ଲୋକସଭା ନିର୍ବାଚନ ପୂର୍ବରୁ BSP ଲାଗିଲା ବଡ଼ ଝଟକା। ବିଜେପିରେ ସାମିଲ ହେଲେ ବହୁଜନ ସମାଜ ପାର୍ଟି ଛାଡ଼ିଥିବା ସାଂସଦରିତେଶ ପାଣ୍ଡେ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ଆଜି ପଦ୍ମ ଧରିଛନ୍ତି। ନୂଆଦିଲ୍ଲୀରେ ହୋଇଥିବା ଏହି ମିଶ୍ରଣ ପର୍ବରେ ୟୁପି ଉପ ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ଏବଂ ବରିଷ୍ଠ ନେତା ତରୁଣ ଚୁଗ ମଧ୍ୟ ଉପସ୍ଥିତି ଥିଲେ। ପାଣ୍ଡେ ଉତ୍ତର ପ୍ରଦେଶ ଆମ୍ବେଦକର ନଗରରୁ ସେ ଲୋକସଭା ପ୍ରାର୍ଥୀ ଅଛନ୍ତି।
Also Read
BSP MP Ritesh Pandey joins BJP in the presence of Uttar Pradesh Deputy CM Brajesh Pathak and other BJP leaders.
— ANI (@ANI) February 25, 2024
Ritesh Pandey tendered his resignation from BSP earlier today. He was a Lok Sabha MP from Ambedkar Nagar, Uttar Pradesh. pic.twitter.com/zfXDNshwQE
ସଂସଦର ବଜେଟ୍ ଅଧିବେଶନରେ ସଂସଦ ଗୃହର କ୍ୟାଣ୍ଟିନରେ ମଧ୍ୟାହ୍ନ ଭୋଜନ କରିଥିବା ୯ ସାଂସଦଙ୍କ ମଧ୍ୟରେ ରିତେଶ ପାଣ୍ଡେ ମଧ୍ୟ ଥିଲେ। କୁହାଯାଉଛି ଯେ ଆମ୍ବେଦକର ନାଗରରୁ ରିତେଶ ପାଣ୍ଡେଙ୍କୁ ବିଜେପି ଟିକେଟ ଦେଇପାରେ। ରାଜନୈତିକ ପରିବାରରୁ ଆସିଥିବା ରିତେଶଙ୍କ ପିତା ରାକେଶ ପାଣ୍ଡେ ସମାଜବାଦୀ ପାର୍ଟିର ବିଧାୟକ ଥିଲେ । ତେବେ କିଛି ହେବ ରିତେଶଙ୍କୁ ଚର୍ଚ୍ଚା ହେଉଥିଲା କି ସେ ବିଜେପିରେ ସାମିଲ ହେବ।
बहुजन समाज पार्टी की प्राथमिक सदस्यता से त्यागपत्र pic.twitter.com/yUzVIBaDQ9
— Ritesh Pandey (@mpriteshpandey) February 25, 2024
ବିଜେପିରେ ଯୋଗଦେବା ପରେ ବିଏସପି ସାଂସଦ ରିତେଶ ପାଣ୍ଡେ କହିଛନ୍ତି ଯେ ମୁଁ ବିଏସପି ସହିତ ଗତ ୧୫ ବର୍ଷ ଧରି କାମ କରୁଛି। ମୁଁ ତାଙ୍କ (ମାୟାବତୀ) ଚିନ୍ତାଧାରା ଏବଂ କାର୍ଯ୍ୟକଳାପ ଉପରେ ମନ୍ତବ୍ୟ ଦେବାକୁ ଚାହେଁ ନାହିଁ | ମୁଁ ମୋର ଇସ୍ତଫା ପତ୍ରରେ ଏହି ବିଷୟରେ ବିସ୍ତୃତ ଭାବରେ ଲେଖିଛି। ମୋ ନିର୍ବାଚନମଣ୍ଡଳୀରେ ଯାହା ସବୁ ହୋଇଛି ତାହା ବିଗତ ପାଞ୍ଚ ବର୍ଷ ମଧ୍ୟରେ ହୋଇଛି ବୋଲି ରିତେଶ ପାଣ୍ଡେ କହିଛନ୍ତି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ରିତେଶ ପାଣ୍ଡେ ତାଙ୍କ ଇସ୍ତଫା ପୋଷ୍ଟ କରିଛନ୍ତି। ଏଥିରେ ସେ ଲୋକସଭା ଏବଂ ଉତ୍ତରପ୍ରଦେଶ ବିଧାନସଭାରେ ବିଏସପିର ପ୍ରତିନିଧିତ୍ୱ କରିଥିବାରୁ ମାୟାବତୀ ଏବଂ ଦଳର ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦଳର କାର୍ଯ୍ୟକର୍ତ୍ତା ମାର୍ଗଦର୍ଶନ ଏବଂ ସହଯୋଗ ପାଇଁ ସେ କୃତଜ୍ଞତା ଜଣାଇଛନ୍ତି।