• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Crime

Husband Wife Issue
ସ୍ତ୍ରୀର ନିର୍ଯାତନା ମୁଁ ସହିପାରୁନି...ଜୀବନ ହାରିବାକୁ ନିଷ୍ପତ୍ତି ନେଲି

ଦିନେ ଏକା ସାଙ୍ଗରେ ବଜାର ବୁଲୁଥିଲେ, ଫଟୋ ବି ଉଠାଉଥିଲେ । ହେଲେ ଏବେ ତାଙ୍କ ଫଟୋରେ ଫୁଲ ଦେଉଛନ୍ତି ପରିବାର ଲୋକ । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ପୂରା ସତ । ସ୍ୱାମୀ କି ଶାଶୂଘର ଲୋକ ବୋହୂକୁ ନିର୍ଯାତନା ଦେଇନାହାନ୍ତି ବରଂ ସ୍ତ୍ରୀର ନିର୍ଯାତନାରେ ଜୀବନ ହାରିଛନ୍ତି ସ୍ୱାମୀ । ଯାହାକୁ ନେଇ ଏବେ ପୂରା ରାଜଗାଙ୍ଗପୁରରେ ଚର୍ଚ୍ଚା ।

World Suicide Prevention Day
ବିଶ୍ୱ ପାଳୁଛି ଆତ୍ମହତ୍ୟା ନିବାରଣ ଦିବସ; ମାନସିକ ଅବଶାଦକୁ କେମିତି କରିବେ ନିୟନ୍ତ୍ରଣ ?

ଅବସାଦ, ହତାଶ ଆଉ ନିରାଶ । ସାଜିଛି ଶୀତଳ ମୃତ୍ୟୁର ସୌଦାଗର । କେତେବେଳେ ଭେଣ୍ଡିଆ ପୁଅକୁ ଟାଣି ନେଉଛି ମରଣର କୋଳକୁ, ତ’ ଆଉ କେବେ ଅନାଥ କରିଦେଉଛି ପରିବାରକୁ । ଚରମ ନିଷ୍ପତ୍ତି ନେଇ ଜୀବନ ହାରିବାକୁ ପଛାଉନି ମଣିଷ ।

Balasore Bride Death Mystery
ଗେହ୍ଲୁ ମୁଁ ଯାଉଛି କହି ଚିଠି ଲେଖିବା ପରେ...

ଗେହ୍ଲୁ ତୁମକୁ ସ୍ୱାମୀ ରୂପରେ ପାଇ ମୁଁ ବହୁତ ଖୁସୀ । ତୁମେ ବହୁତ ଆଗକୁ ଯାଅ...ତୁମକୁ ଛାଡିଯିବାର ଇଚ୍ଛା ହେଉନି, ହେଲେ ବି ମୁଁ ଯାଉଛି । ବାସ୍‌ ଏତିକି ଚିଠି ଲେଖିବା ପରେ ଜୀବନ ହାରିଦେଲେ ନବବଧୂ । ସେପଟେ ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ । ପ୍ରକୃତରେ ଘଟଣା ଥିଲା କଣ?

Retired Jawan
ଖଣ୍ଡା ଓ ମାର୍ତୁଲ ଧରି ଆତଙ୍କ ଖେଳାଇଲେ ଯବାନ; ପୋଲିସ ହେଲା ନାକେଦମ

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ । ହାତରେ ମାରଣାସ୍ତ୍ର ଧରି ସର୍ବସାଧାରଣରେ ଆତଙ୍କ ଖେଳାଇଲେ । ତେବେ ଯବାନ ଜଣକ କାହାକୁ ଆକ୍ରମଣ କରିନଥିଲେ ବରଂ ଅଭିଯୋଗର ଲମ୍ବା ତାଲିକା ଦେଖାଇ ପୋଲିସ ଓ ପ୍ରଶାସନ ଉପରେ ଖୋଲାଖୋଲି ଅସନ୍ତୋଷ ଝାଡିଥିଲେ । ହେଲେ କାହିଁକି ଏମିତି କରୁଥିଲେ ସେ, ଜାଣିବା ଆସନ୍ତୁ ।

crime
ଜେଲର୍‌ ମ୍ୟାଡମଙ୍କୁ ଦରକାର ମୁଣ୍ଡ,ଅଡିଓ ଭାଇରାଲ

ଅଡିଓରେ ତାଙ୍କୁ ଜଣଙ୍କ ମୁଣ୍ଡ ଦରକାର ବୋଲି କହୁଛନ୍ତି ଜେଲର । ଜୀବନ୍ତ କିମ୍ବା ମୃତ ଯେମିତି ହେଲେ ମୁଣ୍ଡ ଦରକାର ବୋଲି କହୁଛନ୍ତି ।

Miscreants Attack Youth
ରାଜଧାନୀରେ ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା; ଚୋରି ଜିନିଷ ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ!

ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା । ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକରେ ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଆକ୍ରମଣ ହୋଇଛି । ସୂଚନା ଅନୁଯାୟୀ ୪ଜଣ ଯୁବକ ଆସି ଅନ୍ୟ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ।

Husband and wife critical after being attacked by blade i
ଶୋଇଥିଲେ ସ୍ୱାମୀସ୍ତ୍ରୀ, ଘରେ ପଶି ଉଭୟଙ୍କୁ ବ୍ଲେଡରେ କାଟି ପକାଇଲା ଦୁର୍ବୃତ୍ତ

ରାତି ଅଧରେ ନିଶାସକ୍ତ ଅବସ୍ଥାରେ ଘରେ ପଶିଲା.. ସ୍ୱାମୀ ସ୍ତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ କଲା.. ସ୍ୱାମୀ ଗୁରୁତର, ସ୍ତ୍ରୀଙ୍କ ଅବସ୍ଥା ସୁଧୁରୁଛି

ଛାତ୍ରୀଙ୍କୁ_ମାରିଲା_କିଏ?
ଛାତ୍ରୀଙ୍କୁ ମାରିଲା କିଏ?

ଭୁବନେଶ୍ୱର ଦୀପାଳି ବାରରେ ରମାଦେବୀ ଛାତ୍ରୀ ମୃତ୍ୟୁକୁ ନେଇ ସସପେନ୍ସ । କାହିଁକି ରାତି ଅଧରେ ଯାଇଥିଲେ, ଅଡୁଆ ପ୍ରଶ୍ନ ଭିତରେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଛାତ୍ରୀଙ୍କ ମୋବାଇଲ ସିଜ୍ କରି କ୍ଲୁ ଖୋଜୁଛି ପୋଲିସ୍

Man brutally kills female friend
ସୈତାନ ସାଜିଲା ପ୍ରେମିକ...ଯାହାକୁ ଭଲ ପାଉଥିଲା ତାକୁ ହିଁ ମାରିଦେଲା

ପ୍ରେମିକ ନାଁରେ କଳଙ୍କ । ଯାହାକୁ ଭଲପାଉଥିଲା, ବିବାହର ପ୍ରତିଶ୍ରୁତି ଦେଇଥିଲା...ତା’କୁ ହିଁ ମାରିଦେଲା । ୨ ସହଯୋଗୀଙ୍କ ଗିରଫ ପରେ ପୂରା ଘଟଣାର ହେଲା ପର୍ଦ୍ଦାଫାଶ । ଭାଇ କହୁଛି ଭଉଣୀର ହତ୍ୟାକାରୀଙ୍କୁ ଦଣ୍ଡ ମିଳୁ।

Tensions erupts in Subarnapur village after missing boy’s body recovered by police
କେମିତି ମାଆ ପାଖରୁ ନିଖୋଜ ହୋଇଗଲା ନାବାଳକ ପୁଅ? ନରବଳି ନା ଯୋଜନାବଦ୍ଧ ହତ୍ୟା?

ଗୁପ୍ତଧନ ଆଶାରେ ନାବାଳକକୁ ନରବଳି ସନ୍ଦେହରେ ଏବେ ବି ଅନୁଗୁଳ କିଆକଟା ଅଞ୍ଚଳରେ ଲାଗି ରହିଛି ଚାପା ଉତ୍ତେଜନା। ଗତ ଶନିବାର ରାତିରେ ମୃତ ନାବାଳକ ନିଖୋଜ ହୋଇଥିବା ମଙ୍ଗଳା କୋଠୀକୁ କଡ଼ା ସୁରକ୍ଷାରେ ରଖି ସବୁ ଦିଗରୁ ତଦନ୍ତ ଚଳାଇଛି ଆଠମଲ୍ଲିକ ପୋଲିସ୍। ତାସହ ମଙ୍ଗଳା ସାଧିକା ରୀତାଞ୍ଜଳି ବାଘ ସହ ତାର ତିନି ପୁଅଙ୍କୁ ଗିରଫ ପରେ ଅଜଣା ସ୍ଥାନକୁ ନେଇ ଜେରା କରୁଛି। SP କହିଛନ୍ତି ଖୁବଶୀଘ୍ର ହତ୍ୟାର ମୋଟିଭ୍ ଜଣାପଡ଼ିବ। ସେପଟେ ଶବ ହସ୍ତାନ୍ତର ପରେ ନାବାଳକ ଶରୀରରୁ କିଛି ଅଙ୍ଗ ଗାଏବ ଥିବା ଅଭିଯୋଗ ଆଣିଛନ୍ତି ସଂପର୍କୀୟ।

Drug mafia critical
ଖୋର୍ଦ୍ଧାରେ ନିଶା ମାଫିଆକୁ ଗୁଳି

କିଛି ଦିନର ନୀରବତା ପରେ ଖୋର୍ଦ୍ଧାରେ ପୁଣି ଫୁଟିଲା ଗୁଳି । ସାମନ୍ତରାପୁରର ଠେଙ୍ଗାହାଟ ଛକରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ବ୍ରାଉନସୁଗାର ମାଫିଆ ସୋମନାଥ ଭୁଜବଳକୁ ଗୁଳିମାଡ଼ ହୋଇଛି । ପିକ୍ ଅପ୍ ଭ୍ୟାନରେ ଆସି ସଂଘବଦ୍ଧ ଭାବେ ଆସି ଏକାଧିକ ଯୁବକ ସଂପୃକ୍ତ ଡ୍ରଗ୍ସ ମାଫିଆକୁ ଗୁଳି କରିଛନ୍ତି ।

Divyang man beaten at de-addiction centre
ନିଶା ଛଡାଉ ଛଡାଉ ଏମାନେ ଜୀବନ ନେଇଯିବେ

ଗୋଟିଏ ପଟେ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଅକଥନୀୟ ନିର୍ଯାତନାର ଖବର ବାରମ୍ବାର ଆସୁଛି । ଅନ୍ୟପଟେ ବେଆଇନ ଭାବେ ଖୋଲି ଥିବା ନିଶା ନିବାରଣ କେନ୍ଦ୍ରକୁ ରୋକ ଲଗାଇ ପାରୁନାହିଁ ପ୍ରଶାସନ। ବାରିପଦାରେ ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ପରେ ଏବେ ନିଶା ନିବାରଣ କେନ୍ଦ୍ରକୁ ଯାଞ୍ଚ କରିବା ପାଇଁ ଦାବି ଜୋର ଧରିଲାଣି

Crime news
ମାତିଛନ୍ତି ଲେଡି ଲୁଟେରା; ଯୁବକଙ୍କୁ କରୁଛନ୍ତି ଟଣାଓଟରା; ପାଟି ଖୋଲିଲେ ଦୁଷ୍କର୍ମ ଅଭିଯୋଗର ଦେଉଛନ୍ତି ଧମକ୍

ରାଜଧାନୀ ଛାତି ଉପରେ, ଦିନ ଦ୍ୱିପ୍ରହରେ, ଖୁଲମଖୁଲା ବେଧଡକ । ଜଣେ ଯୁବକଙ୍କ କଲର୍ ଧରି ଟଣା ଓଟରା କରୁଛନ୍ତି ଦୁଇ ଯୁବତୀ । ଲୋକବାକ ଯାଆସ କରୁଛନ୍ତି, ଗାଡିମଟର ଯିବା ଆସିବା କରୁଛି ।

Naba Das murder case
ନବ ଦାସ ମର୍ଡର ମିଷ୍ଟ୍ରିକୁ ପୂରିଲା ୩ ମାସ, ହେଲେ ସାମ୍ନାକୁ ଆସିପାରିଲାନି ହତ୍ୟା ପଛର ମୋଟିଭ୍

ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ପୂରିଲା ୩ ମାସ। କାରଣ ଜାଣିବାକୁ କ୍ରାଇମବ୍ରାଞ୍ଚ ତଦନ୍ତଠୁ ଆମେରିକୀୟ ତଦନ୍ତକାରୀ ସଂସ୍ଥା FBI ଯାଏଁ କଥା ଉଠିଲା। ହେଲେ କାଣିଚାଏ ବି ଜଣାପଡ଼ିଲାନି, ଏହି ଜଘନ୍ୟ ଅପରାଧ ପଛର ସତ କ’ଣ। କାହିଁକି ମାରିଲା ଅଭିଯୁକ୍ତ ଗୋପାଳ ଦାସ, ତା’ ମନକଥା ପଢ଼ିବାକୁ କେତେ କ’ଣ ପଦକ୍ଷେପ ନିଆଗଲା। ହେଲେ ହତ୍ୟାର କାରଣକୁ ନେଇ ଅସମ୍ଭବ ନୀରବତା ଅବଲମ୍ବନ କରୁଛି ପୋଲିସ। ଭଗବାନ ଭରସାରେ ଥିବା ଝିଅ ଦିପାଳୀ ବି ହତ୍ୟାକାଣ୍ଡକୁ ବିଧିର ବିଧାନ କହି ଏଡ଼ାଇ ଯାଉଥିବାବେଳେ ଏହାକୁ କିନ୍ତୁ ପ୍ରସଙ୍ଗ କରିଛନ୍ତି ବିରୋଧୀ।

golgappa
ଗୁପ୍‌ଚୁପ୍‌ ପାଇଁ ଲଙ୍କାକାଣ୍ଡ ! ଖାଇବାକୁ ମନା କରିବାରୁ ମହିଳାଙ୍କୁ ପିଟି ପିଟି ହତ୍ୟା

ସାମାନ୍ୟ ଗୁପ୍‌ଚୁପ୍‌ ଖିଆକୁ ନେଇ ଜଣଙ୍କ ଜୀବନ ଚାଲିଗଲା । ପିଟି ପିଟି ବୃଦ୍ଧାଙ୍କୁ ହତ୍ୟା କଲେ ପଡ଼ୋଶୀ ।

relationship exposed
ସବୁ ସାରିଦେଲା ଫୋନ୍‌...ସ୍ତ୍ରୀକୁ ହାଣିଲା , ନିଜେ ବିଷ ପିଇଦେଲା

ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ଭୁଜାଲିରେ ହାଣିବା ପରେ ସ୍ୱାମୀ ପିଇଲା ବିଷ । ଝାଡ଼କଟା ଗାଁର ପର୍ଶୁରାମ ନିଜ କାମରେ ଘରୁ ବାହାରକୁ ଯାଇଥିଲେ । ଆସିଲା ବେଳକୁ ଦେଖିଥିଲେ ସ୍ତ୍ରୀ କାହା ସହ ଫୋନରେ କଥାହେଉଛନ୍ତି । ଏହାକୁ ବିରୋଧ କରିବା ସହିତ ସ୍ତ୍ରୀ ପାର୍ବତୀଙ୍କ ମୁଣ୍ଡ ଓ ପେଟକୁ ଗଭୀର ଭାବରେ ଆଘାତ ଦେଇଥିଲେ । ଆକ୍ରମଣରେ ସ୍ତ୍ରୀ ଗୁରୁତର ହେବା ପରେ ପର୍ଶୁରାମ ନିଜେ ବିଷ ପିଇଦେଇଥିଲେ । ଏମିତି ଘଟଣା ସମ୍ପର୍କରେ ଗାଁ ଲୋକେ ଖବର ପାଇବା ପରେ ତୁରନ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

Girl cries for justice
ଝିଅକୁ ମାରିଲେ, ମାଆକୁ ଦୁଷ୍କର୍ମ କଲେ...ନ୍ୟାୟ ମାଗୁଛି ବଡ଼ ଝିଅ

ମସିହା ୨୦୧୮, ସ୍ଥାନ- ଭଦ୍ରକର ଛେଡାକ ଗାଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ତିନିଜଣ ଯୁବକ ଦେବେନ୍ଦ୍ର ଦାସଙ୍କ ସାନ ଝିଅକୁ ପେଟ୍ରୋଲ ଢ଼ାଳି ମାରି ଦେଇଥିଲେ । ଆଖି ସାମ୍ନାରେ ଝିଅର ମୃତ୍ୟୁକୁ ବିରୋଧ କରିବା ସହିତ ଥାନାରେ ଏନେଇ କେସ୍‌ କରିଥିଲେ ମାଆ ଟୁନି ଦାସ୍‌ । ତେବେ ଥାନାରେ ମାମଲା ଦାୟର କରିବାରୁ ଗତ ୨୩ /୦୨/୨୩ ତାରିଖରେ ଟୁନିଙ୍କୁ ଉଠାଇ ନେଇଥିଲେ ଦୁର୍ବୃତ୍ତ । ଖାଲି ଉଠାଇ ଥିଲେ ତାହା ନୁହେଁ ବରଂ ତାଙ୍କୁ ଦୁଷ୍କର୍ମ କରିବା ସହିତ ପୋଡ଼ି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ବଡ଼ ଝିଅ ସସ୍ମିତା ଓ ବାପା ଦେବେନ୍ଦ୍ର ।

Khandagiri Crime News
କେମିତି ହେଲା ଦୁର୍ଗାପ୍ରସାଦଙ୍କ ମୃତ୍ୟୁ ? ସନ୍ଦେହରେ ଗାର୍ଲଫ୍ରେଣ୍ଡ

ବିକାଶଙ୍କ ବାନ୍ଧବୀଙ୍କ ଜନ୍ମଦିନ ପାଳିବା ପାଇଁ ନିଜ ବାନ୍ଧବୀଙ୍କୁ ଧରି ରାତିରେ ଏହି ହୋଟେଲରେ ପହଞ୍ଚିଥିଲେ ଦୁର୍ଗାପ୍ରସାଦ । ବିକାଶ ଏବଂ ଦୁର୍ଗାପ୍ରସାଦ ୨ଟି ରୁମ୍ ବୁକ କରିଥିଲେ । ଆଉ ଠିକ୍ ରାତି ୧୨ଟା ହେବା କ୍ଷଣି ଆରମ୍ଭ ହୋଇଥିଲା ସେଲିବ୍ରେସନ । କଟାଯାଇଥିଲା ବାର୍ଥ ଡେ କେକ୍ । ତା’ପରେ ଆରମ୍ଭ ହୋଇଥିଲା ଖିଆପିଆ

Murder
ନୃଶଂସ ଶାଶୂଘର : କାନ୍ଥରୁ ଲିଭିନି ବାହାଚିତା, ଜଳିଲା ମାମାଲିର ଚିତା

ବାହାଘର ହେଲା, ଯୌତୁକ ବି ପାଇଲେ । ହେଲେ ପୁଣି ଅଧିକ ଯୌତୁକ ଆଶା କରି ବୋହୂକୁ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ଆଣିଛନ୍ତି ବାପଘର ଲୋକେ । ଏମିତିକି ଏହାପୂର୍ବରୁ ବି ଶାଶୂଘର ଲୋକେ ମାମାଲିଙ୍କୁ ନିର୍ଯାତନା ଦେଇଥିବା ବାପଘର ଲୋକେ କହିଛନ୍ତି । ବାରମ୍ବାର କଳିଝଗଡ଼ା ହେଉଥିବା କଥା ବାପଘର ଲୋକଙ୍କୁ କହିଥିଲେ ମାମାଲି । ଘଟଣାର ସମାଧାନ ପାଇଁ ଉଦ୍ୟମ ବି ହୋଇଥିଲା । କିନ୍ତୁ ଶାଶୂଘର ଲୋକ ଶେଷରେ ମାମାଲିଙ୍କୁ ଜୀବନରୁ ମାରିଦେଇଥିବା ଅଭିଯୋଗ ହୋଇଛି ।

Sambalpur News
ବ୍ରାଣ୍ଡେଡ୍ ବଟଲରେ ଡୁପ୍ଲିକେଟ୍ ମାଲ୍; ସମ୍ବଲପୁରରେ ଜବତ ହେଲା ନକଲି ମଦ ଫ୍ୟାକ୍ଟ୍ରି

ବୋତଲ, ଲେବୁଲ, ଷ୍ଟିକର ସବୁ ଅସଲି, ହେଲେ ମାଲ ଏକଦମ୍ ନକଲି । ସମ୍ବଲପୁର ରାଣୀଖିଣ୍ଡା ଅଞ୍ଚଳରେ ଡୁପ୍ଲିକେଟ୍ ମଦ ପ୍ରସ୍ତୁତିର ଏକ ବଡ଼ ୟୁନିଟ୍ ଉପରେ ଚଢାଉ କରିଛି ଅବକାରୀ ଗୁଇନ୍ଦା ବିଭାଗ । ରେଡ୍ ବେଳେ ସେଠାରୁ ନାମୀଦାମୀ ବ୍ରାଣ୍ଡର ବିପୁଳ ପରିମାଣର ଠିପି, ବୋତଲ, ଲେବୁଲ ସହ ଅବକାରୀ ବିଭାଗର ସିଲ୍ ଷ୍ଟିକର ବି ଜବତ କରିଛି । ଏ ଘଟଣାରେ ଜଣକୁ ଗିରଫ କରାଯାଇଥିବା ବେଳେ ମାଷ୍ଟରମାଇଣ୍ଡ୍ ଫେରାର ହୋଇଯାଇଛି ।

Home Department
ଗୃହ ବିଭାଗର ଶ୍ୱେତପତ୍ର; ରାଜ୍ୟରେ ୧୫% ବଢ଼ିଛି ଅପରାଧ

ଗୃହ ବିଭାଗର ଶ୍ୱେତପତ୍ର ଅନୁସାରେ ରାଜ୍ୟରେ ୨୦୨୨ ମସିହାରେ ରୁଜୁ ହୋଇଥିବା ମୋଟ ୧ ଲକ୍ଷ ୭୮ହଜାର ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୨୯୯୮ଟି ଲୁଣ୍ଠନ, ୫୪୬୭ଟି ସିନ୍ଧିଚୋରି, ୧୪ ହଜାର ୮୯୩ଟି ଚୋରି, ୩ ହଜାର ୧୮୪ଟି ଦୁଷ୍କର୍ମ ମାମଲା ସାମିଲ ଅଛି ।

Cough syrup bottles worth Rs 40 lakhs seized from bolangir
ନିଶା କବଳରେ ଯୁବପିଢ଼ି, ୪୦ ଲକ୍ଷ ଟଙ୍କାର କଫ ସିରପ୍‌ ଜବତ...

ନିଶା ବିରୋଧରେ ବଲାଙ୍ଗିର ପୋଲିସ୍‌ର ମିଶନ ‘କଫ ସିରପ୍‌’। ଗାଡ଼ି ସମେତ ୪୦ ଲକ୍ଷ ଟଙ୍କାର କଫ ସିରପ୍‌ ବୋତଲ ବଲାଙ୍ଗିର ପୋଲିସ୍‌ ଜବତ କରିଛି। 

Wife Attacked Husband In Bolangir
ମୋବାଇଲ୍‌ ଦେଲାନି ସ୍ୱାମୀ, ପନିକିରେ ହାଣିଲା ସ୍ତ୍ରୀ

ମୋବାଇଲ୍‌ ଦେବାକୁ ମନା କରିବାରୁ ସ୍ୱାମୀକୁ ପନିକିରେ ହାଣିଲା ସ୍ତ୍ରୀ। ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗାଁରେ ଏହି ଘଟଣା ଘଟିଛି।

Satish Kaushik
‘୧୫ କୋଟି ପାଇଁ… ମୋ ସ୍ୱାମୀ ସତୀଶ କୌଶିକଙ୍କୁ ମାରିଛନ୍ତି’

ଜଣେ ବ୍ୟବସାୟୀଙ୍କ ପତ୍ନୀ ଦିଲ୍ଲୀ ପୋଲିସ କମିଶନର କାର୍ଯ୍ୟାଳୟରେ ବିସ୍ଫୋରକ ବୟାନ ରଖିଛନ୍ତି । ମହିଳା ଜଣକ ପ୍ରତିକ୍ରିୟାରେ ତାଙ୍କ ସ୍ୱାମୀଙ୍କ ଉପରେ ହତ୍ୟାର ଅଭିଯୋଗ ଆଣିଛନ୍ତି ।

Chicken Curry
ହୋଲିରେ ସ୍ତ୍ରୀ ରାନ୍ଧିଲାନି ଚିକେନ୍‌; ପିଟି ପିଟି ଲହୁଲୁହାଣ କଲା ସ୍ୱାମୀ

ସ୍ୱାମୀ ଘର ନିକଟରେ ପଡ଼ିଥିବା ଏକ ବାଡ଼ି ଆଣି ସ୍ତ୍ରୀକୁ ନିର୍ଧୂମ୍‌ ମାଡ଼ ମାରିଥିଲେ । ଯେଉଁଥିରେ ସ୍ତ୍ରୀ ଜଣକ ଲହୁଲୁହାଣ ହୋଇଥିଲେ । ଖାଲି ସେତିକି ନୁହେଁ ସ୍ୱାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ମୁଣ୍ଡ ଫାଟିବା ସହ ଗୋଟିଏ ହାତ ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡ଼ିଛି ।