ଶେଷ ହେଲା ନବୀନଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ । 5-T, ସ୍ମାର୍ଟ ସ୍କୁଲ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ମିଶନ୍ ଶକ୍ତି ଓ ଧାର୍ମିକ ପୀଠର ସୌନ୍ଦର୍ଯ୍ୟକରଣ ଆଦି ନୂଆ ନୂଆ ଯୋଜନା ଆରମ୍ଭ କରି ଲୋକପ୍ରିୟତା ବଜାୟ ରଖିବାକୁ ଉଦ୍ୟମ କରିଥିଲେ ରାଜ୍ୟ ସରକାର ।
ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଚର୍ଚ୍ଚିତ ବଲିଉଡ୍ ଅଭିନେତା ସୋନୁ ସୁଦ୍ ।
ବର୍ଷକୁ ଦୁଇଟି କିସ୍ତିରେ କାଳିଆ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଖରିପ ଚାଷ ପାଇଁ ୨୦୦୦ ଟଙ୍କା ଓ ରବି ଚାଷ ପାଇଁ ୨୦୦୦ ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଥିଲା ।
ରାଜଧାନୀ ପ୍ରତିଷ୍ଠା ଦିବସରେ ନିମନ୍ତ୍ରଣ କରା ନଯିବା ପ୍ରସଙ୍ଗରେ ପୁଣି ଆଜି ଟ୍ୱିଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଯଦି ତଦନ୍ତ ନ ହୁଏ, ତେବେ ସପ୍ତାହେ ପରେ ପୁଣି ଥରେ ମନେ ପକାଇବି ବୋଲି ସାଂସଦ କହିଛନ୍ତି।
ଅମଲାମାନେ ପଦ ମର୍ଯ୍ୟାଦାର ସବୁ ସୀମାରେଖା ଟପି ଯାଇଛନ୍ତି। ଏହା ପ୍ରଶାସନିକ ଇତିହାସର ଏକ କଳଙ୍କ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏହା କହିଛନ୍ତି।
ଗଣତନ୍ତ୍ର ମହାନପର୍ବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ୫୩ ନମ୍ବର ୱାର୍ଡରେ ଆଜି ମୁଖ୍ୟମନ୍ତ୍ରୀ ଭୋଟ୍ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ୟୁନାଇଟେଡ ନେସନ ୱାର୍ଲଡ଼ ଫୁଡ କାର୍ଯ୍ୟକ୍ରମର କଣ୍ଟ୍ରି ଡାଇରେକ୍ଟର ବିଶ୍ୱ ପାରାଜୁଲି । ରାଜ୍ୟରେ ଖାଦ୍ୟକୁ ନେଇ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି ।
ବିରୋଧୀଙ୍କୁ ଶକ୍ତ ଝଟ୍କା । ଚାଲି ଚାଲି ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁମ୍ ଦାମ୍ ଆସିଲେ ଆଉ ଚାଲିଗଲେ । ସାରା ରାଜ୍ୟରେ ନିର୍ବାଚନୀ ମାହୋଲ । ଆଉ ଏହି ନିର୍ବାଚନୀ ମାହୋଲ ଭିତରେ ମୁଖ୍ୟମନ୍ତ୍ରୀ ଅସୁସ୍ଥ ଥିବା ନେଇ ଯେଉଁ ଅପପ୍ରଚାର ହେଉଥିଲା, ତା’ଉପରେ ପୂର୍ଣ୍ଣଛେଦ୍ ଟାଣିଛନ୍ତି ନିଜେ ନବୀନ ପଟ୍ଟନାୟକ ।
ବେଲଗାମ୍ କରୋନା : ସାଢେ ୫ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ପୁଣି ଉଠିଲା ମାହାଙ୍ଗା ଡବଲ ମର୍ଡର ଘଟଣା । ଘଟଣାକୁ ବର୍ଷେ ପୁରିଲା ହେଲେ ମାମଲା ଯେଉଁଠି ଥିଲା ସେଇଠି ଅଛି । ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ଉଚ୍ଚ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳିକି ଭଳି ଭିଡିଓକୁ ନେଇ ବିରୋଧି ରାଜନୈତିକ ଗନ୍ଧ ବାରିଲେଣି..
କଟକର ବାଲିଯାତ୍ରା ପଡିଆରେ ମୁଖ୍ୟମନ୍ତ୍ରୀ ପହଞ୍ଚି ଆଜି BSKY କାର୍ଡ ବଣ୍ଟନ କରିଛନ୍ତି ।ସେପଟେ ବିଜେପି ଯୁବ ମୋର୍ଚ୍ଚା ଏହାର ବିରୋଧ କରିଛନ୍ତି ।
ଆଜି କଟକ ଯିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ୨୦୦ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବେ ନବୀନ... ବାଲିଯାତ୍ରା ଉପର ପଡ଼ିଆରେ କାର୍ଯ୍ୟକ୍ରମ ଆୟୋଜନ .
ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ବିରୋଧ କରିଛି କଂଗ୍ରେସ.. ମମିତାକୁ ନ୍ୟାୟ ଦାବିରେ ହିଞ୍ଜିଳି ଆରଏମସି ଛକରେ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇ ପ୍ରବଳ ନାରାବାଜୀ କରିଛନ୍ତି.. ପୋଲିସ କଂଗ୍ରେସ ସେମାନଙ୍କୁ ଗିରଫ କରିଛି..
କୋରାପୁଟ ଜିଲ୍ଲାରେ କଫି ଚାଷ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବଡ଼ ଯୋଜନା ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିମ୍ବା ବିଜେଡି ବିରୋଧରେ କହି, ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା ବୋଲି ବିଧାୟକ ସୌମ୍ୟ ରଞ୍ଜନ ଯୁକ୍ତି ବାଢିଛନ୍ତି। ଅଣ୍ଡା ମାଡ଼ ନକରି ସେହି ଅଣ୍ଡାକୁ ଗରିବ ପିଲାଙ୍କୁ ବାଣ୍ଟିଥିଲେ, ଅନେକ ଗରିବ ପିଲା ଉପକୃତ ହୁଅନ୍ତେ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଯେଉଁଠିକି ଯିବେ ବିଜେପି ଯୁବ ମୋର୍ଚ୍ଚା ତାଙ୍କୁ ସିଧାସଳଖ ଭାବେ ବିରୋଧ କରିବ ବୋଲି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଈରାଶିଷ ଆଚାର୍ଯ୍ୟ କହିଛନ୍ତି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତକୁ ବିରୋଧ। ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ନିକଟକୁ ଧସେଇ ପଶି ୨ ଜଣ ଯୁବକ ଅଣ୍ଡା ମାଡ଼ କରିଛନ୍ତି।
ସ୍କୁଲ ବାହାର ପାଖ ପୂରା ଚକ୍ଚକ୍ ହେଲେ ଭିତରେ ଫୁଲ ଅଳିଆ। କେଉଁ କ୍ଲାସ୍ରେ ବୋର୍ଡ଼ ନାହିଁ ତ କେଉଁଠି ସିମେଣ୍ଟ ଗୋଳା ହୋଇ ରହିଛି...ଦେଖନ୍ତୁ ଏହି ଦୃଶ୍ୟ
ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବସିବ ରାଜ୍ୟ ମନ୍ତ୍ରିପରିଷଦ ଓ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବିଧାନସଭାରେ ଆସିବାକୁ ଥିବା ଅତିରିକ୍ତ ବଜେଟ୍ ଉପରେ ଲାଗିବ ମୋହର। ଶୀତକାଳୀନ ଅଧିବେଶନର ଅତିରିକ୍ତ ଚିଠା ମଂଜୁରୀ ଉପରେ ଆଲୋଚନା ସମ୍ଭାବନା
ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଏବେ ବିନା କାରଣରେ ସରକାରୀ ଅର୍ଥ ବା ଲୋକଙ୍କ ଟଙ୍କାରେ ହେଲିକପ୍ଟର ଧରି ବୁଲୁଛନ୍ତି । ହେଲିକପ୍ଟର ଖର୍ଚ୍ଚ ଲୋକଙ୍କ ଟିକସ ଟଙ୍କାରୁ ହେଉଛି ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆହୁରି ୮ ମାସ ମାଗଣା ରାସନ୍ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତକୁ BJP ଓ କଂଗ୍ରେସ ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଉଭୟ ଦଳର ନେତା ମାନଙ୍କୁ ଉଠାଇନେଇଛି ପୋଲିସ ।
ହୀରାକୁଦ ବିସ୍ଥାପିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ଘରଡିହ ଜମି ଯୋଗାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଆଜି ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ। ୧୨ଟି ବ୍ଲକର ହିତାଧିକାରୀଙ୍କୁ ବଣ୍ଟାଯିବ ସ୍ମାର୍ଟକାର୍ଡ । ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ଶୁଭ ବି ଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବିରୋଧିଙ୍କୁ ଅଟକ ରଖିଲା ପୋଲିସ୍