Advertisment

Parcel Bomb: ପ୍ରେମିକାର ସ୍ୱାମୀଙ୍କୁ ମାରିବାକୁ ପାର୍ସଲ କରି ପଠାଇଲା IED, ଖଞ୍ଜିଥିଲା ସ୍ପିକରରେ

ପୁଞ୍ଜିଲାଲ ମେହେର ଭଳି କାଣ୍ଡ ଭିଆଇବାକୁ ଇଏ ବି ରଚିଥିଲା ଷଡଯନ୍ତ୍ର । ହତ୍ୟା କରିବାକୁ ପ୍ଲାନ କରି ପାର୍ସଲରେ ପଠାଇଥିଲା ବିସ୍ଫୋରକ । ପାର୍ସଲ ଖୋଲା ହେବା ମାତ୍ରେ ହୋଇଥାଆନ୍ତା ବିସ୍ଫୋରଣ । ଯାଇଥାଆନ୍ତା ଜୀବନ । କିନ୍ତୁ…

author-image
Tapan Kumar Swain
ଅଦ୍ୟତନ ହୋଇଛି
parcel

parcel

ଜେଲାଟିନ ଷ୍ଟିକ୍‌ଗୁଡ଼ିକ ମୁଖ୍ୟ ବିସ୍ଫୋରକ ଭାବେ ବ୍ୟବହୃତ ହୋଇଥିଲା ଏବଂ ସ୍ପିକରର ବାହ୍ୟ ଆବରଣ ବିସ୍ଫୋରଣ ସମୟରେ ମାରାତ୍ମକ ହୋଇଥାଆନ୍ତା । ଛତିଶଗଡ଼ରେ ଜଣେ ୨୦ ବର୍ଷୀୟ ଇଲେକ୍ଟ୍ରିସିଆନ ତାଙ୍କ ପ୍ରେମରେ ପଡ଼ିଥିବା ଜଣେ ମହିଳାଙ୍କ ସ୍ୱାମୀଙ୍କୁ ଏକ ମ୍ୟୁଜିକ ସିଷ୍ଟମ ସ୍ପିକରରେ ଏକ ଇମ୍ପ୍ରୁଭାଇଜ୍‌ଡ ଏକ୍ସପ୍ଲୋସିଭ ଡିଭାଇସ (IED) ଲୁଚାଇ ଉପହାର ଭାବେ ପଠାଇଥିବା ଅଭିଯୋଗରେ ଗିରଫ ହୋଇଛି ।

Advertisment

ଅଭିଯୁକ୍ତ ଅନଲାଇନରୁ ଜ୍ଞାନ ଆହରଣ କରି ଆଇଇଡି ତିଆରି କରିଥିଲା । ଏହା ପ୍ଲଗ୍‌ ଇନ ହେବା ମାତ୍ରେ ବିସ୍ଫୋରଣ ହେବା ପାଇଁ ଡିଜାଇନ କରାଯାଇଥିଲା। ଅଭିଯୁକ୍ତର ଗୁଗଲ ସର୍ଚ୍ଚ ହିଷ୍ଟ୍ରୀରେ “ପୁଲିସ ହାତରେ ଧରା ନପଡ଼ି ବୋମା ବ୍ୟବହାର କରି ଜଣେ ବ୍ୟକ୍ତିଙ୍କୁ କିପରି ମାରିବେ” ବୋଲି ଲେଖାଯାଇଥିଲା । ଗୁଗୁଲ୍ ସର୍ଚ୍ଚ କରି ସେ ଏହା ତିଆରି କରିଥିଲା ବୋଲି ପୋଲିସ କହିଛି । ଏହି ଅଭିଯୁକ୍ତକୁ ଗିରଫ କରାଯାଇଛି । ଖୈରାଗଡ଼-ଛୁଇଖଦାନ-ଗଣ୍ଡାଇ ଜିଲ୍ଲାର ପୋଲିସ ଏହି ଯୋଜନାବଦ୍ଧ ହତ୍ୟାକୁ ବିଫଳ କରିଛି । ଅଭିଯୁକ୍ତକୁ ଜେଲାଟିନ ଷ୍ଟିକ୍‌ ଯୋଗାଇଥିବା ଏକ ବିସ୍ଫୋରକ ଚୋରାଚାଲାଣ ରାକେଟକୁ ମଧ୍ୟ ଧରିଛି ପୋଲିସ ।

ଏକ ସମାନ ଘଟଣାରେ ୨୦୨୩ ମସିହା ଏପ୍ରିଲରେ ପଡ଼ୋଶୀ କବିରଧାମ ଜିଲ୍ଲାରେ ଜଣେ ନବବିବାହିତ ବ୍ୟକ୍ତି ଏବଂ ତାଙ୍କ ବଡ଼ ଭାଇଙ୍କ ମୃତ୍ୟୁ ହୋଇଥିଲା । ସେତେବେଳେ ତାଙ୍କ ପତ୍ନୀଙ୍କ ପୂର୍ବତନ ପ୍ରେମିକଙ୍କଠାରୁ ବିବାହ ଉପହାର ଭାବେ ପ୍ରାପ୍ତ ଏକ ହୋମ୍ ଥିଏଟର ମ୍ୟୁଜିକ ସିଷ୍ଟମ ସେମାନଙ୍କ ଘରେ ବିସ୍ଫୋରଣ ହୋଇଥିଲା।

Advertisment

ଏହି ନୂଆ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିନୟ ବର୍ମା ଏବଂ ଅନ୍ୟ ଛଅ ଜଣଙ୍କୁ ଗିରଫ କରାଯାଇଛି । ଖୈରାଗଡ଼-ଛୁଇଖଦାନ-ଗଣ୍ଡାଇ ଜିଲ୍ଲାର ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଲକ୍ଷ୍ୟ ଶର୍ମା ଏହା କହିଛନ୍ତି।
ଅଭିଯୁକ୍ତମାନେ ହେଲେ ପରମେଶ୍ୱର ବର୍ମା (୨୫), ଗୋପାଳ ବର୍ମା (୨୨), ଘାସୀରାମ ବର୍ମା (୪୬), ଦିଲୀପ ଧୀମର (୩୮), ଗୋପାଳ ଖେଲୱାର ଏବଂ ଖିଲେଶ ବର୍ମା (୧୯) । ଏହି ଷଡ଼ଯନ୍ତ୍ର ଜଣାପଡିଥିଲା ଯେତେବେଳେ ତିନି-ଚାରି ଦିନ ପୂର୍ବେ ଗଣ୍ଡାଇ ପୋଲିସ ଷ୍ଟେସନ ଅଧୀନରେ ଥିବା ମାନପୁର ଗାଁରେ ଏକ ଦୋକାନକୁ ଏକ ସନ୍ଦେହଜନକ ପାର୍ସଲ ଆସିଥିଲା । ଏହା ସୁନ୍ଦର ଭାବେ ପ୍ୟାକିଂ ହୋଇଥିଲା ଏବଂ ନକଲି ଇଣ୍ଡିଆ ପୋଷ୍ଟ ଲୋଗୋ ଲାଗିଥିଲା।

ଏହି ପାର୍ସଲଟି ଗାଁ ନିବାସୀ ଆଫସାର ଖାନଙ୍କ ନାମରେ ଥିଲା । ସେ ହିଁ ଥିଲେ ଟାର୍ଗେଟ । ଏହାକୁ ସନ୍ଦେହଜନକ ମନେ କରି ଖାନ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ଏକ ବୋମା ନିଷ୍କ୍ରୀୟକାରୀ ଦଳ ପାର୍ସଲଟି ପରୀକ୍ଷା କରି ଏକ ନୂଆ ସ୍ପିକର ଭିତରେ ୨ କିଲୋଗ୍ରାମର ଆଇଇଡି ରହିଥିବା ଦେଖିଥିଲେ । ଏହା ପରେ ପୋଲିସ ଆରମ୍ଭ କରିଥିଲା ଖୋଳତାଡ ।

ଅଭିଯୁକ୍ତ ଖାନଙ୍କ ପତ୍ନୀଙ୍କୁ ତାଙ୍କ କଲେଜ ଦିନରୁ ଏକପାଖିଆ ପ୍ରେମ କରୁଥିଲେ। ମାସକ ପୂର୍ବେ ତା ପ୍ରେମିକାର ବିବାହ ଖାନଙ୍କ ସହ ହୋଇଥିଲା । ପରେ ପ୍ରେମିକ ତାଙ୍କୁ ନିପାତ କରିବା ପାଇଁ ଯୋଜନା କରିଥିଲା । ଏହି ଉପକରଣରେ ବ୍ୟବହୃତ ବିସ୍ଫୋରକ ଛତିଶଗଡ଼ର ଦୁର୍ଗ ଜିଲ୍ଲାର ଏକ ପଥର ଖଣିରୁ ଚୋରାଇ ଅଣାଯାଇଥିଲା।

ଅଧିକ ପଢ଼ନ୍ତୁ: କିଏ ଏହି ଭାଉ ଗ୍ୟାଙ୍ଗ ? କାହିଁକି କଲେ ଏଲଭିଶଙ୍କ ଉପରେ ଆଟାକ୍

Chhattisgarh Parcel Bomb Tragedy
Advertisment
Advertisment