାଟନ କରୁଛନ୍ତି ସବୁ ଗତ ୨୦୨୨-୨୩ ମସିହା ସମୟର । ଏବେ ସେ ନିମାପଡାର ବିଧାୟିକା, ପୁଣି ସରକାରର ଗୁରୁତ୍ବପୂର୍ଣ୍ଣ ଉପ ମୁଖ୍ୟମନ୍ତ୍ରୀ ପଦବୀ ପାଇଛନ୍ତି, ତେଣୁ ସେ ନିମାପଡାର ବିକାଶ ୪ ବର୍ଷ ଭିତରେ କ‘ଣ କରୁଛନ୍ତି ଓ କିଭଳି କରୁଛନ୍ତି ଆମେ ସବୁ ଅପେକ୍ଷା କରିଛୁ ବୋଲି ସମୀର ପ୍ରଭାତୀ ପରିଡାଙ୍କୁ ଖୋଲା ଆହ୍ବାନ ଦେଇଛନ୍ତି ।

Advertisment
BJP Samir Dash Odisha Politics Nimapada Deputy Chief Minister Pravati Parida
Advertisment
Advertisment