/odishatv-khabar/media/post_attachments/uploadimage/library/16_9/16_9_0/Earthquake_1697369177.jpg)
Earthquake
ରାଜଧାନୀ ଦିଲ୍ଲୀରେ ପୁଣି ଭୂକମ୍ପ ଝଟକା । ଦିଲ୍ଲୀ NCRରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ, ଗାଜିଆବାଦ ଓ ନୋଏଡା ଅଞ୍ଚଳରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ଥିବା ସୂଚନା ମିଳିଛି । ଏହା ପୂର୍ବରୁ ଅକ୍ଟୋବର ୩ରେ ରାଜଧାନୀ ଦିଲ୍ଲୀ ଓ ଏନ୍ସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।
Earthquake of Magnitude:3.1, Occurred on 15-10-2023, 16:08:16 IST, Lat: 28.41 & Long: 77.41, Depth: 10 Km ,Location: 9km E of Faridabad, Haryana, India for more information Download the BhooKamp App https://t.co/bTcjyWm0IA@KirenRijiju@Dr_Mishra1966@moesgoi@Ravi_MoESpic.twitter.com/gG5B4j3oBs
— National Center for Seismology (@NCS_Earthquake) October 15, 2023
ଭୂକମ୍ପ ଆସିବା ପରେ ଲୋକେ ଘରୁ ବାହାରି ରାସ୍ତାକୁ ଆସିଯାଇଥିଲେ। ତେବେ ଭୂକମ୍ପରେ କ୍ଷୟକ୍ଷତିର ସୂଚନା ମିଳିନାହିଁ । ଗତ ୬ ମାସ ଭିତରେ ଦିଲ୍ଲୀରେ ପ୍ରାୟ ୬ ଥର ଭୂକମ୍ପ ଝଟକା ଅନୁଭୂତ ହେଲାଣି। ବାରମ୍ବାର ଭୂକମ୍ପ ଆସିବା ନେଇ ଦିଲ୍ଲୀବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ଗତ ଅକ୍ଟୋବର ୩ ତାରିଖରେ ମଧ୍ୟ ଦିଲ୍ଲୀ-ଏନସିଆର ସମେତ ଆଖପାଖ ଅଞ୍ଚଳରେ ଜୋରଦାର ଝଟକା ଅନୁଭୂତ ହୋଇଥିଲା।
ଗତ ୧୫ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଛି। ଏହା ପୂର୍ବରୁ ଅକ୍ଟୋବର ୩ ତାରିଖରେ ରାଜଧାନୀ ଦିଲ୍ଲୀ ଓ NCRରେ ଭୂକମ୍ପ ହୋଇଥିଲା। ଏହି ଭୂକମ୍ପର ଝଟକା ଏତେ ତୀବ୍ର ଥିଲା ଯେ, ଲୋକେ ଭୟରେ ଘରୁ ବାହାରି ରାସ୍ତା ଉପରକୁ ଚାଲି ଆସିଥିଲେ। ଏହାର କେନ୍ଦ୍ର ସ୍ଥଳ ନେପାଳ ଥିବା କୁହାଯାଇଥିଲା। ନେପାଳରେ ଗୋଟିଏ ପରେ ଗୋଟିଏ ୪ଟି କମ୍ପନ ଅନୁଭୂତ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)