Advertisment

ମୁଖ୍ୟମନ୍ତ୍ରୀଙ୍କ ସଭା ଲାଗି ଟ୍ରାଫିକ୍‌ ଜାମ୍‌; ଘଣ୍ଟାଏ କାଳ ଫସିରହିଲା ଆମ୍ୱୁଲାନ୍ସ

ଦୁଇଟି ଆମ୍ବୁଲାନ୍ସରେ ୩ ଜଣ ରୋଗୀ ଗୁରୁତର ଅବସ୍ଥାରେ ଥିଲେ। ଏଥିରେ ଜଣେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ବି ଥିଲେ। ଆମ୍ବୁଲାନସ ଡ୍ରାଇଭର୍, ସ୍ଥାନୀୟ ବାସିନ୍ଦା ଯେତେ ଚେଷ୍ଟା କରିବା ପରେ ବି କୌଣସି ଫଳ ମିଳିନଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Ambulances with patients get stuck during Odisha CM Rally

Ambulances with patients get stuck during Odisha CM

ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ାଗସ୍ତ ବେଳେ ଫସିଲା ୨ଟି ଆମ୍ବୁଲାନ୍ସ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବାରୁଅଠାରେ ଘଣ୍ଟାଏରୁ ଅଧିକ ସମୟ ଧରି ଫସି ରହିଲା ଦୁଇଟି ଆମ୍ବୁଲାନସ। ଆଜି ବାରୁଅରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା ଚାଲିଥିଲା। ଏହି ସମୟରେ କଟକ-ଚାନ୍ଦବାଲି ରାସ୍ତାରେ ପ୍ରବଳ ଟ୍ରାଫିକ ଜାମ୍ ହୋଇଯାଇଥିଲା। ଆଉ ଏଥିରେ ଗୋଟିଏ ୧୦୮ ଆମ୍ବୁଲାନ୍ସ ଓ ଅନ୍ୟ ଏକ ଘରୋଇ ଆମ୍ବୁଲାନସ ଫସି ଯାଇଥିଲା।

Advertisment

ଦୁଇଟା ଆମ୍ବୁଲାନ୍ସରେ ୩ ଜଣ ରୋଗୀ ଗୁରୁତର ଅବସ୍ଥାରେ ଥିଲେ। ଏଥିରେ ଜଣେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ବି ଥିଲେ। ଆମ୍ବୁଲାନସ ଡ୍ରାଇଭର୍, ସ୍ଥାନୀୟ ବାସିନ୍ଦା ଯେତେ ଚେଷ୍ଟା କରିବା ପରେ ବି କୌଣସି ଫଳ ମିଳିନଥିଲା। ଶେଷରେ ଘଣ୍ଟାଏ ପରେ ଟ୍ରାଫିକ୍ ଜାମ୍ ହଟିଲା ଏବଂ ଆମ୍ବୁଲାନ୍ସ ସେଠୁ ବାହାରିଥିଲା।

ଅଧିକ ପଢ଼ନ୍ତୁ: ‘ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି କରିବାକୁ ଚାହୁଁଛନ୍ତି'

ହେଲେ ଏଠି ପ୍ରଶ୍ନ ଉଠୁଛି, ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ହୋଇନଥିଲା କି? ଆମ୍ବୁଲାନସ ଭଳି ଜରୁରୀ ସେବାକୁ କାହିଁକି ଟ୍ରାଫିକ୍ ଭିତରେ ଫସିବାକୁ ପଡ଼ିଲା? ସେପଟେ ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ କିମ୍ବା ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment

ଏହାରି ଭିତରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଟାଗେର୍ଟ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ଏବେ ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସାରା ଚାଲୁ ନାହିଁ । ଯାହା କରୁଛନ୍ତି ସବୁ ପାଣ୍ଡିଆନ କରୁଛନ୍ତି । ତାମିଲନାଡ଼ୁ ଭଳି ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି କରିବାକୁ ଚାହୁଁଛନ୍ତି । ପାଣ୍ଡିଆନଙ୍କ ପ୍ରରୋଚନାରେ ଓଡ଼ିଶାରେ ହେଉଛି ନିର୍ବାଚନୀ ହିଂସା ।। ଭିକେ ପାଣ୍ଡିଆନ ନେତା ନୁହଁନ୍ତି, ସେ ବିଜୁ ଜନତା ଦଳର ମାଲିକ ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଦୀପ ।

ପ୍ରଦୀପ ପୁରୋହିତ ଆହୁରି କହିଛନ୍ତି ଯେ, ପାଣ୍ଡିଆନ ତାମିଲ୍ ଗୁଣ୍ଡା ଗର୍ଦ୍ଦି ଓଡ଼ିଶାରେ ଲଗେଇବାକୁ ଚେଷ୍ଟା କରୁଛନ୍ତି । ବିଜେପି କର୍ମୀଙ୍କୁ ମାଡ଼ ମାରିବା, ପୋଲିସ ଲଗେଇ ଧମକ ଦେଉଛନ୍ତି । ବିଜେପି କର୍ମୀଙ୍କ ମନ ବଳ ଭାଙ୍ଗି ପାରିବେନି, ଓଡ଼ିଶାରେ ତାମିଲ୍ ଗୁଣ୍ଡାରାଜ କାମ ଦେବନି। ୨୪ ନିର୍ବାଚନରେ ଅଧିକ ଭୟଭୀତ ହୋଇ ବିଜେଡି ଏମିତି ହିଂସା କରୁଛି ବୋଲି କହିଛନ୍ତ ପ୍ରଦୀପ ପୁରୋହିତ । ତେବେ ପ୍ରଦୀପଙ୍କ ଅଭିଯୋଗ ନେଇ ପାଣ୍ଡିଆନ କିମ୍ବା ବିଜେଡିର କୌଣସି ପ୍ରତିକ୍ରିୟା ମିଳିନି।

ଅଧିକ ପଢ଼ନ୍ତୁ: ‘ଚାଷୀଙ୍କ ପ୍ରତି ବିଜେଡି କରିଛି ବିଶ୍ୱାସଘାତ, ୧୦ ହଜାର ଦେବେ କହି ଦେଲେ ୪ ହଜାର’

ସେହିପରି ଚାଷୀ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କୁ ଟାଗେର୍ଟ କରିଛନ୍ତି ପ୍ରଦୀପ ପୁରୋହିତ । ରାଜ୍ୟର ଚାଷୀଙ୍କୁ ଧୋକା ଦେଇଛି ବିଜେଡି । ଆଜି କିଛି ଏଭଳି ଅଭିଯୋଗ କରି ପ୍ରେସମିଟ୍ କରିଛି ବିଜେପି । ଚାଷୀଙ୍କ ଆୟରେ ଦେଶରେ ତଳ ଆଡ଼ୁ ଦ୍ୱିତୀୟ ସ୍ଥାନରେ ଏବେ ରହିଛି ଓଡ଼ିଶା । ୨୦୧୯ ନିର୍ବାଚନ ବେଳେ ଚାଷୀଙ୍କୁ ୧୦ ହଜାର ଦେବେ କହିଥିଲେ ରାଜ୍ୟ ସରକାର ହେଲେ ୪ ହଜାର ଟଙ୍କା ଦେଲେ ସରକାର । କାଳିଆ ଯୋଜନାର ବାକି ୬ ହଜାର ଟଙ୍କା କୁଆଡ଼େ ଗଲା ବୋଲି ପ୍ରେସମିଟରେ ପ୍ରଶ୍ନ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।

ସେହିପରି ଶହେ ଟଙ୍କା ବୋନସ ଦେବେ ବୋଲି ରାଜ୍ୟ ସରକାର କହିଥିଲେ, ହେଲେ ତାହା ବି ଦେଲେନି । ଏବେ ରାଜ୍ୟରେ ବିଜେପି ସରକାରକୁ ଆସୁଛି । ବିଜେପି ସରକାର ଆସିଲେ ୫ ବର୍ଷ ଭିତରେ ଚାଷୀଙ୍କ ପାଇଁ ଥିବା ସଂକଳ୍ପ କାର୍ଯ୍ୟକାରୀ ହେବ । ବିଜେପି ଆସିଲେ ୫ ବର୍ଷରେ ଚାଷୀଙ୍କ ଆୟ ଦ୍ୱିଗୁଣିତ କରାଯିବ । ୪୮ ଘଣ୍ଟାରେ ଧାନ କ୍ୱିଣ୍ଟାଲ୍ ପ୍ରତି ୩୧୦୦ ଟଙ୍କା ଚାଷୀଙ୍କୁ ମିଳିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ଶୀତଳ ଭଣ୍ଡାର ଅଚଳ କିନ୍ତୁ ବିଜେପି ଆସିଲେ ରାଜ୍ୟରେ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଦୀପ ।

Naveen Patnaik CM Naveen Patnaik Odisha Election Ambulance General Election 2024
Advertisment
Advertisment