ଗୃହ ବିଭାଗର ଶ୍ୱେତପତ୍ର ଅନୁସାରେ ରାଜ୍ୟରେ ୨୦୨୨ ମସିହାରେ ରୁଜୁ ହୋଇଥିବା ମୋଟ ୧ ଲକ୍ଷ ୭୮ହଜାର ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୨୯୯୮ଟି ଲୁଣ୍ଠନ, ୫୪୬୭ଟି ସିନ୍ଧିଚୋରି, ୧୪ ହଜାର ୮୯୩ଟି ଚୋରି, ୩ ହଜାର ୧୮୪ଟି ଦୁଷ୍କର୍ମ ମାମଲା ସାମିଲ ଅଛି ।
ନିଶା ବିରୋଧରେ ବଲାଙ୍ଗିର ପୋଲିସ୍ର ମିଶନ ‘କଫ ସିରପ୍’। ଗାଡ଼ି ସମେତ ୪୦ ଲକ୍ଷ ଟଙ୍କାର କଫ ସିରପ୍ ବୋତଲ ବଲାଙ୍ଗିର ପୋଲିସ୍ ଜବତ କରିଛି।
ମୋବାଇଲ୍ ଦେବାକୁ ମନା କରିବାରୁ ସ୍ୱାମୀକୁ ପନିକିରେ ହାଣିଲା ସ୍ତ୍ରୀ। ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗାଁରେ ଏହି ଘଟଣା ଘଟିଛି।
ଜଣେ ବ୍ୟବସାୟୀଙ୍କ ପତ୍ନୀ ଦିଲ୍ଲୀ ପୋଲିସ କମିଶନର କାର୍ଯ୍ୟାଳୟରେ ବିସ୍ଫୋରକ ବୟାନ ରଖିଛନ୍ତି । ମହିଳା ଜଣକ ପ୍ରତିକ୍ରିୟାରେ ତାଙ୍କ ସ୍ୱାମୀଙ୍କ ଉପରେ ହତ୍ୟାର ଅଭିଯୋଗ ଆଣିଛନ୍ତି ।
ସ୍ୱାମୀ ଘର ନିକଟରେ ପଡ଼ିଥିବା ଏକ ବାଡ଼ି ଆଣି ସ୍ତ୍ରୀକୁ ନିର୍ଧୂମ୍ ମାଡ଼ ମାରିଥିଲେ । ଯେଉଁଥିରେ ସ୍ତ୍ରୀ ଜଣକ ଲହୁଲୁହାଣ ହୋଇଥିଲେ । ଖାଲି ସେତିକି ନୁହେଁ ସ୍ୱାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ମୁଣ୍ଡ ଫାଟିବା ସହ ଗୋଟିଏ ହାତ ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡ଼ିଛି ।
ବାଇକ୍ ପଛରେ ବସି ରିଲ୍ସ କରିବା ନିଶା ୨ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସେମାନଙ୍କର ବାଇକ୍ ସ୍କୁଟିରେ ଯାଉଥିବା ମହିଳାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଛି।
ପୋଲିସ ବ୍ୟକ୍ତି ଜଣକଙ୍କ ମୃତଦେହ ଉଦ୍ଧାର କରିବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି । ପୋଲିସ କହିଛି, ମୃତ ବ୍ୟକ୍ତିଙ୍କ ଗଳା ଓ ଦେହରେ ଅନେକ ଆଘାତ ଲାଗିଛି । ସଂପୃକ୍ତ ମହିଳା ଜଣଙ୍କ ଏହି ବ୍ୟକ୍ତିଙ୍କ ପଞ୍ଚମ ପତ୍ନୀ ଥିଲେ।
ନାବାଳିକା ଜଣକ ପୂର୍ବରୁ ଏନେଇ ତାଙ୍କ ମା’ଙ୍କୁ କହିଥିଲେ । ହେଲେ ତାଙ୍କ ମା’ ଏ ବିଷୟରେ ବେଶି କିଛି ଆଲୋଚନା ନକରିବା ସହ କୌଣସି ପଦକ୍ଷେପ ନେଇନଥିଲେ । ଫଳରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
ଘରେ ସ୍ୱାମୀ ନଥିଲେ କି ଶାଶୂ...ଏକା ଏକା ଶୋଇବା ଘରେ ଶୋଇଥିଲେ ବୋହୂ। ଆଉ ଏହାର ସୁଯୋଗ ନେଇ ବୋହୂକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲେ ଶ୍ବଶୁର। ହେଲେ ବୋହୂ ଶ୍ୱଶୁରଙ୍କ ମନ୍ଦ ଉଦ୍ଦେଶ୍ୟର କଥା ଜାଣିବା ପରେ ତୁରନ୍ତ କୌଶଳକ୍ରମେ ଘରୁ ବାହାରି ଆସି ବାପଘରକୁ ପଳାଇ ଆସିଥିଲେ। ଶାଶୂଘରେ କଣ ସବୁ ହେଲା ବାପଘର ଲୋକଙ୍କୁ ସବୁ କହିଥିଲା ଝିଅ। ବାସ୍ ସବୁ ଜାଣିବା ପରେ ସ୍ୱାମୀ ଓ ଶ୍ୱଶୁରଙ୍କୁ ବାପଘର ପାଖକୁ ଡାକିଥିଲେ ବାପଘର ଲୋକ।
ଏସିଡ୍ ମାଡରେ ଶରୀରର ୮୦ ପ୍ରତିଶତ ଜଳିଯାଇ ଗୁରୁତର ହୋଇପଡିଥିବା ବନିତାଙ୍କୁ ଏସସିବିର ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସା କରାଯାଉଥିଲା । ହେଲେ ରବିବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି। ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।
ଯୁବତୀଙ୍କ ସହିତ ବ୍ରେକ୍ଅପ୍ କରିବା ପରେ ମଧ୍ୟ ନବୀନ ତାଙ୍କ ସହ ଯୋଗାଯୋଗରେ ରହିବାକୁ ଚେଷ୍ଟା କରୁଥିଲେ । ଯୁବତୀଙ୍କୁ ନବୀନ ହ୍ୱାଟସଆପ୍ ମେସେଜ କରିଥିଲେ । ଯାହା କୃଷ୍ଣଙ୍କୁ ଖରାପ ଲାଗିଥିଲା । ପରେ ଫେବ୍ରୁଆରୀ ୧୭ତାରିଖରେ ଏହି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।
EOW କବ୍ଜାରେ ଜବ୍ ଠକେଇ ମାଷ୍ଟରମାଇଣ୍ଡ ଧରମପାଲ ସିଂ ।
ବାରମ୍ବାର ପ୍ରେମ ନିବେଦନ ପରେ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ଶାରୀରିକ ସମ୍ପର୍କ। ପ୍ରେମିକା ଗର୍ଭବତୀ ହେବା ପରେ ସ୍ଥାନୀୟ ଅଂଚଳର ଏକ ଭଡାଘରେ ରହୁଥିଲେ ଉଭୟ। କିନ୍ତୁ ଏବେ କୁନି ଝିଅକୁ ନେଇ କେଉଁ ଆଡେ ଫେରାର ମାରିଛନ୍ତି ସତ୍ୟ। ଯାହାକୁ ନେଇ ଥାନାରେ ଏତଲା ଦେଇଛନ୍ତି ପୀଡିତା ଓ ତାଙ୍କ ମାଆ...
ଦୁଇ କୋଟିର ସମ୍ପତ୍ତି । ଭାଇକୁ ଭାଇର ଶତ୍ରୁ ସଜାଇଲା । ସାନ ଭାଇ ଓ ଭାଇବୋହୂକୁ ମାରି ପକାଇଲା ବଡ଼ ଭାଇ ।
କ୍ରାଇମ କ୍ୟାପିଟାଲ ବଲାଙ୍ଗିରରେ କ୍ରାଇମର ଲାଇଭ ଚିତ୍ର....
ଟଙ୍କା ନମିଳିବାରୁ ତାତିଲେ ଚିଟ୍ଫଣ୍ଡ ଜମାକାରୀ। ଶେଷରେ ଆଇନକୁ ନେଲେ ହାତକୁ...
ଇଡିକୁ ମିଳିଛି ଅର୍ଚ୍ଚନା ନାଗ ମାମଲାର ଡିଜିଟାଲ ଫରେନସିକ୍ ରିପୋର୍ଟ । ପ୍ରଥମ ପର୍ଯ୍ୟାୟରେ ୧୨ଟି ସାମ୍ପଲ ରିପୋର୍ଟ ଦିଆଯାଇଥିବା ଜଣାପଡିଛି । ଏହା ମଧ୍ୟରେ ରହିଛି ଅର୍ଚ୍ଚନାର ମୋବାଇଲ, ଲାପଟପ୍, ପେନଡ୍ରାଇଭ ଓ ଟାବ୍ । ପଚରାଉଚରା ବେଳେ ଅର୍ଚ୍ଚନା ସହଯୋଗ କରୁନଥିବାରୁ ଡିଜିଟାଲ ଏଭିଡେନ୍ସ ତଥ୍ୟ ମାଗିଥିଲା ଏନ୍ଫୋର୍ସମେଣ୍ଟ ଡିରେୋକ୍ଟରେଟ୍ । ଏପରିକି ଜାଣିଶୁଣି ବିଳମ୍ବ କରାଯାଉଥିବା ନେଇ କୋର୍ଟଙ୍କୁ ଜଣାଇଥିଲା ଇଡି । ତଥାପି ରିପୋର୍ଟ ଆସିବାରେ ବିଳମ୍ବ ହୋଇଥିଲା ।
ଇଡି ଖୁଆଡରେ ଶ୍ରଦ୍ଧାଞ୍ଜଳି। ହେଲେ ଅର୍ଚ୍ଚନା ତଦନ୍ତରେ କରୁନି ସହଯୋଗ...ସତ ସାମ୍ନାକୁ ଆସିବ କେମିତି?
ଥାନା ପରିସରରେ ମାଆକୁ ଧକ୍କା ମାରିଥିଲା ଝିଅ । ବ୍ରହ୍ମପୁର ବୈଦନାଥପୁର ଅଞ୍ଚଳର ଏହି ଘଟଣାକୁ ନେଇ ଚର୍ଚ୍ଚା । ଝିଅ ବିରୁଦ୍ଧରେ ବାପା-ମାଆ ଥାନାରେ ଏତଲା ଦେଇଛନ୍ତି ।
ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍ ମାମଲାରେ ଡବଲ୍ ଗେମ୍ ଖେଳୁଛିି କି ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ? ୩୦ ମିନିଟ୍ର ଏକ୍ସକ୍ଲୁସିଭ୍ ତଥ୍ୟ ଦେଇ ରାଜ୍ୟରେ କମ୍ପନ ସୃଷ୍ଟି କରାଇବାର ଚେତାବନୀ ଶୁଣାଇଥିବା ଲେଡ଼ି ବ୍ଲାକମେଲର୍ ଇଡ଼ି ଆଗରେ ଚୁପ୍ କାହିଁକି ? ୭ ଦିନିଆ ରିମାଣ୍ଡରେ ଥିବା ଅର୍ଚ୍ଚନା ଆଜିକୁ ୫ ଦିନ ହେଲା, ଇଡ଼ିକୁ କୌଁଣସି ସହଯୋଗ କରୁନଥିବା କୁହାଯାଉଛି
ଯାହାକୁ ନିଜର ଭାବି ଘରେ ରଖିଥିଲେ, ପାଳି ପୋଷି ବଡ଼ କରିଥିଲେ ଶେଷରେ ସିଏ ହିଁ ଚୋଟ ମାରିଲା। ସମ୍ପର୍କର ମାନେ ବୁଝିଲାନି ସମ୍ପର୍କୀୟ ନାତି। ସାମାନ୍ୟ ସୁନା, ଟଙ୍କା ପାଇଁ ପାଳିପୋଷି ବଡ଼ କରିଥିବା ସମ୍ପର୍କୀୟ ଜେଜେବାପା, ଜେଜେମା’ଙ୍କୁ ରାସ୍ତାରୁ ସଫା କରିବାକୁ ଯୋଜନା କଲ। ।
ଅର୍ଚ୍ଚନା ନାଗଙ୍କ ବିଶାଳ ଆର୍ଥିକ ସାମ୍ରାଜ୍ୟ ପଛର ରହସ୍ୟ କଣ? କେମିତି ପରିଚାଳିତ ହେଉଥିଲା ତାଙ୍କ ବ୍ଲାକ୍ ସିଣ୍ଡିକେଟ୍?
ପୁଣି ନାଗର ବିଷୋଦ୍ଗାର । ପୁଣି ବୟାନରେ ବିସ୍ଫୋରଣ । ପୋଲିସ୍କୁ ଟାର୍ଗେଟ୍ । ସୋ-କଲ୍ଡ ଭିିକ୍ଟିମ୍ଙ୍କୁ ବି ନିଶାନା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୭ ଦିନିଆ ରିମାଣ୍ଡରେ ନେବା ପୂର୍ବରୁ ଆଜି କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଆସିଥିବା ବ୍ଲାକମେଲିଂ ଅଭିଯୁକ୍ତ ଅର୍ଚ୍ଚନା ନାଗ ଗଣମାଧ୍ୟମ ଆଗରେ ମୁହଁ ଖୋଲି ପୁଣି ସୃଷ୍ଟି କରିଛନ୍ତି ବିସ୍ଫୋରଣ । କହିଛନ୍ତି ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ । ହେଲେ ସେଥିପାଇଁ ମୋତେ ଦରକାର ସଫିସିଏଣ୍ଟ ଟାଇମ୍- ୩୦ ମିନିଟ୍ । ମୋତେ ଫସାଇ ଦେଇଛନ୍ତି ନେତା, ମନ୍ତ୍ରୀ କି ଆଉ କିଏ, ସବୁ ପ୍ରମାଣ ଏକ୍ସକ୍ଲୁସିଭ୍ଲି ଦେଖାଇବି ।
ରବିବାର କୌଣସି ସୂତ୍ରରୁ ପୋଲିସ ଖବର ପାଇଥିଲା କି ୪୮ ନମ୍ବର ଜାତୀୟ ରାଜପଥରେ ଏକ ଗାଡିରେ ବେଆଇନ ଭାବରେ ଟଙ୍କା କାରବାର ଚାଲିଛି।