ଭିଡିଓ ଲିକ୍ ଘଟଣାରେ ସଂପୃକ୍ତିକୁ ନେଇ ଗିରଫଦାରୀ ବଢ଼ୁଛି ।
ପୋଲିସ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କେବଳ ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ହୋଇଥିବା କହୁଛନ୍ତି । ପଂଜାବ ସରକାର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ୩ ଜଣିଆ ସଦସ୍ୟ ବିଶିଷ୍ଟ ଏସ୍ଆଇଟି ଗଠନ ହୋଇଛି ।
ପୋଲିସ୍ ଅଧିକାରୀଙ୍କ କହିବା ଅନୁସାରେ, ଏହି ମାମଲାରେ ଭୁଲ୍ ସୂଚନା ଓ ଅପପ୍ରଚାର କରାଯାଉଛି। ଏହି ମାମଲାରେ ପୋଲିସ୍ FIR ରୁଜୁ କରି ଅଭିଯୁକ୍ତ ଛାତ୍ରୀଙ୍କୁ ଗିରଫ କରିଛି।
ପଚରାଉଚରା ବେଳେ ଭିଡିଓ ଭାଇରାଲ୍ କରିଥିବା ଛାତ୍ରୀ ଜଣକ କହିଛନ୍ତି ଯେ, ସେ ଦୀର୍ଘ ଦିନ ଧରି ଛାତ୍ରୀଙ୍କ ଭିଡିଓ କରୁଥିଲେ ଓ ଏହିସବୁ ଭିଡିଓକୁ ସେ ସିମ୍ଲାରେ ରହୁଥିବା ଯୁବକଙ୍କ ପାଖକୁ ପଠାଉଥିଲେ।