/odishatv-khabar/media/media_files/2025/10/18/murder-2025-10-18-08-57-11.jpg)
MURDER Photograph: (OTV)
ଏକତରଫା ପ୍ରେମର କରୁଣ ପରିଣତି। ପ୍ରେମିକାର ବାପା ସହ ମିଶି ପ୍ରେମିକକୁ ହତ୍ୟା କଲା ଏକତରଫା ପ୍ରେମ କରୁଥିବା ପ୍ରେମିକ। ମାଲକାନଗିରିରେ ବିଷ୍ଣୁ ନାୟକ ହତ୍ୟାକାଣ୍ଡର ପର୍ଦାଫାଶ କଲା ମାଥିଲି ପୋଲିସ। ଘଟଣାରେ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ବି ମୁଖ୍ୟ ଆସାମୀ ଫେରାର ରହିଛି। ଗୋଟିଏ ଝିଅକୁ ଦୁଇ ଜଣ ଭଲ ପାଉଥିବାରୁ ଏଭଳି ଅମାନୁଷୀୟ କାଣ୍ଡ ଘଟିଥିବା କୁହାଯାଉଛି। ଏପଟେ ସମ୍ପୃକ୍ତ ଝିଅର ବାପା ହିଁ ହତ୍ୟାକାଣ୍ଡର ଅଭିଯୁକ୍ତ।
Advertisment
ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କତ୍ତାପାଲ୍ଲି ପଞ୍ଚାୟତର ରେଙ୍ଗାବେଡା ଗ୍ରାମର ବିଷ୍ଣୁ ନାୟକଙ୍କ ମୃତ୍ୟୁଦେହ ପାଙ୍ଗାମ ପଞ୍ଚାୟତ ବଡାଗୁଡ଼ା ଗ୍ରାମ ନିକଟରେ କ୍ରସର ପାଖରେ ଥିବା ଏକ ପୋଖରୀରୁ ଉଦ୍ଧାର ହୋଇଥିଲା। ପୋଲିସ ଘଟଣାରେ ସମ୍ପୃକ୍ତ ଝିଅର ବାପାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୀପକ କୁମାର ଫେରାର ରହିଥିବା ବେଳେ ସାଗର ସୁନାମ, ମନୋଜ ଗୌଡ଼ ଓ ଶଙ୍କରଙ୍କୁ ଗିରଫ କରିଛି ପୋଲିସ।
ଅଧିକ ଦେଖନ୍ତୁ:
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)