ଆରମ୍ଭ ହୋଇଥିଲା ବରଣୀ । ନୂଆ ବାଇକରେ ବରକୁ ବସାଇ ପାଛୋଟି ନେଉଥିଲେ କନ୍ୟା ଘର ଲୋକେ । ଏହାରି ଭିତରେ ପଛରେ ଆସୁଥିବା ବରଯାତ୍ରୀ ଭିଡ଼ରେ ପଶି ନାଚିଥିଲେ କନ୍ୟା ପ୍ରମିଳାଙ୍କ ବଡ଼ଭାଇ ଚିନ୍ତା ତାଣ୍ଡିଙ୍କ ପୁଅ । ବାସ୍, ଏହାକୁ ନେଇ ଗଣ୍ଡଗୋଳ, ମାରପିଟ୍ ।
ଶ୍ରମିକମାନେ ବ୍ଲକ୍ ଅଫିସ୍ରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ମନରେଗା କାମରେ ଦୁର୍ନୀତି ଅଭିଯୋଗ ପରେ ଏଭଳି ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି।
ଘଟଣା ଦିନ କୋର୍ଟରେ ଥିବାବେଳେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ସଂପର୍କରେ ମୁଁ ଖବର ପାଇଥିଲି। ତୁରନ୍ତ ମୁଁ ଜେଲ୍ରେ ପହଞ୍ଚିଥିଲି। ସେତେବେଳେ ତାଙ୍କୁ ହସ୍ପିଟାଲ୍ ନେବା ପାଇଁ ବ୍ୟବସ୍ଥା ହେଉଥିଲା। ସେତେବେଳକୁ ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲା। ତେବେ ଯେଉଁ ପରିବେଶ ଓ ପରିସ୍ଥିତିରେ ଏହି ଘଟଣା ଘଟିଛି, ତାହା ଆତ୍ମହତ୍ୟା ବୋଲି ଆଦୌ ବିଶ୍ୱାସ ହେଉ ନାହିଁ..
ଗୋବିନ୍ଦଙ୍କ ଜ୍ୟାକେଟର ଭିତର ପଟ ପକେଟରୁ ଏକ ମାଟିଆ ରଂଗର ଏନଭଲପ୍ ମିଳିଥିଲା । ଏନଭଲପ୍ ଭିତରେ ୨ଟି ପୃଷ୍ଠା ସମ୍ବଳିତ ଚିଠି ଥିବା କୁହାଯାଉଥିଲା । ଏନଭଲପ୍ ଉପରେ ଲିପିକା ସାହୁ ମାର୍ଫତ ସୁଷମା ସାହୁ ଲେଖାଯାଇଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଗୋବିନ୍ଦଙ୍କ ବଡ଼ ଝିଅ ଲିପିକାକୁ ଏହି ଚିଠି ମିଳିନାହିଁ ।
ରାଜ୍ୟ ରାଜନୀତିରେ ଗୋବିନ୍ଦ ଭୂକମ୍ପ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସନ୍ଦେହଜକ ମୃତ୍ୟୁ ପରେ ଅକଳରେ ବିଜେଡି । ମମିତା ମାମଲାରେ ବିବାଦୀୟ ହୋଇ ପଡ଼ିଥିବା ପୂର୍ବତନ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଖାସ୍ ଥିବା ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ସରକାରୀ ଦଳକୁ ସିଧା ନିଶାନା କରିଛନ୍ତି ବିରୋଧୀ ।
ଛାତ୍ରଙ୍କ ଅସାବଧାନତା ନା ଶିକ୍ଷକଙ୍କ ଅବହେଳା? ଗମାତ କରୁ କରୁ ବେକରେ କେମିତି ଗଳିଗଲା ଜାଭେଲିନ୍?
ଜଣେ ଛୋଟ ବେଳୁ ବାପା ମାଆଙ୍କୁ ହରାଇ ଛେଳି ଚରାଇ ବଡ ହୋଇଛନ୍ତି , ଆଉ ଜଣେ ସାଧାରଣ ପୋଷ୍ଟାଲ୍ କର୍ମଚାରୀଙ୍କ ଝିଅ । ଆଜି ସେମାନେ ଅଗ୍ନିବୀର । ଦେଖନ୍ତୁ ଏମାନଙ୍କର ସଫଳତାର କାହାଣୀ
ପ୍ରଥମେ ନ୍ୟୁଡ୍କଲ୍ । ତାପରେ ବ୍ଲାକମେଲିଂ । ଆଉ ଶେଷରେ ସୁଇସାଇଡ୍ । ବରଗଡ଼ ବରପାଲି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ମ୍ୟାନେଜର୍ ଦିବ୍ୟରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟା ମାମଲାର ୪ ମାସ ପରେ ଖୁଲାସା । ନିତି ଡରି ଡରି ବଞ୍ଚିବା ଅପେକ୍ଷା ଜୀବନକୁ ସାରିଦେବାକୁ ଭାବିଥିଲେ ଦିବ୍ୟରଂଜନ । ଆଉ ନେଇଥିଲେ ଚରମ ନିଷ୍ପତ୍ତି । ସୋନପୁର ପୋଲିସ୍ ଦିବ୍ୟରଞ୍ଜନ ସୁଇସାଇଡ୍ କେସ୍ ଉପରୁ ପରଦା ହଟାଇଛି ।
ବଲାଙ୍ଗିର ତୁରେକେଲା ଜଙ୍ଗଲରୁ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍ । ପ୍ରେମିକାକୁ ଗୁଳି କରି ହତ୍ୟା ପରେ ମୃତଦେହ ଜାଳି ଦେଇଥିଲା ପ୍ରେମିକ। ଛତିଶଗଡ଼ ରାୟରପୁର ଅଭିଯୁକ୍ତକୁ ଗିରଫ କଲା ବଲାଙ୍ଗିର ପୋଲିସ....
ସ୍ୱପ୍ନ ପାଇଁ ଅଧରାତିରୁ ଆରମ୍ଭ ହେଲାଣି ସଂଘର୍ଷ...କଅଁଳ କାନ୍ଧରେ ଲଦି ହୋଇଗଲା ପରିବାର ବୋଝ
ସ୍କୁଲ ପରିଚାଳନା ବୈଠକରେ ଶିକ୍ଷକ-ସଦସ୍ୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ। ଗାଁରେ ବସିଲା ବୈଠକ, ଶିକ୍ଷକଙ୍କୁ କରିଦେଲେ ସାମାଜିକ ବାସନ୍ଦ। ନିଆଁପାଣି ସହ କଥାବାର୍ତ୍ତା ବନ୍ଦ କରିଦେଲେ ଗାଁ ଲୋକେ। ଯଦି କିଏ କଥାବାର୍ତ୍ତା କଲା ସିଏ ଦେବ ୧୦ ହଜାର ଫାଇନ୍...
ଏ ସମସ୍ତଙ୍କୁ ସେମାନଙ୍କ ସ୍ୱାମୀ ଛାଡ଼ି ଚାଲିଯାଇଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ସେମାନଙ୍କ ଦୀର୍ଘାୟୁ କାମନା କରିବା ସହ ଶଙ୍ଖା, ସିନ୍ଦୂର ପିନ୍ଧି କରୁଛନ୍ତି ସାବିତ୍ରୀ ବ୍ରତ। ଅପେକ୍ଷା କରିଛନ୍ତି, କେବେ ସ୍ୱାମୀ ଫେରିବେ...ଆଉ ୟାଙ୍କୁ ସ୍ୱଧାର ଗୃହରୁ ହାତ ଧରି ସାଥୀରେ ନେଇଯିବେ...
ଦ୍ରୁତ ଗତିରେ ମାଡ଼ି ଆସିଲା, ମଣିଷଙ୍କ ଉପରେ ଚଢ଼ିଗଲା, ସାମ୍ନା ପଟୁ ଟ୍ରକକୁ ପିଟିଲା । ବଲାଙ୍ଗିର ହିଟ୍ ଆଣ୍ଡ ରନ୍ ମାମଲାର ଖୋଲୁଛି ମର୍ଡର ପ୍ଳଟର ଗହନ କଥା । କ୍ୟାମେରାରେ କଏଦ ହୋଇଛି ଅଭିଯୁକ୍ତର ଚେହେରା ଆଉ ହତ୍ୟା ଷଡଯନ୍ତ୍ରର ଚିତ୍ର । ଗ
ବଲାଙ୍ଗିର ଲରମ୍ଭା ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଛନ୍ତି ।
ବଲାଙ୍ଗିର ଆର୍ଟିଓ ଅଫିସ ଛକରେ ହୋଇଥିବା ସିରିଜ ଦୁର୍ଘଟଣା ପଛରେ ହତ୍ୟା ଷଡ଼ଯନ୍ତ୍ରର ଅଭିଯୋଗ କଲେ ଦୁର୍ଘଟଣାରେ ଆହତ ଦୁଇ ବ୍ୟକ୍ତି ।
ବଲାଙ୍ଗିର ଲର୍କିପାଲିରେ ଜଣେ ମହିଳାଙ୍କୁ ବୀଭତ୍ସ ହତ୍ୟା କରାଯାଇଛି । ଘରଠାରୁ ୨୦୦ ମିଟର ଦୂର ବିଲ ଭିତରେ ରାତିରେ ହତ୍ୟା ହୋଇଥିବା ଜଣାପଡିଛି । ହତ୍ୟାକାଣ୍ଡ ସ୍ଥଳରେ ମଦ ବୋତଲ, ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା ସନ୍ଦେହ କରାଯାଉଛି । ତେବେ ଏନେଇ ସାଇଣ୍ଟିଫିକ୍ ଟିମ୍ ଓ ଟାଉନ ଥାନା ପୋଲିସର ଛାନଭିନ୍ ଜାରି ରହିଛି ।
ଘରେ ମୂଳରୁ ଗାଈ କି ଛେଳି କିଛି ନାହିଁ। ହେଲେ ସେମାନଙ୍କ ନାଁରେ ଉଠିଛି ଲକ୍ଷାଧିକ ଟଙ୍କା। ଦୁର୍ନୀତିର ଚେର ଲମ୍ବିଛି....
ମାତ୍ର ୧୦ ଦିନ ପରେ ଯେଉଁ ଘରୁ ଫୁଲରେ ସଜା ହୋଇଥିବା ପାଲିଙ୍କି ଉଠିଥାଆନ୍ତା, ଆଜି ସେହି ଘରୁ ଫୁଲ ସଜା କୋକୋଇ ଉଠିଲା। ହୁଳହୁଳି ବଦଳରେ ପଡ଼ିଲା ହରିବୋଲ। ଡିଜେ ବଦଳରେ ଶୁଭିଲା ରାମ ରାମ ସତ୍ୟହେ...ହରିନାମ ସତ୍ୟ ହେ...ଭେଣ୍ଡିଆ ପୁଅକୁ ହରାଇ ମୁଣ୍ଡ ବାଡ଼େଇ କାନ୍ଦୁଥିଲା ମାଆ, ଛାତିକୁ ପଥର କରିଦେଇଥିଲେ ବାପା....
ବଲାଙ୍ଗିରରେ ପାନ ଦୋକାନ କରି ଫେନ୍ ହୋଇଛନ୍ତି ବାପ ପୁଅ। ଆସିଥିଲେ ରାୟପୁରରୁ, ରହିଲେ କଣ୍ଟାବାଞ୍ଜିରେ। ଦୀର୍ଘ ୫୦ ବର୍ଷ ଧରି ବ୍ୟବସାୟ କଲେ ପାନ। ଆଉ ଏବେ ତାଙ୍କ ପାନର ଦାମ୍ ୫ ହଜାର। ୨୦୦ ପ୍ରକାରର ପାନ ଭାଙ୍ଗନ୍ତି, ପଠାନ୍ତି ଥାଇଲାଣ୍ଡ୍ ଆଉ ବ୍ୟାଙ୍କକ୍। ପାନର ନାଁ ଫୋର୍ଥ ନାଇଟ୍, ଫାଷ୍ଟ୍ ନାଇଟ୍।
ଆଜି ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ବଲାଙ୍ଗିର ଜିଲ୍ଲା ଖଇରଗୁରା ଓ କୁମୁରିଆରେ ଯାତ୍ରାର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସଫାସୁତୁରା ହେବା ପରେ ଗାଁ ଦାଣ୍ଡ ପଞ୍ଚବାଦ୍ୟ ଦୁଲଦୁଲିରେ ଦୁଲିକୁଛି ।
ଆଜି ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା। ବଲାଙ୍ଗିର ଜିଲ୍ଲା ଖଇରଗୁରା ଓ କୁମୁରିଆରେ ଆଜି ସକାଳୁ ସକାଳୁ ଯାତ୍ରା ଆରମ୍ଭ ହୋଇଗଲାଣି।
୬୦ ବର୍ଷ ପୂର୍ବେ ପ୍ରତିମା ଭାଲୁଡୁଙ୍ଗରି ଗାଁରେ ବାହାହୋଇ ଘର ସଂସାର କରିଥିଲେ। ପ୍ରତିମା ଜଣେ ଭକ୍ତି ପରାୟାଣ ଲୋକ ହୋଇଥିବାରୁ ଭଗବାନଙ୍କ ଠାରେ ବହୁ ବିଶ୍ୱାସ ରଖୁଥୁଲେ।
ବଲାଙ୍ଗିର ଅରବିନ୍ଦ ସିଂହ ହତ୍ୟା ମାମଲାରେ ପୋଲିସ ତନାଘନା ଜେରା ଆରମ୍ଭ କରିଦେଇଛି। ବଲାଙ୍ଗିର ସଦେଇପାଲିର ଏକ ଚାଷ ଜମିରୁ ମାରଣାସ୍ତ୍ର ଜବତ କରିଛି ପୋଲାସ।
ସଇଁତଳା ବରଗାଁରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ୬ ବର୍ଷ ପରେ କେସ୍ ରିଓପନ କରି ପୋଲିସର ତଦନ୍ତ ଆରମ୍ଭ । ମୃତ ମହିଳାଙ୍କ ପରିଚୟ ଜାଣିବା ଲାଗି ସ୍କେଚ୍ ଜାରି ।