• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାଙ୍ଗମାନ ଗାଧୁଆ ଭିଡିଓ ଭାଇରାଲ୍ କରି ବନ୍ଧାହେଲେ ଛାତ୍ରୀ । ପଞ୍ଜାବର ଚଣ୍ଡିଗଡ଼ ୟୁନିଭର୍ସିଟିରେ ଛାତ୍ରୀ ମାନଙ୍କ ବ୍ୟକ୍ତିଗତ ଭିଡିଓ ଭାଇରାଲ ହେବା ପରେ ହଙ୍ଗାମା ଆରମ୍ଭ ହୋଇଛି । ପ୍ରତିବାଦ ପରେ ‌ଏବେ ପୋଲିସ ଅଭିଯୁକ୍ତ ଯୁବତୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମାନ୍ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ରାତି ଓ ଆଜି ସକାଳୁ ବିଶ୍ୱବିଦ୍ୟାଳୟ କ୍ୟାଂପସରେ ଛାତ୍ରୀମାନେ ଜୋରଦାର ବିକ୍ଷୋଭ ଓ ଆନ୍ଦୋଳନ କରିଛନ୍ତି । ଆଜି ସକାଳୁ ମୋହାଲି ଏସପି ବିବେକ ସୋନି ନିଜେ ୟୁନିଭର୍ସିଟି କ୍ୟାମ୍ପସରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ଏନେଇ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ଛାତ୍ରୀକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ।

ତେବେ ତଦନ୍ତରୁ କେବଳ ଅଭିଯୁକ୍ତ ଛାତ୍ରୀ ଜଣଙ୍କର ଭିଡିଓ ରହିଛି ବୋଲି ଜଣାପଡ଼ିଛି । ସେ ଅନ୍ୟ କାହାର ଭିଡିଓ ରେକର୍ଡ କରିନଥିବା ସ୍ପଷ୍ଟ କରିଛନ୍ତି ମୋହାଲି ଏସପି ବିବେକ ସୋନି । ସମ୍ପୃକ୍ତ ଛାତ୍ରୀଙ୍କର ମୋବାଇଲ ଜବତ କରାଯାଇଥିବା ବେଳେ ତାକୁ ଫୋରେନ୍ସିକ୍ ଲ୍ୟାବକୁ ପଠାଯିବ । ଏଥିସହ ବର୍ତ୍ତମାନ ସୁଦ୍ଧା କୌଣସି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିନାହାନ୍ତି କି କାହାରି ମୃତ୍ୟୁ ହୋଇନାହିଁ ବୋଲି ସେ କହିଛନ୍ତି । ଚଣ୍ଡିଗଡ଼ ୟୁନିଭର୍ସିଟି ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, କୌଣସି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିନାହାନ୍ତି କିମ୍ବା ମେଡିକାଲରେ ଭର୍ତ୍ତି ହୋଇନାହାନ୍ତି । ହେଲେ ଏପର୍ଯ୍ୟନ୍ତ ପୂରା ମାମଲାର ସତ୍ୟତା ଜଣାପଡ଼ି ନାହିଁ ।

ତେବେ ଚଣ୍ଡିଗଡ଼ ୟୁନିଭର୍ସିଟିରେ କିଛି ଛାତ୍ରୀଙ୍କର ବ୍ୟକ୍ତିଗତ ଭିଡିଓକୁ ଜଣେ ଛାତ୍ରୀ ତାଙ୍କ ମୋବାଇଲରେ ରେକର୍ଡ କରିଥିବା ଅଭିଯୋଗ ହୋଇଥିଲା । କ୍ୟାମେରାରେ ଉତ୍ତୋଳନ ପରେ ତାଙ୍କ ବୟଫ୍ରେଣ୍ଡଙ୍କ ପାଖକୁ ଛାଡିବା ପରେ ବୟ ଫ୍ରେଣ୍ଡ ଏହାକୁ ଭାଇରାଲ୍ କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ୟୁନିଭର୍ସିଟି କ୍ୟାମ୍ପସରେ ହଙ୍ଗାମା ହୋଇଛି ।