ରାଜଧାନୀ ଦିଲ୍ଲୀର ଏନ୍ସିଆର୍ ସମେତ ସମଗ୍ର ଉତ୍ତର ଭାରତରେ ସୋମବାର ସକାଳେ ଅନୁଭୂତ ହୋଇଛି ଭୂମିକମ୍ପ। ଭୋର ୫.୩୬ ମିନିଟ୍ରେ ରାଜଧାନୀ ଦିଲ୍ଲୀରେ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୦ ଥିଲା।
ଆଜି ଅନୁଭୂତ ହୋଇଥିବା ଭୂକମ୍ପର କେନ୍ଦ୍ର ହରିୟାଣାର ଫରିଦାବାଦଠାରୁ ୯ କିଲୋମିଟର ଦୂର ଓ ୧୦ କିଲୋମିଟର ଗଭୀରତାରେ ଥିବା ଜଣାପଡ଼ିଛି।
ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ଦଶମିକ ୨ ରହିଥିବା ସୂଚନା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଅନୁସାରେ ଆଜି ୨ଟା ୫୧ ମିନିଟରେ ୪୦ ସେକେଣ୍ଡରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି ।