ଥରିଲା ଦିଲ୍ଲୀ । ଦିଲ୍ଲୀ ଓ NCRରେ ଭୂମିକମ୍ପ ଅନୁଭୂତ। ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂମିକମ୍ପ ଝଟକା। ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଉତ୍ତର ଭାରତରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ର ନେପାଳରେ ଥିବା ସୂଚନା ମିଳିଛି ।
Also Read
#ଦୋହଲିଲା_ଦିଲ୍ଲୀ
— ଓଟିଭି (@otvkhabar) October 3, 2023
ଦିଲ୍ଲୀ ଓ NCRରେ ଭୂମିକମ୍ପ ଅନୁଭୂତ । ଭୂମିକମ୍ପର ତୀବ୍ରତା ୬ ଦଶମିକ ୨ ରିକ୍ଟର ସ୍କେଲ ଥିବା ସୂଚନା ।#India #Delhi #Earthquake pic.twitter.com/VBFsCTQwBb
ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ଦଶମିକ ୨ ରହିଥିବା ସୂଚନା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଅନୁସାରେ ଆଜି ୨ଟା ୫୧ ମିନିଟରେ ୪୦ ସେକେଣ୍ଡରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଝଟ୍କାରେ ଘରର ବିଭିନ୍ନ ଆସବାବପତ୍ର ଦୋହଲିବା ପରେ ଲୋକେ ଭୟରେ ବାହାରକୁ ଚାଲିଯାଇଥିଲେ।