ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ’ର ଟ୍ରେଲର ରିଲିଜ୍ ହୋଇଛି। ଆୟୁଷ ଶର୍ମାଙ୍କ ସହିତ ତାଙ୍କର ଏହି ଫିଲ୍ମ ନଭେମ୍ବର ୨୬ରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ସଲମାନ ଖାନ୍ ଏକ ଆକ୍ସନ ଅବତାରରେ ନଜର ଆସିବେ। ଏଥିରେ ତାଙ୍କ ଟକ୍କର ଆୟୁଷ ଶର୍ମାଙ୍କ ସହିତ ହେବ। ଉଭୟଙ୍କର ଏକ ଫାଇଟିଂ ସିନ୍ ଏବେ ଲୋକପ୍ରିୟ ହେବାରେ ଲାଗିଛି। କିନ୍ତୁ ଆୟୁଷ ଶର୍ମାଙ୍କ ପାଇଁ ଏହି ଫାଇଟ୍ ସିନ୍ ସଲମାନଙ୍କ ସହିତ କରିବା ସହଜ ନ ଥିଲା। ଏହି ସୂଚନା ନିଜେ ଆୟୁଷ ଶର୍ମା ଫିଲ୍ମର ଟ୍ରେଲର ରିଲିଜ୍ ହେବା ସମୟରେ ଦେଇଛନ୍ତି।
ହିନ୍ଦୀ ଫିଲ୍ମ ‘ବଣ୍ଟି ଔର୍ ବବଲୀ ୨’ ର ଟ୍ରେଲର ରିଲିଜ୍ ହୋଇଯାଇଛି। ଏଥିରେ ସୈଫ୍ ଅଲ୍ଲୀ ଖାନ୍, ରାନୀ ମୁଖାର୍ଜୀ, ସିଦ୍ଧାନ୍ତ ଚତୁର୍ବେଦୀ ଓ ଶରବରୀଙ୍କ ମଧ୍ୟରେ ମଜାଦାର ଲଢେଇ ଦେଖିବାକୁ ମିଳିବ। ସବୁଠାରୁ ମଜା କଥା ହେଲା ଏଥିରେ ଦୁଇ ହଳ ବଣ୍ଟି-ବବଲୀଙ୍କୁ ଦେଖିବାକୁ ମିଳିବ। ‘ବଣ୍ଟି ଔର୍ ବବଲୀ ୨’ ଏକ ପାରିବାରିକ ଫିଲ୍ମ ହୋଇଥିବା ବେଳେ ଏହା ସମସ୍ତଙ୍କୁ ହସେଇ ହସେଇ ବେଦମ କରିବ। ୟଶ ରାଜ୍ ଫିଲ୍ମ ବ୍ୟାନରରେ ତିଆରି ହୋଇଥିବା ଏହି ଫିଲ୍ମ ଦିପାବଳୀ ଅବସରରେ ରିଲିଜ୍ ହେବ।
ବଲିଉଡ୍ ଓ ଛୋଟ ପରଦାରେ ଅରୁଣ ଗୋଭିଲ୍ ଅନେକ ଭୂମିକାରେ ଅଭିନୟ କରିଛନ୍ତି। କିନ୍ତୁ ସେ ଯେତେବେଳେ ରାମାନନ୍ଦ ସାଗରଙ୍କ ରାମାୟଣରେ ଭଗବାନ ରାମଙ୍କ ଭୂମିକାରେ ଆସିଲେ ଲୋକେ ତାଙ୍କୁ ପ୍ରକୃତ ଭଗବାନ ମାନିନେଲେ। ଅରୁଣ ପୂରା ସଜାଗତାର ସହିତ ଏହି ଅଭିନୟ କରିଥିଲେ। ତାଙ୍କର ଓଠର ହାଲ୍କା ହସ ଓ ସରଳ ଭାବନା ଲୋକଙ୍କ ମନରେ ଆସ୍ଥାର ଦୀପ ଜଳେଇଥିଲା।
ଖୁବ୍ କମ ଦିନରେ ଭିକୀ କୌଶଲ ବଲିଉଡ୍ରେ ଜଣେ ପ୍ରସିଦ୍ଧ ଚେହେରା ବନିଯାଇଛନ୍ତି। ସେ ଆଜିକାଲି ନିଜ ଫିଲ୍ମ ‘ସରଦାର ଉଦ୍ଧମ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଓଟିଟି ପ୍ଲାଟ୍ଫର୍ମରେ ରିଲିଜ୍ ହୋଇସାରିଥିବା ବେଳେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରାଯାଉଛି। ବିଶେଷ କରି ଏହି ଫିଲ୍ମରେ ସରଦାର ଉଦ୍ଧମ ସିଂହଙ୍କ ଭୂମିକା ନେଇ ଭିକୀ କୌଶଲଙ୍କୁ ଖୁବ ପ୍ରଶଂସା କରାଯାଉଛି। ବର୍ତ୍ତମାନ ସମୟରେ ଏହି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରୀରେ ଜଣେ ସଫଳ କଳାକାର।
ବଲିଉଡ ଅଭିନେତା ରଣବୀର ସିଂହ ନିଜର ଷ୍ଟାଇଲିସ୍ ଲୁକ୍ ନେଇ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି। ତାଙ୍କ ଅଭିନୟକୁ ନେଇ ଯେତିକି ପସନ୍ଦ କରାଯାଏ ତାଙ୍କ ଫେସନ ସେନ୍ସକୁ ନେଇ ତା’ ଠାରୁ ଅଧିକ ପ୍ରଶଂସା କରାଯାଏ। ଏହି କାରଣରୁ ବହୁତ କମ ଦିନରେ ସେ ଦର୍ଶକଙ୍କ ହୃଦୟରେ ଏକ ବଡ ଜାଗା ଅକ୍ତିଆର କରିବାରେ ସକ୍ଷମ ହୋଇପାରିଛନ୍ତି। ନିଜ ଏନର୍ଜି ଦ୍ୱାରା ସେ ଖୁବ୍ କମ ସମୟରେ ସମସ୍ତଙ୍କୁ ନିଜର କରି ନିଅନ୍ତି।
ଲୋକପ୍ରିୟ ଅଭିନେତା ତଥା ବିଗ୍ବସ -୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଗତକାଲି ଦେହାନ୍ତ ହୋଇଯାଇଛି । ଆଜି ଦିଆଯିବ ଶେଷ ବିଦାୟ।
ବଲିଉଡ୍ର ସୁପରଷ୍ଟାର ଅମିତାଭ ବଚ୍ଚନ, ଅମିର ଖାଁ, ଶାହରୁଖ, ସଲମାନ, ପ୍ରିୟଙ୍କା ଚୋପ୍ରା... । ଆଜି ସୁପରଷ୍ଟାର ହୋଇଥିବା ଏହି ସେଲିବ୍ରିଟି କେତେ ଟଙ୍କା ଦରମାରେ ଆରମ୍ଭ କରିଥିଲେ କ୍ୟାରିଅର ଜାଣନ୍ତି ?
ଗତ କିଛି ଦିନ ହେବ ସଲମାନ ଖାନଙ୍କ ଆଗାମୀ ଫିଲ୍ମ 'ଟାଇଗର ୩' କୁ ନେଇ ଅନେକ ଖବର ଆସୁଛି। ନିକଟରେ ବିଦେଶରେ ସୁଟିଂ କରୁଥିବା ସେଟରୁ ସଲମାନ ଖାନଙ୍କ ଫଟୋ ଭାଇରାଲ ହୋଇଥିଲା। ସମ୍ପ୍ରତି ଭାଇ ଜାନ ଋଷରେ କ୍ୟାଟ୍ରିନା କୈଫଙ୍କ ସହ ସୁଟିଂ କରୁଛନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ଚଳଚ୍ଚିତ୍ରରେ ଇମ୍ରାନ୍ ହାଶମୀ ପାକିସ୍ତାନର ଆଇଏସ୍ଆଇ ଏଜେଣ୍ଟ ତଥା 'ପାକିସ୍ଥାନର ଟାଇଗର' ଭୂମିକାରେ ଅଭିନୟ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଇମ୍ରାନ୍ ହାଶମୀ ଏହାକୁ ନେଇ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ନିଶ୍ଚେ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକେଇବ।
ଆଉଥରେ ବାହାହେଲେ ବଲିଉଡ୍ ତଥା ଟଲିଉଡ୍ର ଦିଗ୍ଗଜ ଅଭିନେତା ପ୍ରକାଶ ରାଜ। ସିଂଘମ୍, ୱାଣ୍ଟେଡ୍ ଭଳି ସିନେମାରେ ନିଜ ଭୂମିକାରେ ଜବରଦସ୍ତ ଅଭିନୟ କରି ଦର୍ଶକମାନଙ୍କ ହୃଦୟରେ ରାଜ କରୁଥିବା ପ୍ରକାଶ ରାଜ ୧୧ ବର୍ଷ ପୂର୍ବେ ପୋନୀ ବର୍ମାଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ସେ ଆଉଥରେ ବାହା ହୋଇଛନ୍ତି। କିନ୍ତୁ ଆପଣମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହେବାର ସେମିତି କାରଣ ନାହିଁ। କାରଣ ସେ ଆଉ କାହାକୁ ବିବାହ କରି ନାହାନ୍ତି। ପ୍ରକାଶ ରାଜ ନିଜ ପତ୍ନୀଙ୍କୁ ହିଁ ଆଉଥରେ ବାହା ହୋଇଛନ୍ତି।
କରୋନା କାଳରୁ ବଲିଉଡ୍ ଅଭିନେତା ଗରିବ, ନିଃସହାୟମାନଙ୍କୁ ସହଯୋଗର ହାତ ବଢେଇ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ଏହି ମହା ବିପତ୍ତି ସମୟରେ ସୋନୁ ସୁଦ କାହା ପାଇଁ ଭଗବାନ ହୋଇ ତ କାହା ପାଇଁ ସନ୍ଥ ହୋଇ ଆବିର୍ଭାବ ହୋଇଛନ୍ତି। ତେବେ ଅନେକ ବାର ମଧ୍ୟ ସୋନୁ ସୁଦଙ୍କ ଏହି ମହାନ କାମ ପାଇଁ ପ୍ରଶ୍ନ ଉଠାଯାଇଛି। କେତେକ କୁହନ୍ତି ଯେ ସୋନୁ ସୁଦ ରାଜନିତିକୁ ପ୍ରବେଶ କରିବା ନେଇ ଏଭଳି କାମ କରି ଲୋକଙ୍କ ମନ କିଣିବାରେ ଲାଗିଛନ୍ତି। ତେବେ ଲୋକଙ୍କ ଏହି ଚିନ୍ତା ସତ ଲାଗୁଥିବା ଭଳି ମନେହୁଏ, କାରଣ ସୋନୁ ଇଲେକ୍ସନ ଲଢିବାର ଖବର ଆସୁଛି।
ବର୍ତ୍ତମାନ ନିକଟରେ ରିଲିଜ୍ ହୋଇଥିବା ‘ଶେର୍ଶାହ’ ଫିଲ୍ମର ସଫଳତା ନେଇ ସିଦ୍ଧାର୍ଥ ମଲ୍ହୋତ୍ରାଙ୍କ ଖୁସିର ସୀମା ପାର ହୋଇଛି। ଫିଲ୍ମରେ ସିଦ୍ଧାର୍ଥ କ୍ୟାପ୍ଟେନ ବିକ୍ରମ ବତ୍ରାଙ୍କ ଭୂମିକା ନିଭେଇ ସମସ୍ତଙ୍କ ହୃଦୟ କିଣିବାରେ ସଫଳ ହୋଇଛନ୍ତି। କିୟାରା ଆଡଭାନୀଙ୍କ ସହିତ ତାଙ୍କ ଯୋଡିକୁ ଦର୍ଶକେ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳେ। ତେବେ ସିଦ୍ଧାର୍ଥ ଏହି ଫିଲ୍ମର ସଫଳତା ମଧ୍ୟରେ ସିଦ୍ଧାର୍ଥ ତାଙ୍କର ନୂଆ ସିନେମା ‘ମିସନ ମଞ୍ଜୁ’ର ସୁଟିଂ ଆରମ୍ଭ କରିଦେଇଛନ୍ତି। ତାଙ୍କ ପ୍ରଶଂସକମାନକୁ ଏହି ଖବର ସେ ତାଙ୍କ ଇନ୍ଷ୍ଟାଗ୍ରାମ ପେଜ୍ରେ ପୋଷ୍ଟ କରି ଜଣେଇଛନ୍ତି।
ବହୁ ବର୍ଷ ପୂର୍ବେ, ଯେତେବେଳେ ଅମିତାଭ ଲମ୍ବା ଚୁଟି ରଖିଥିଲେ, ଯୁବକମାନେ ମଧ୍ୟ ତାଙ୍କୁ ନକଲ କରିବା ସହ ସମାନ ହେୟାର୍ ଷ୍ଟାଇଲ୍ କରିବା ଆରମ୍ଭ କରିଦେଇଥିଲେ। ଏହା ପରେ, ଯେତେବେଳେ ଅମିତାଭ ଫ୍ରେଞ୍ଚ୍କଟ୍ ଦାଢି ରଖିଥିଲେ ତାଙ୍କୁ ଏହା ଖୁବ୍ ସୁଟ୍ କରିବା ସହିତ ତାଙ୍କ ଲୁକ୍ ମଧ୍ୟ ବହୁତ ଚମତ୍କାର ଦେଖାଯାଇଥିଲା। ଦୀର୍ଘ ଦିନ ଧରି ଅମିତାଭ ଏହି ଲୁକ୍ କରିଆସୁଛନ୍ତି। ତେବେ ଅମିତାଭଙ୍କ ଏହି ଫ୍ରେଞ୍ଚ୍କଟ୍ ଦାଢି ପଛରେ ଏକ ମଜାଦାର କାହାଣୀ ମଧ୍ୟ ଅଛି।
ଆଜି ଆୟୁଷ୍ମାନ ଖୁରାନାଙ୍କ ଗଣନା ବଡ ତାରକାମାନଙ୍କ ମଧ୍ୟରେ କରାଯାଉଛି। ତେବେ ଏହି ଜାଗା ଯେ ତାଙ୍କୁ ସହଜରେ ପ୍ରାପ୍ତ ହୋଇଛି ତାହା ନୁହେଁ। ଏଠାରେ ପହଞ୍ଚିବା ପାଇଁ ତାଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିଛି। ବଲିଉଡରେ ତାଙ୍କର ପ୍ରଥମ ଦିନଗୁଡିକ ବହୁତ ସଂଘର୍ଷପୂର୍ଣ୍ଣ ଥିଲା। ଆୟୁଷ୍ମାନଙ୍କୁ ଆଜି ଲକ୍ଷ ଲକ୍ଷ ଯୁବକ ଅନୁସରଣ କରୁଛନ୍ତି, କିନ୍ତୁ ତାଙ୍କ ଜୀବନରେ ମଧ୍ୟ ଏପରି କିଛି ସମୟ ଆସିଥିଲା, ଯେତେବେଳେ ସେ ଏହି ସବୁ ଜିନିଷରୁ ଦୂରେଇ ଯିବାକୁ ଚାହୁଁଥିଲେ।
ଲିଉଡ୍ ଅଭିନେତା ଅର୍ଜୁନ କପୁର ଏବେ ପ୍ରକାଶ କରିଛନ୍ତି ଯେ ତାଙ୍କ ଧରମ ଭଉଣୀ ଜାହ୍ନଭୀ କପୁରଙ୍କ ସହ ଥିବା ତାଙ୍କ ସମ୍ପର୍କରେ କିପରି ପରିବର୍ତ୍ତନ ହୋଇଛି। ଅର୍ଜୁନ ଓ ଜାହ୍ନଭୀ ହେଉଛନ୍ତି ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ପିଲା। ଅର୍ଜୁନ ଏବଂ ଅଂଶୁଲା ବୋନିଙ୍କ ପ୍ରଥମ ପତ୍ନୀ ମୋନାଙ୍କ ପିଲା ହୋଇଥିବାବେଳେ ଜାହ୍ନଭୀ ଓ ତାଙ୍କ ଭଉଣୀ ଖୁସି କପୁର ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ପିଲା।
ତେବେ ଏଠାରେ କହିରଖୁଛୁ, ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ବିତରଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ବ୍ୟବସାୟୀ ତଥା ସେଲିବ୍ରିଟି ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି
ବଲିଉଡ ଅଭିନେତ୍ରୀ କରୀନା କପୁର ତାଙ୍କ ପୁସ୍ତକକୁ ନେଇ ଏକ ଆଇନଗତ ସମସ୍ୟାରେ ଫସିଯାଇଛନ୍ତି। ତାଙ୍କ ପୁସ୍ତକର ନାମକୁ ନେଇ ସାରା ଦେଶରେ ସମାଲୋଚନା ହେଉଛି। ଏପରିକି କରୀନା କପୁରଙ୍କ ବିରୋଧରେ ଏଫ୍ଆଇଆର୍ ଜାରି କରିବାକୁ ଦାବି ହେଉଛି।
ବଲିଉଡ୍ ଅଭିନେତା ଅରବାଜ ଖାନ ଖୋଲାଖୋଲି ଟ୍ରୋଲ୍ ସହ ଡ୍ରଗ୍ସ କାରବାର ଉପରେ ମତ ରଖିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଲୋକମାନେ ଟ୍ରୋଲ୍ ହୁଅନ୍ତି, ସେମାନଙ୍କୁ କେତେ ମାନସିକ ଏବଂ ବୃତ୍ତିଗତ ସମସ୍ୟାର ସାମ୍ନା କରିବାକୁ ପଡେ ତାହା କଳ୍ପନା କରିବା କଷ୍ଟକର।
ଫିଲ୍ମ 'ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ'ର ପ୍ରଥମ ଗୀତ' ହଞ୍ଜୁଗମ୍ 'ମୁକ୍ତିଲାଭ କରିଛି। ଏହି ଗୀତ ଅଜୟ ଦେବଗନ ଏବଂ ଅଭିନେତ୍ରୀ ପ୍ରଣିତା ସୁଭାଷଙ୍କ ଉପରେ ସୁଟିଂ କରାଯାଇଛି। ଏହି ଦୁଇଜଣଙ୍କର ରୋମାଣ୍ଟିକ୍ ଯୋଡି ହିଁ ଗୀତଟିକୁ ଆଶ୍ଚର୍ଯ୍ୟଜନକଭାବେ ରିଲିଜ୍ ହେବା ମାତ୍ରେ ସୋସିଆଲ ମିଡିଆରେ ଚହଳ ପକେଇ ଦେଇଛି।
ବଲିଉଡର ଦିଗ୍ଗଜ ଅଭିନେତା ରାଜେଶ ଖାନ୍ନା ଦୁନିଆ ଛାଡିବାର ୯ ବର୍ଷ ବିତି ଗଲାଣି। କର୍କଟ କାରଣରୁ ୧୮ ଜୁଲାଇ୨୦୧୨ରେ ରାଜେଶ ଖାନ୍ନାଙ୍କର ମୃତ୍ୟୁ ହୋଇଥିଲା। ପ୍ରକାଶ ରୋହରା ରାଜେଶ ଖାନ୍ନାଙ୍କ ମୃତ୍ୟୁ ବାର୍ଷିକୀରେ ଅନେକ ସ୍ମୃତି ବାଣ୍ଟିଛନ୍ତି।
ସୋସିଆଲ୍ ମିଡିଆରେ ଟ୍ୱିଟ୍ କରି ପୁଣି ଟ୍ରୋଲ୍ ହୋଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ସେ ନିଜ ଟ୍ୱିଟ୍ରେ ଲେଖିଛନ୍ତି- 'ଲେଖିବାର କିଛି ନାହିଁ'। ଅମିତାଭଙ୍କ ଏହି ପୋଷ୍ଟ ଦେଖିବା ପରେ ଲୋକମାନେ ତାଙ୍କୁ ସମାଲୋଚନା କରିବାକୁ ଆରମ୍ଭ କରିଥିଲେ। ସୋସିଆଲ ମିଡିଆରେ ଉପଭୋକ୍ତାମାନେ ତାଙ୍କୁ ଟ୍ରୋଲ୍ କରି ସମାଲୋଚନା କରିଥିଲେ।
'ରାମ ତେରୀ ଗଙ୍ଗା ମୈଲି'ରେ ବଲିଉଡରେ ପ୍ରବେଶ କରିଥିବା ମନ୍ଦାକିନୀ ଏବେ ପୁଣି ଥରେ ପରଦାକୁ ଫେରିବା ନେଇ ପ୍ରସ୍ତୁତ ହେଉଥିବା ଜଣାଯାଇଛି। ଅଭିନେତ୍ରୀଙ୍କ ଭାଇ ଭାନୁ ତାଙ୍କୁ ପୁଣିଥରେ ଅଭିନୟକୁ ଫେରିବା ନେଇ ବାଧ୍ୟ କରିଛନ୍ତି।
କଙ୍ଗନା କେବଳ ଏକ OTT ଡେବ୍ୟୁ କରିବାକୁ ଯାଉନାହାଁନ୍ତି ବରଂ ପ୍ରଥମ ଥର ପାଇଁ ଶୋ’ର ହୋଷ୍ଟ ହେବାକୁ ଯାଉଛନ୍ତି। ଶୋ’ର ହୋଷ୍ଟ ଭାବରେ କଙ୍ଗନା ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳିବ।
ବର୍ତ୍ତମାନ ଦିୟା ମିର୍ଜା ଏହି ସୂଚନା ଦେଇ ପ୍ରଶଂସକମାନଙ୍କୁ ପୁଣି ଥରେ ଆଶ୍ଚର୍ଯ୍ୟ କରିଛନ୍ତି ଯେ ସେ ମାତ୍ର ଦୁଇମାସ ପୂର୍ବେ ଅର୍ଥାତ୍ ମେ ୧୪ରେ ମା’ ହୋଇଥିଲେ। କେବଳ ଏତିକି ନୁହେଁ ସେ ତାଙ୍କ ପୁଅର ନାମ ମଧ୍ୟ ପ୍ରକାଶ କରିଛନ୍ତି।
କ୍ରିକେଟର ସୌରଭ ଗାଙ୍ଗୁଲି ନିଜ ଜୀବନରେ ବାୟୋପିକ୍ ତିଆରି ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ଏହି ଚଳଚ୍ଚିତ୍ର ଭାୟାକମ୍ ବ୍ୟାନରରେ ନିର୍ମିତ ହେବ। ତେବେ ରଣବୀର କପୁର ସୌରଭ ଗାଙ୍ଗୁଲିଙ୍କ ଭୂମିକାରେ ଅଭିନୟ କରିବା ନେଇ ସୂଚନା ରହିଛି।
ନିକଟରେ ବିଗ୍-ବି ଅମିତାଭ ବଚ୍ଚନ ତାଙ୍କ ଫେସ୍ବୁକ୍ରେ ଏକ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଲୋକଙ୍କ ଟ୍ରୋଲର ସମ୍ମୁଖୀନ ହେବାକୁ ପଡ଼ିଲା। ସେ ଦୁଇ ମହାନ ଶାୟରଙ୍କ ନାମରେ ନକଲି ଶାୟରୀ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ସେ ଲୋକଙ୍କ ଟାର୍ଗେଟ୍ରେ ଆସିଥିଲେ।