/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707882058.jpg)
Chandrabhaga
ଆସନ୍ତା ୧୬ ତାରିଖରେ ପବିତ୍ର ମାଘ ସପ୍ତମୀ । ପ୍ରତ୍ୟୁଷରେ ଅନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ । ପରମ୍ପରା ଅନୁଯାୟୀ ମାଧିପୁରର ତ୍ରିବେଣିଶ୍ୱର ମହାପ୍ରଭୁ କୁରୁଜଙ୍ଗରେ ଦକ୍ଷିଣେଶ୍ୱର ଓ ସନ୍ତପୁରରେ ଐଶାଣେଶ୍ୱର ମହାପ୍ରଭୁ ତିନି ଠାକୁରଙ୍କୁ ୧୫ତାରିଖ ଷଷ୍ଠୀ ରାତ୍ରରେ ବିମାନବିଜେ କରାଯିବ ।
Advertisment
ରାତ୍ର ୧୨ଟାରେ ତିନି ଠାକୁର କୋଣାର୍କ ଏନଏସି ମଣ୍ଡପରେ ଏକତ୍ରିତ ପରେ ଭୋଗ ଲାଗି ହେବ । ତିନି ଠାକୁର ପାରମ୍ପାରିକ ଶୋଭାଯାତ୍ରାରେ ରାତି ୩ଟା ୩୦ରେ ଚନ୍ଦ୍ରଭାଗା ସ୍ନାନ ମଣ୍ଡପରେ ପହଂଚିବା ପରେ ୧୬ ତାରିଖ ଭୋର ୪.୩୪ରେ ଠାକୁରଙ୍କ ମହାସ୍ନାନ ଓ ନୀତି କାନ୍ତି, ସାଧୁସନ୍ଥଙ୍କ ଦ୍ୱାରା ମହାଆଳତୀ ହେବ । ପରେ ଶ୍ରଦ୍ଧାଳୁ ମାନଙ୍କୁ ବୁଡ ପାଇଁ ଅନୁମତି ଦିଆଯିବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)