• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚଣ୍ଡିଗଡ଼ ୟୁନିଭରସିଟି ଭିଡିଓ ଲିକ୍ ଘଟଣାରେ ୩ ଗିରଫ । ଏମାନଙ୍କ ମଧ୍ୟରେ ଅଛନ୍ତି ଭିଡିଓ ଭାଇରାଲ କରିଥିବା ହଷ୍ଟେଲ ଛାତ୍ରୀ, ହିମାଚଳ ପ୍ରଦେଶରେ ରହୁଥିବା ତାଙ୍କ ବୟଫ୍ରେଣ୍ଡ ଏବଂ ଆଉ ଜଣେ ୩୧ ବର୍ଷୀୟ ଯୁବକ । ହଷ୍ଟେଲର ୬୦ରୁ ଅଧିକ ଛାତ୍ରୀଙ୍କ ବାଥୁରମ ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି ।

ତେବେ ପୋଲିସ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କେବଳ ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ହୋଇଥିବା କହୁଛନ୍ତି । ପଂଜାବ ସରକାର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ୩ ଜଣିଆ ସଦସ୍ୟ ବିଶିଷ୍ଟ ଏସ୍ଆଇଟି ଗଠନ ହୋଇଛି । ଏସ୍‌ଆଇଟିର ୩ ଜଣ ଯାକ ସଦସ୍ୟ ମହିଳା ଟିମ୍‌ର ନେତୃତ୍ୱ ନେଉଛନ୍ତି ବରିଷ୍ଠ ଆଇପିଏସ୍ ଗୁରୁପ୍ରୀତ କୌର ଦେଓ । ସେପଟେ ଘଟଣାରେ ହଷ୍ଟେଲର ୨ ଜଣ ଓ୍ୱାର୍ଡେନଙ୍କୁ ସସପେଣ୍ଡ କରାଯାଇଛି । ଅନ୍ୟ ୱାର୍ଡେନଙ୍କୁ ମଧ୍ୟ ବଦଳି କରାଯାଇଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆସନ୍ତା ୬ ଦିନ ଅର୍ଥାତ ୨୪ ତାରିଖ ଯାଏ ସମସ୍ତ କ୍ଲାସ୍ ବାତିଲ କରିଛନ୍ତି । ଫଳରେ ଆଜି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହଷ୍ଟେଲ ଖାଲି କରୁଥିବା ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ, ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହୁଥିବା କିଛି ଛାତ୍ରୀଙ୍କ ବାଥରୁମ ଭିଡିଓ ଭାଇରାଲ ଘଟଣାକୁ ନେଇ ବିବାଦ ଲାଗି ରହିଛି । ଗତକାଲିଠାରୁ ଶିକ୍ଷାର୍ଥୀମାନେ ଚଳାଇଥିବା ବିକ୍ଷୋଭ ବିଳମ୍ବିତ ରାତିରେ ପ୍ରତ୍ୟାହାର ହୋଇଛି । ଅନ୍ୟପଟେ ଏବେ ହଷ୍ଟେଲ ଟାଇମିଂରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ନିୟମିତ ଯାଞ୍ଚ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ।

OTV is now on Whatsapp

Join and get latest news update delivered to you via whatsapp

Join Now