/odishatv-khabar/media/post_attachments/uploadimage/library/16_9/16_9_0/Bollywood_1752032417.jpg)
Bollywood
ମନୋରଞ୍ଜନ କ୍ଷେତ୍ରରେ କାମ କରୁଥିବା ସେଲିବ୍ରିଟିମାନେ କେବଳ ଅଭିନୟ କିମ୍ବା କଳା କ୍ଷେତ୍ରରେ ଦକ୍ଷ ନୁହଁନ୍ତି, ବରଂ ଉଚ୍ଚଶିକ୍ଷିତ ମଧ୍ୟ । ଶିକ୍ଷା ଓ ପ୍ରସିଦ୍ଧି ଉଭୟ ଏକାସାଥେ ଚାଲି ପାରିବ ବୋଲି ପ୍ରମାଣିତ କରିଛନ୍ତି ବଲିଉଡର ଅନେକ କଳାକାର । ସେମାନେ ଅଭିନୟ ଜାରି ରଖିବା ସହିତ ପାଠପଢାକୁ ମଧ୍ୟ ଧ୍ୟାନ ଦେଇଥିଲେ । ଅନେକ ଡିଗ୍ରୀ ହାସଲ କରିବା ସହିତ ଦେଶର ଟପ୍ ୟୁନିଭର୍ସିଟିରେ ମଧ୍ୟ ପାଠ ପଢିଛନ୍ତି ।
Advertisment
ଅଧିକ ପଢ଼ନ୍ତୁ: ଧମାଲ ମଚାଇଲା ବିଗ୍ ବଜେଟ୍ ଫିଲ୍ମ 'ରାମାୟଣ' ଟିଜର୍
ଆସନ୍ତୁ ଜାଣିବା ସେଭଳି କିଛି ସେଲିବ୍ରିଟିଙ୍କ ବିଷୟରେ:-
- ଶାହରୁଖ ଖାନ୍- ବଲିଉଡର ସୁପରଷ୍ଟାର ଶାହରୁଖ ଖାନ୍ଙ୍କୁ କିଙ୍ଗ ଖାନ ବୋଲି ସମସ୍ତେ ଜାଣନ୍ତି । ତାଙ୍କ ଅଭିନୟର ଯାଦୁରେ ସେ ସମସ୍ତଙ୍କୁ ମତୁଆଲା କରିଛନ୍ତି । ତେବେ ଜାଣିଛନ୍ତି, ସେ ଜଣେ ଉଚ୍ଚଶିକ୍ଷିତ କଳାକାର । ସେ ହଂସରାଜ କଲେଜରୁ ଇକୋନୋମିକ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଏହା ପରେ ଜାମିଆ ମିଲିଆ ଇସଲାମିଆରେ ମାସ୍ କମ୍ୟୁନିକେସନ ବା ଗଣ ଯୋଗାଯୋଗରେ ସ୍ନାତକୋତ୍ତର ଡିଗ୍ରୀ ପାଇଁ ନାମ ଲେଖାଇ ଥିଲେ ମଧ୍ୟ ଅଭିନୟ କ୍ୟାରିୟର ପାଇଁ ଅଧାରୁ ଛାଡି ଦେଇଥିଲେ ।
- ସିଦ୍ଧାର୍ଥ ଚତୁର୍ବେଦୀ- ଗଲି ବଏ ଫେମ୍ ସିଦ୍ଧାର୍ଥ ଚତୁର୍ବେଦୀ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ । ସେ ମିଠିବାଇ କଲେଜରୁ ଉଚ୍ଚଶିକ୍ଷା ସମ୍ପନ୍ନ କରିଛନ୍ତି । ସେ କଲେଜରେ ପଢିବା ଦିନରୁ ହିଁ ଥିଏଟରରେ ଅଭିନୟ କରିବା ଆରମ୍ଭ କରି ଦେଇଥିଲେ ।
- ସାରା ଅଲ୍ଲୀ ଖାନ- ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ଇତିହାସ ଓ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିଛନ୍ତି । ଏହା ମଧ୍ୟ କୁହାଯାଏ ଯେ, ସାରା ୩ ବର୍ଷ ମଧ୍ୟରେ ସ୍ନାତକ ଡିଗ୍ରୀ ସମାପ୍ତ କରିଥିବା ବେଳେ ବାକି ଦେଢ ବର୍ଷ ଓଜନ କମାଇବା ପାଇଁ ଟ୍ରେନିଂ ନେଇଥିଲେ । ଏହା ପରେ ସେ ଭାରତ ଫେରି ଆସିଥିଲେ ।
- ଆୟୁଷ୍ମାନ ଖୁରାନ୍ନା- ଜାତୀୟ ପୁରସ୍କାର ପ୍ରାପ୍ତ ଆୟୁଷ୍ମାନ ଖୁରାନା ଇଂରାଜୀ ସାହିତ୍ୟରେ ସ୍ନାତକ ଡିଗ୍ରୀ ସମାପ୍ତ କରିଛନ୍ତି । ଏହା ପରେ ସେ ଚଣ୍ଡିଗଡର ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ମାସ୍ କମ୍ୟୁନିକେସନ ବା ଗଣ ଯୋଗାଯୋଗରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।
- ଜନ ଆବ୍ରାହମ୍- ବଲିଉଡ ଅଭିନେତା ଜନ୍ ଆବ୍ରାହମ୍ ବମ୍ବେ ସ୍କଟିଶ୍ ସ୍କୁଲରେ ପାଠ ପଢିବା ପରେ ଜୟ ହିନ୍ଦ କଲେଜରେ ଇକୋନୋମିକ୍ସରେ ସ୍ନାତକ କରିଛନ୍ତି । ଏହା ପରେ ମୁମ୍ବାଇର ଏନଏମଆଇଏମଏସରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି ।
- ରଣଦୀପ ହୁଡା- ବିଶିଷ୍ଟ ଅଭିନେତା ରଣଦୀପ୍ ହୁଡା ହରିୟାଣାର ରାୟରେ ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ଅଧିକ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ । ସେଠାରେ ସେ ମାର୍କେଟିଂରେ ସ୍ନାତକ ଏବଂ ବିଜନେସ୍ ମ୍ୟାନେଜମେଣ୍ଟ ଓ ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।
- ପରିଣୀତି ଚୋପ୍ରା- ଲୋକପ୍ରିୟ ଅଭିନେତ୍ରୀ ପରିଣୀତି ଚୋପ୍ରା ବିଜନେସ୍, ଫାଇନାନ୍ସ ଏବଂ ଇକୋନୋମିକ୍ସରେ ମାଞ୍ଚେଷ୍ଟର ବିଜନେସ୍ ସ୍କୁଲରୁ ସ୍ନାତକ ହାସଲ କରିଛନ୍ତି । ଯଦିଓ ସେ ଜଣେ ବ୍ୟାଙ୍କର ହେବାକୁ ଇଚ୍ଛା ରଖିଥିଲେ, କିନ୍ତୁ ଅଭିନୟ କ୍ଷେତ୍ରରେ କ୍ୟାରିୟର ବଜାୟ ରଖିଲେ ।
ଅଧିକ ପଢ଼ନ୍ତୁ: ଏହି ମୁସଲିମ ଅଭିନେତ୍ରୀଙ୍କୁ ହନୁମାନ ଚାଳିଶା ଶୁଣିଲେ ଶାନ୍ତି ମିଳେ, ବର୍ଷକୁ ୨ ଥର ରଖନ୍ତି ବ୍ରତ...
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)