• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Crime

Crime
ବନ୍ଦ ଘରୁ ମିଳିଲା ୯ ଜଣଙ୍କ ମୃତଦେହ

ଗୋଟିଏ ପରିବାରର ୯ଜଣଙ୍କ ମୃତଦେହ ଘରେ ମିଳିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

Love
ଗ୍ଲାମର ଦୁନିଆରେ ଜୀବନ ଜୀଉଁଥିବା ଯୁବତୀଙ୍କ ମିଳିଛି ଝୁଲନ୍ତା ମୃତଦେହ

କେବେ ଟେଲିଭିଜନରେ ଅଭିନୟ କରୁଥିଲେ ତ କେବେ ବିଭିନ୍ନ ଗୀତରେ ରିଲ୍ ବନାଇ ସୋସିଆଲ୍ ମିଡିଆରେ ଛାଡ଼ୁଥିଲେ ।

Love
ଅଭିନେତ୍ରୀ ରଶ୍ମୀରେଖାଙ୍କ ରହସ୍ୟଜନକ ମୃତ୍ୟୁ, ସାମ୍ନାକୁ ଆସିଲା ତ୍ରିକୋଣୀୟ ପ୍ରେମ ଲିଙ୍କ୍ !

ରଶ୍ମୀରେଖାଙ୍କ ମୃତ୍ୟୁକୁ ନେଇ ରାଜଧାନୀରେ ହଇଚଇ । ଲିଭ୍ ଇନ୍‌ରେ ରହୁଥିବା ଯୁବକଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ । ଭୁବନେଶ୍ୱର ଡିସିପି କହିଲେ ଯୁବତୀ ଆତ୍ମହତ୍ୟା କରିଛନ୍ତି ।

Crime
ମୋବାଇଲ ଚୋରକୁ ନିର୍ଧୁମ ମାଡ଼, ହାତଗୋଡ଼ ବାନ୍ଧି ଟ୍ରକ୍ ଡାଲାକୁ ଫିଙ୍ଗିଦେଲେ

ପାରାଦୀପ ଅଞ୍ଚଳରେ ପୁଣି ଅମାନବୀୟ କାଣ୍ଡ । କିଛିଦିନ ପୂର୍ବରୁ ସାମାନ୍ୟ କାରଣରୁ ଘଟିଥିଲା ସମାନ ଘଟଣା ।

deadbody
ବୋହୂର କାଠଫାଳିଆ ମାଡ଼ରେ ଶ୍ୱଶୁର ମୃତ

ପାରିବାରିକ କଳହରୁ କିଶୋରଚନ୍ଦ୍ରପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପହଞ୍ଚି ଆସିକା ଥାନା ପୋଲିସର ତଦନ୍ତ ।

Crime
ଡ୍ରେସ କିଣିବାକୁ ପଇସା ନଦେବାରୁ ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ

ନୟାକୋଟ ଥାନା ଉପରବରଡ଼ା ଗାଁରେ ଘଟିଛି ଏହି ଲୋମହର୍ଷକ ହତ୍ୟାକାଣ୍ଡ । ଘଟଣାର ତଦନ୍ତ କରିବା ସହ ନାବାଳକ ପୁଅକୁ ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ ।

Mines Mafia
ଯାଜପୁରରେ ଏକାଧିକ ଖଣି ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଜୋରଦାର ଚଢ଼ାଉ

ଆୟକର ଫାଙ୍କି ଅଭିଯୋଗରେ ରେଡ୍ ସୂଚନା । ଘର, ଅଫିସ ଓ କ୍ରସର ୟୁନିଟ୍ରେ ରେଡ୍ ।

Crime
ଡ୍ରଗ୍ସ ସେବନ ପରେ ହିତାହିତ ଜ୍ଞାନ ଭୁଲିଯାଉଛନ୍ତି ନିଶାଡ଼ି, ରାଜଧାନୀରେ ଗଡ଼ିଲାଣି ଅନେକ ମୁଣ୍ଡ

ନିଶା କାରବାର ରୋକିବାକୁ ପୋଲିସ୍‌ର ଭୂମିକାକୁ ନେଇ ପ୍ରଶ୍ନ । ନିଶାରୁ କେମିତି ମିଳିବ ନିସ୍ତାର ବାଟ ବତାଇଲେ ବିଶେଷଜ୍ଞ ।

Crime
କି ପ୍ରଚଣ୍ଡ କ୍ରୋଧ ! କ୍ଷଣିକ ମଧ୍ୟରେ ପୁରା ପରିବାର ଛାରଖାର, ପ୍ରଥମେ ପତ୍ନୀ ପରେ କୁନି ଝଅର ତଣ୍ଟି କାଟିଲା ବାପା

ଘରେ ବେଡ୍ ଉପରେ ପଡ଼ି ରହିଛି କୁନି ଝିଅ ଖାତା ବହି । ହେଲେ ସେ କେବେ ଘରକୁ ଫେରିବ ଠିକ୍ ଠିକଣା ନାହିଁ । କ୍ଷଣିକ ରାଗରେ ଛାରଖାର ହୋଇ ଯାଇଛି ପୁରା ପରିବାର ।

Wife's Sting Operation
ପୋଲିସ ସ୍ୱାମୀର ଚୋରା ପୀରତି ଧରିବାକୁ ପତ୍ନୀ କଲେ ଜବରଦସ୍ତ ଷ୍ଟିଙ୍ଗ ଅପରେସନ୍‌

ବିବାହର କିଛି ଦିନ ପରେ ମନୀଷା ଜାଣିବାକୁ ପାଇଥିଲେ ଯେ, ସ୍ୱାମୀ ସତ୍ୟମ ବାହାଲଙ୍କ ନାରୀଙ୍କ ପ୍ରତି ଦୁର୍ବଳତା ରହିଛି । ଅର୍ଥାତ୍‌ ସ୍ୱାମୀଙ୍କ ଚରିତ୍ର ପ୍ରତି ତାଙ୍କର ସନ୍ଦେହ ହୋଇଥିଲା । ତେଣୁ ସେ ଏକ ଉପାୟ ପାଞ୍ଚିଥିଲେ ।

Indian Army
କୁପ୍ରଥାର ଶିକାର ଭାରତୀୟ ଯବାନ, ଗାଁରୁ ହେଲେ ନିଆଁ ପାଣି ବାସନ୍ଦ

ଗଂଜାମ ଜିଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବାସନ୍ଦ ପ୍ରଥା । ସାମାନ୍ୟ ଭୁଲ କଲେ ଗାଁରୁ ତଡ଼ିପାର । ନଚେତ ନିଜ ଜାତିରୁ ବାସନ୍ଦ । ଗାଁ ମୁଖିଆ ଘୋଷଣା କରିଦେଲେ, ତାହା ବେଦର ଗାର ପାଲଟି ଯାଏ ।

Puri police
ନିଶା ବେପାରୀଙ୍କଠୁ ବଟି ନେଉଛି କି ପୁରୀ ପୋଲିସ ? ଅବକାରୀ ଇନ୍ସପେକ୍ଟର କଲେ ଖୁଲାସା

ପୋଲିସକୁ ବଟି ଦେଇ ଅବକାରୀ ଅଧିକାରୀଙ୍କୁ ବେଖାତିର କରୁଛନ୍ତି ମାଫିଆ । ଅବକାରୀ ଇନ୍ସପେକ୍ଟରଙ୍କ ମୁଣ୍ଡ ଦୋଷ ଅଛି କହିଲେ ଅଧୀକ୍ଷକ ।

Bhadrak Love Story
ପୁରା ଫିଲ୍ମ ଷ୍ଟାଇଲ ! ସ୍ୱାମୀକୁ ଦେଖୁ ଦେଖୁ ଧାଇଁ ଆସି କୁଣ୍ଢାଇ ଧରିଲା ଫେରାର ହୋଇଥିବା ସ୍ତ୍ରୀ..

ସ୍ତ୍ରୀକୁ ହରାଇ କାନ୍ଦି କାନ୍ଦି ଗଡ଼ିଯାଉଥିବା ସ୍ୱାମୀର ପ୍ରେମ ଶେଷରେ ଜିତିଯାଇଛି । ସାବିତ୍ରୀ ବ୍ରତ ପରଦିନ ଫେରାର ହୋଇଥିବା ସ୍ତ୍ରୀକୁ ଖୋଜି ପାଇଛନ୍ତି ଯୁବକ । ଅନ୍ୟ ଜଣେ ପୁରୁଷଙ୍କୁ ବିବାହ ପୂର୍ବରୁ ପତ୍ନୀଙ୍କୁ ଫିଲ୍ମ ଷ୍ଟାଇଲ୍‌ରେ ଉଦ୍ଧାର କରିଛନ୍ତି ସ୍ୱାମୀ ।

Puri Police
ଅବକାରୀ ବିଭାଗର ସାଂଘାତିକ ଅଭିଯୋଗ; ନିଶା ବେପାରୀଙ୍କଠୁ ମାସିକିଆ ବଟି ନେଉଛି ପୋଲିସ

ପୁରୀ ପୋଲିସ ନିଶା ବେପାରୀଙ୍କଠୁ ବଟି ନେଉଥିବା ଅଭିଯୋଗ କରିଛି ଅବକାରୀ ବିଭାଗ । ଅବକାରୀ ଇନ୍ସପେକ୍ଟରଙ୍କ ଚିଠିକୁ ନେଇ ପୁରୀ ପୋଲିସ ବିଭାଗ ହଟଚମଟ ।

Crime
କ୍ରାଇମ ପାଟ୍ରୋଲ ଦେଖି ଲୁଟ୍ ଯୋଜନା, ମହିଳାଙ୍କ ସହ ପ୍ରେମିକ ଗିରଫ

ଲୁଟ୍ ଘଟଣାରେ ମହିଳାଙ୍କ ସହ ତାଙ୍କ ପ୍ରେମିକ ଓ ଅନ୍ୟ ଜଣେ ନାବାଳକକୁ ଗିରଫ କରିଛି କଟକ ଲାଲବାଗ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ପ୍ରିୟଙ୍କା ସାହୁ ଓ ତାଙ୍କ ପ୍ରେମିକ ଅରବିନ୍ଦ ନାୟକ ।

Matrimony Marriage
ମ୍ୟାଟ୍ରିମୋନିରୁ ଆରମ୍ଭ ଲଭ୍‌ ଷ୍ଟୋରୀ, ତା’ପରେ ବାହାଘର ! ୨ ମାସରେ ମୃତ୍ୟୁ..

ମୃତ ନବବିବାହିତା ହେଲେ ପ୍ରଭାବତୀ ନାୟକ । ବାପଘର ଭଦ୍ରକ ଜିଲ୍ଲା ଅଣ୍ଡରାଇ ଗାଁ । ଭୁବନେଶ୍ୱର ଖଣ୍ଡଗିରି ଥାନା ସରକନ୍ତରା ଗାଁର ପ୍ରମୋଦ ଖୁଣ୍ଟିଆଙ୍କ ପୁଅ ପ୍ରକାଶ ଖୁଣ୍ଟିଆଙ୍କୁ ବିବାହ କରିଥିଲେ ।

Chakara Gang
ଲାଗିବ NSA ! ତଡ଼ିପାର ହେବେ ଦୁର୍ଦ୍ଦାନ୍ତ ଚକରା ଗ୍ୟାଙ୍ଗ

ଖାଲି ୨୦୨୨ରେ ରୁଜୁ ହୋଇଛି ୨୨ଟି ମାମଲା । ଖାଲି ଚକରା କାହିଁକି ଗ୍ୟାଙ୍ଗ ସଦସ୍ୟ ରାଜେଶ ମହାପାତ୍ର, ରବିନ ଶତପଥୀ ନାଁରେ ବି ରହିଛି ମାଳମାଳ ମାମଲା ।

Crime
ବୋହୂ ଉପରେ ରାଗ, ହେଲେ ଶାଶୁକୁ ନିସ୍ତୁକ ମାଡ଼

୮୦ ବର୍ଷିୟ ବୃଦ୍ଧା ଶାଶୁଙ୍କୁ ଏକ ରୁମ୍‌ ଭିତରେ ରଖି ମାଡ଼ମାରିଲେ ।

Crime Bhubaneswar
ପୋଲିସ ସମ୍ମୁଖରେ ଭାଇକୁ ହାଣିଲା ଭାଇ

ପୋଲିସ ଉପସ୍ଥିତିରେ ଆକ୍ରମଣ କରିଚାଲିଥିଲେ ହେଁ କାବୁ କରିବାକୁ ଯାଇ ନାକେଦମ ହୋଇଥିଲା ପୋଲିସ ।

1 dead in firing
ଗୁଳି ଫୁଟାଇ ମାରିଦେଲେ, ୨୦ ଲକ୍ଷ ଲୁଟିନେଲେ

ଜଣେ ବ୍ୟବସାୟୀ ଘଟଣାସ୍ଥଳରେ ଟଳି ପଡିଥିଲେ।

Firing
ପୁରୀରେ ପୁଣି ଫୁଟିଲା ଗୁଳି, ଜଣେ ମୃତ

ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ସୂଚନା । ୨ ଜଣ ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳି କରିଥିବା ସୂଚନା ।

Lootera
ସରିଜ୍‌ ଗହଣା ଦୋକାନ ଲୁଟ୍‌ ପଛର ମାଷ୍ଟର ମାଇଣ୍ଡ ମହିଳା ଗିରଫ

ରାଜଧାନୀରେ ଗୋଟିଏ ପରେ ଗୋଟିଏ ଗହଣା ବ୍ୟବସାୟୀଙ୍କୁ ଟାର୍ଗେଟ ସହ ବେଗୁନିଆ ଏବଂ ନୟାଗଡ଼ରେ ଗହଣା ଦୋକାନ ଲୁଟ ପଛର ଆନ୍ତଜିଲ୍ଲା ଲୁଟେରା ଗ୍ୟାଙ୍ଗ ଧରାପଡିଛି ।

Planned Crime
ହିଟ୍‌ ଆଣ୍ଡ ରନ୍‌ କେସ୍‌ରେ ସିସିଟିଭି କହିଲା ସତ, ସାମ୍ନାକୁ ଆସିଲା ମୁଖ୍ୟ ଅଭିଯୁକ୍ତ

ଏକ୍ସକ୍ଳୁସିଭ ଭିଜୁଆଲ ସହ ତଥ୍ୟ ଲାଗିଛି ଓଟିଭି ହାତରେ । ପୋଲିସ କହିଛି, ଗାଡି ଭିତରେ ୨ ଜଣ ଥିବାବେଳେ ଜଣେ ଧରାପଡ଼ିଛି ଆଉ ଜଣେ ଫେରାର ମାରିଛି ।

Lady Killed
ପଚାରିଲା ‘ମୋତେ କାହିଁକି ଭଲ ପାଉନାହଁ’ ? ତା’ପରେ ଯୁବତୀଙ୍କ ଗଳା କାଟି ଫେରାର..

ଔରଙ୍ଗାବାଦ୍‌ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ରବିବାର ତାକୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲା ୨୦ ବର୍ଷିୟ ସାରନ୍‌ସିଂହ ସେଠି ।

Video Chatting
ଚତୁର୍ଥୀ ରାତିରେ ନ୍ୟୁଡ୍‌ ଭିଡିଓ କଲ୍‌ ମାମଲା, ନନ୍ଦିନୀଙ୍କ ନାଁରେ ଲାଗିଲା ୪୨୦ ଦଫା

ଖାଲି ଏତିକି ନୁହେଁ, ଲିଙ୍ଗରାଜ ଥାନାରେ ବି ରୁଜୁ ହୋଇଛି ନନ୍ଦିନୀଙ୍କ ନାଁରେ ମାମଲା ।