Advertisment

120 Bahadur: ଫରହାନଙ୍କ ସବୁଠୁ ବଡ଼ କମବ୍ୟାକ୍ ....ନଭେମ୍ବର ୨୧ରେ ରିଲିଜ ହେବ ଫିଲ୍ମ

ଲଦାଖ, ରାଜସ୍ଥାନ ଓ ମୁମ୍ବାଇରେ ସୁଟିଂ ହୋଇଛି ଫିଲ୍ମ । ଏଯାଏ ସବୁଠାରୁ ବଡ଼ ସ୍କେଲରେ ନିର୍ମିତ ୧୨୦ ବାହାଦୂର ଯୁଦ୍ଧକୁ ଦର୍ଶକ ବଡ଼ ପରଦାରେ ଦେଖିପାରିବେ। ବରଫରେ ଆଚ୍ଛାଦିତ ଯୁଦ୍ଧ ଭୂମିଠୁ ଆରମ୍ଭ କରି ଯୁଦ୍ଧକ୍ଷେତ୍ରର ନୀରବତା ପର୍ଯ୍ୟନ୍ତ ପ୍ରତ୍ୟେକଟି ଦୃଶ୍ୟ ଜୀବନ୍ତ ହୋଇଛି ।

author-image
Manasranjan Mohanty
120 Bahadur

120 Bahadur

ପୋଷ୍ଟରର ଧମାକାଦାର ରିଲିଜର ମାତ୍ର ଗୋଟିଏ ଦିନ ପରେ ୧୨୦ ବାହାଦୂର ନିର୍ମାତା ମାନେ ଟିଜର ରିଲିଜ କରିଛନ୍ତି, ଯାହାକୁ ସମସ୍ତେ ବେଶ ଉତ୍ସାହର ସହ ଅପେକ୍ଷା କରିଥିଲେ। ଏହି ଟିଜର ଦେଶଭକ୍ତିରେ ଭରପୂର ରହିଛି । ଏଥିରେ ଫରହାନ ଅଖତାର ମେଜର ଶୈତାନ ସିଂହ ଭାଟୀଙ୍କ ଶକ୍ତିଶାଳୀ କ୍ୟାରେକ୍ଟରରେ ନଜର ଆସୁଛନ୍ତି।

Advertisment

ପ୍ରଥମ ଦୃଶ୍ୟ ହିଁ ଦେଖାଇ ଦେଉଛି ଯେ ଏହି ଚଳଚ୍ଚିତ୍ର ସାହସ ଓ ବଳିଦାନ ସହ ଜଡ଼ିତ ଏକ ଶାନଦାର ଯୁଦ୍ଧ କାହାଣୀ ହେବାକୁ ଯାଉଛି। ୧୯୬୨ରେ ରେଜାଙ୍ଗ ଲାରେ ବୀରତ୍ୱ ସହ ଜଡ଼ିତ କାହାଣୀ ଟିଜରରେ ଦେଖିବାକୁ ମିଳିଛି ।

କିପରି ୧୨୦ ଭାରତୀୟ ସୈନିକ ହଜାର ହଜାର ଶତ୍ରୁଙ୍କ ସାମ୍ନାରେ ଦୃଢ଼ତାର ସହ ଠିଆ ହୋଇ ଇତିହାସ ରଚିଥିଲେ। ନିର୍ମାତା ନିଜର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଟିଜର ସେୟାର କରିଛନ୍ତି ।

Advertisment

କ୍ୟାପସନରେ ଲେଖିଛନ୍ତି, ଫରହାନ ଅଖତାରଙ୍କ ଶକ୍ତିଶାଳୀ ପ୍ରତ୍ୟାବର୍ତ୍ତନ । ଟିଜରରେ ତାଙ୍କୁ ଏକ ଏକାନ୍ତ ଗମ୍ଭୀର, ସଂଯତ ଏବଂ ହୃଦୟସ୍ପର୍ଶୀ ଅନ୍ଦାଜରେ ଦେଖାଯାଇଛି। ମେଜର ଶୈତାନ ସିଂହଙ୍କ ଚରିତ୍ରରେ ତାଙ୍କର ଅଭିନୟ ଏବେ ଠାରୁ ପ୍ରଶଂସା ସାଉଁଟୁଛି ।

ଲଦାଖ, ରାଜସ୍ଥାନ ଓ ମୁମ୍ବାଇରେ ସୁଟିଂ ହୋଇଛି ଫିଲ୍ମ । ଏଯାଏ ସବୁଠାରୁ ବଡ଼ ସ୍କେଲରେ ନିର୍ମିତ ୧୨୦ ବାହାଦୂର ଯୁଦ୍ଧକୁ ଦର୍ଶକ ବଡ଼ ପରଦାରେ ଦେଖିପାରିବେ। ବରଫରେ ଆଚ୍ଛାଦିତ ଯୁଦ୍ଧ ଭୂମିଠୁ ଆରମ୍ଭ କରି ଯୁଦ୍ଧକ୍ଷେତ୍ରର ନୀରବତା ପର୍ଯ୍ୟନ୍ତ ପ୍ରତ୍ୟେକଟି ଦୃଶ୍ୟ ଜୀବନ୍ତ ହୋଇଛି ।

ରଜନୀଶ “ରେଜୀ” ଘୋଷଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏବଂ ରିତେଶ ସିଧୱାନୀ ଓ ଫରହାନ ଅଖତାର (ଏକ୍ସେଲ ଏଣ୍ଟରଟେନମେଣ୍ଟ) ତଥା ଅମିତ ଚନ୍ଦ୍ରା (ଟ୍ରିଗର ହାପି ଷ୍ଟୁଡିଓଜ)ଙ୍କ ପ୍ରଯୋଜନାରେ ପ୍ରସ୍ତୁତ ୧୨୦ ବାହାଦୂର ୨୧ ନଭେମ୍ବର ୨୦୨୫ରେ ସିନେମା ହଲରେ ରିଲିଜ ହେବ।

ଅଧିକ ପଢନ୍ତୁ:ସବୁ କିଛି କେବଳ ବାହାନା ଥିଲା , କାରଣ ଏବେ ଜଣାପଡ଼ିଲା

Bollywood Actor Bollywood
Advertisment
Related Articles
Advertisment