ଛତିଶଗଡ଼ର ବିଳାସପୁର ନିକଟରେ ଏହି ଅଘଟଣ ଘଟିଥିବାବେଳେ ଅଳ୍ପକେ ଟଳିଛି ଦୁର୍ଘଟଣା । ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ଆସୁଥିବା ସମୟରେ ଉଭୟଙ୍କୁ ଦେଖି ଟ୍ରେନ୍ ରହିଯାଇଥିବା ସୂଚନା ମିଳିଛି ।
ହେଲିକପ୍ଟରରେ ଉଡ଼ାଣ ଭରିବା ସାଧାରଣ ଲୋକଙ୍କ ପାଇଁ କୌଣସି ବଡ଼ ସ୍ୱପ୍ନ ଠାରୁ କମ୍ ନୁହେଁ । ହେଲେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଏହି ଆଶାକୁ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମହାନଦୀ ଟ୍ରିବ୍ୟୁନାଲ୍ ସଦସ୍ୟଙ୍କ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ଠିକ୍ ପୂର୍ବରୁ ଚାଲାକି ଦେଖାଇଛି ପଡ଼ୋଶୀ ରାଜ୍ୟ। ଖରା ଦିନେ ଆଦୌ ପାଣି ଛାଡ଼ୁନଥିବା ଛତିଶଗଡ଼, ଏବେ କିନ୍ତୁ କଲମା ବ୍ୟାରେଜର ୨୦ଟି ଗେଟ୍ ଖୋଲି ତଳମୁଣ୍ଡକୁ ପାଣି ଛାଡ଼ିଛି। ସେପଟେ ରାଜ୍ୟରେ ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ପୁଣି ଥରେ ତେଜିଛି ରାଜନୀତି।...
ମହାନଦୀରେ ଖରାଦିନେ ପାଣି ଛାଡ଼ିଲା ଛତିଶଗଡ଼ । ଟ୍ରିବୁନାଲ ସଦସ୍ୟଙ୍କ ପରିଦର୍ଶନ ପୂର୍ବରୁ ଖେଳିଲା ନୂଆ ଚାଲ୍
ଟ୍ରିବ୍ୟୁନାଲ୍ ଆଗରେ କଣ ତଥ୍ୟ ରଖିବେ ରାଜ୍ୟ ସରକାର? ଏସବୁ ପ୍ରଶ୍ନ ଭିତରେ ପୁଣି ତାଜା ହେଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ।
ଜଣେ ମେଡିକାଲ ପଢ଼ୁଆ ଛାତ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ମୁତାବକ ଛାତ୍ରୀ ଜଣକଙ୍କ ମୃତଦେହକୁ ଏକ ହୋଟେଲ ରୁମରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ ।
ଜଣେ ୨୦ ବର୍ଷର ଯୁବତୀଙ୍କୁ ୫୧ ଥର ଆଘାତ କରାଯାଇ ହତ୍ୟା କରାଯାଇଛି। ଯୁବତୀ ଜଣକ ଯୁବକ ସହ କଥାବାର୍ତ୍ତା ନ କରିବାରୁ ସେ ଏପରି କାଣ୍ଡ କରିଛି ବୋଲି ଜଣାଯାଇଛି। ଉଭୟ କିଛି ଦିନ ପୂର୍ବରୁ ପରସ୍ପରକୁ ଜାଣିଥିଲେ।
ଯେଉଁ ବିଲରେ ଦିନେ ମାଟି ଫାଟି ଆଁ କରିଥିଲା, ଆଜି ସେଠାରେ ଅଚାନକ ପାଣି ଆଉ ଏହା ପରେ ସେଠାରୁ ଗ୍ୟାସ୍ ଭଳି ଜୋରରେ ପବନ ବି ବାହାରୁଛି।
ଛତିଶଗଡ଼ ପିହରିଡ଼ରେ ଯେଉଁଠି ୮୦ ଫୁଟ ଗଭୀର ବୋରୱେଲ୍ ଭିତରୁ ରାହୁଲ ଉଦ୍ଧାର ହୋଇଥିଲା ଓ ରେସ୍କ୍ୟୁ ପାଇଁ ଖୋଳା ହୋଇଥିବା ସ୍ଥାନରେ ଏବେ ମାଟି ପୋତା ଚାଲିଛି।
ଚିକିତ୍ସାଧିନ ଅବସ୍ଥାରେ ଥିବା ରାହୁଲର ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ? ଏବେ ରାହୁଲଙ୍କୁ ନେଇ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାହୁଲ ଏବେ ହସୁଛି, ଖେଳୁଛି, ମୋବାଇଲ୍ରେ ଭିଡ଼ିଓ ଦେଖି ଖୁସି ହେଉଛି।
ପାତାଳପୁରରୁ ବାହାରି ଏବେ ମେଡିକାଲ ବେଡ୍ରେ ମୃତ୍ୟୁ ବିଜୟୀ ରାହୁଲ ସାହୁ। ନର୍କର ଛାତି ଚିରି ଯିଏ ବଞ୍ଚିକି ଫେରିଛନ୍ତି ସେହି ରାହୁଲଙ୍କୁ କିନ୍ତୁ ଏବେ ଖୋଜୁଛନ୍ତି ଆତ୍ମୀୟ। ମା’, ବାପା, ଜେଜେମା’ ସମସ୍ତେ ଖୋଜୁଛନ୍ତି।
ରାହୁଲ ସହ ଆମର ଭାବଗତ ସମ୍ପର୍କ ଏତେ ବଢ଼ିଥିଲା ଯେ, ଆମେ ଖାଉନଥିଲୁ। ଶେଷ ୭୨ ଘଣ୍ଟା ପ୍ରାୟ ଆମେ ଖାଦ୍ୟ ଛାଡ଼ି ଦେଇଥିଲୁ। ଆଦୌ ଶୋଉ ନଥିଲୁ। ଏଭଳି କିଛି କହିଛନ୍ତି NDRF କମାଣ୍ଡାଣ୍ଟ।
ରାହୁଲଙ୍କୁ ସୁରକ୍ଷିତ ଭାବେ ୧୦୪ ଘଣ୍ଟାର ଅପରେସନ୍ ଉପରେ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରାଯିବ। ରାହୁଲ ବୋର୍ୱେଲ୍ ଗାତରେ ଫସିବା ପରେ ଘଟିଥିବା ଘଟଣାବଳୀ ଓ ଏହାର ସଂଘର୍ଷକୁ ଲୋକଙ୍କୁ ଅବଗତ କରାଯିବ।
ବିଳାସପୁରର ଏକ ଘରୋଇ ହସ୍ପିଟାଲରେ ରାହୁଲର ଚିକିତ୍ସା ଜାରି ରହିଛି। ବିଶେଷଜ୍ଞ ଡାକ୍ତରମାନେ ତାର ଚିକିତ୍ସା ଜାରି ରଖିଛନ୍ତି। ଆଜି ରାହୁଲର ବିଭିନ୍ନ ପ୍ରକାରର ପରୀକ୍ଷାନିରୀକ୍ଷା କରାଯାଉଛି।
ଯେଉଁ ଦିନ ଶ୍ରୀଜିଉଙ୍କ ଦେବସ୍ନାନ ନୀତି ଚାଲିଥିଲା, ସେହିଦିନ ହିଁ ମୋ ପୁଅକୁ ମହାପ୍ରଭୁ ଜଗନ୍ନାଥ ଆସି ଗାତ ଭିତରୁ ଉଦ୍ଧାର କରିକି ଆଣିଦେଲେ। ୮୦ଫୁଟ ଗଭୀର ବୋରୱେଲ୍ ଭିତରୁ ୧୦୪ ଘଣ୍ଟା ପରେ ୧୦ ବର୍ଷର ବାଳକ ରାହୁଲ ସୁରକ୍ଷିତ ଭାବେ ଉଦ୍ଧାର ହେବା ପରେ ତାଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି।
ଅନେକ ସମୟ ଧରି ପାଣିରେ ରହିବାରୁ ରାହୁଲର ଚର୍ମ ସଂକ୍ରମିତ ହୋଇଛି। ଶରୀରର ଅନେକ ସ୍ଥାନରେ ଖଣ୍ଡିଆ ଖାବରା ହୋଇ ପାଣି ଭିତରେ ରହିଥିବାରୁ ବ୍ୟାକ୍ଟେରିଆ ସଂକ୍ରମଣ ହୋଇଛି।
ରାହୁଲର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି କହିଲେ ମୁଖ୍ୟ ଚିକିତ୍ସାଧିକାରୀ ।
କେମିତି ରାହୁଲଙ୍କୁ ଉଦ୍ଧାର କରାଯାଇଥିଲା ? କେମିତି ଥିଲା ରେସ୍କ୍ୟୁ ଅପରେସନ୍ ? ବୋରୱେଲ୍ ଭିତରୁ ୧୦ ବର୍ଷର ବାଳକ ରାହୁଲକୁ ଉଦ୍ଧାର କାର୍ଯ୍ୟରେ ରେସ୍କ୍ୟୁ ଟିମ୍ରେ NDRF ଇନ୍ସପେକ୍ଟର ମହାବୀର ମହାନ୍ତି ସାମିଲ ହୋଇଥିଲେ।
ରାହୁଲକୁ ଉଦ୍ଧାର ସମୟର ଟିକ୍ନିଖି ତଥ୍ୟ ଜିଲ୍ଲାପାଳଙ୍କ ଠାରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ। ଉଦ୍ଧାର ବେଳେ ବୋର୍ୱେଲ୍ ଭିତରେ ଏକ ସାପ ଏବଂ ଏକ ବେଙ୍ଗ ମଧ୍ୟ ରାହୁଲ ସହ ଥିଲା ବୋଲି ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।
ସଫଳ ହେଲା ଅପରେସନ୍ ‘ଜିନ୍ଦେଗୀ’। ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ୧୦୪ ଘଣ୍ଟା ପରେ ୮୦ ଫୁଟ୍ ଗଭୀର ବୋରୱେଲ୍ ଗର୍ତ୍ତ ଭିତରୁ ସୁରକ୍ଷିତ ଭାବେ ୧୦ ବର୍ଷର ବାଳକ ରାହୁଲକୁ ଉଦ୍ଧାର କରାଯାଇଛି।
ସୁଡ଼ଙ୍ଗ ଖୋଳି, ଚାଲିଛି ଉଦ୍ଧାର କାର୍ଯ୍ୟ । ରାହୁଲଠୁ ମାତ୍ର କିଛି ଫୁଟ୍ ଦୂରରେ ରେସ୍କ୍ୟୁ ଟିମ୍ । ଜଳସ୍ତର ହ୍ରାସ ପାଇଁ ଆଖପାଖ ଗାଁରେ ଖୋଲିଦିଆଯାଇଛି ବୋରୱେଲ ।
ଛତିଶଗଡ଼ରେ ବୋର୍ୱେଲ୍ରେ ଫସିଥିବା ବାଳକ ଉଦ୍ଧାର ଲାଗି ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ଦୀର୍ଘ ୩୦ ଘଣ୍ଟାରୁ ଅଧିକ ସମୟ ହେଲାଣି ଉଦ୍ଧାର କାର୍ଯ୍ୟ ଚାଲିଛି।
ଶବ ବୋହିବା ଲାଗି ମେଡିକାଲରେ ମିଳିଲାନି ଆମ୍ବୁଲାନ୍ସ ଆଉ ନିଜ ମୃତ ଶିଶୁ କନ୍ୟାକୁ ୧୦ କିଲୋମିଟର କାନ୍ଧରେ ବୋହି ଘରକୁ ଆଣିଲା ବାପା।
ମାଲକାନଗିରି ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ୫ଟି ଗାଡ଼ି ଜାଳିଦେଲେ, ଜଣଙ୍କୁ ଅପହରଣ କରିଲେ ।