• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bolangir

Politics
ସୁକତେଲ ବାହାନା..ନେତା ମାରୁଛନ୍ତି ତେଲ

୨୩ ବର୍ଷର ସଂଘର୍ଷ ପରେ, ବଲାଙ୍ଗିର ଜିଲ୍ଳାର ଜୀବନରେଖା ଲୋୟର ସୁକତେଲ ଡ୍ୟାମ ଉଦଘାଟିତ ହେଲେ.. ସତ, କିନ୍ତୁ ପ୍ରକଳ୍ପ କାମ ଏବେ ବି ସରିନି..ସେପଟେ ବିସ୍ଥାପିତଙ୍କ ଥଇଥାନ ବ୍ୟବସ୍ଥାକୁ ନେଇ ଭୋଟ ପୂର୍ବରୁ ନେତାଙ୍କ ମହୁ ଲଗା ପ୍ରତିଜ୍ଞା ଆଉ ପ୍ରତିଶ୍ରୁତି ଦେଖିବାକୁ ମିଳିଛି..

Lower Suktel
ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବହୁ ବାଦ ବିବାଦ, ବିରୋଧ ଯୋଗୁଁ ଏହି ପ୍ରକଳ୍ପ ସମ୍ପୂର୍ଣ ହେବାକୁ ୨୩ ବର୍ଷ ଲାଗିଯାଇଥିଲା ।

Lower Suktel
ଜୀବନ ପାଇବ ଜୀବନ ରେଖା ଲୋୟର ସୁକତେଲ

ମରୁଡି ପ୍ରପିଡିତ ବଲାଙ୍ଗିର ଜିଲ୍ଲା ପାଇଁ ଜୀବନ ଦାୟିନୀ ହେବ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ । ଆସନ୍ତା ୩ ତାରିଖ ପ୍ରକଳ୍ପକୁ ଉଦଘାଟନ କରିବା ପାଇଁ ବଲାଙ୍ଗିର ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ

tension in medical college
ଭୀମଭୋଇ ମେଡିକାଲ କଲେଜରେ ଉତ୍ତେଜନା, ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଆନ୍ଦୋଳନ ଯୋଗୁ ମେଡିକାଲ ଭିତରକୁ ଆମ୍ବୁଲାନ୍ସ ଯିବା ଆସିବାରେ ସମସ୍ୟା ଦେଖାଦେଇଥିଲା। ଘଟଣାସ୍ଥଳରେ ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍.ପି. ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

Bolangir Clash
ସରପଞ୍ଚ-ପୂର୍ତ୍ତ ବିଭାଗ SDO ମାରପିଟ୍ ଘଟଣା, ଉଭୟ ବାବୁ ଓ ସରପଞ୍ଚ ଗିରଫ

ବଲାଙ୍ଗିର ହରିଶଙ୍କର ପୀଠର ଉନ୍ନୟନ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ପ୍ରତିବାଦ କରିଥିଲେ ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘର ସଭାପତି ସୁଶୀଲ ଗୁରୁ।

Diarrhea
କଣ୍ଟାବାଞ୍ଜି ହସ୍ପିଟାଲରେ ଝାଡ଼ାବାନ୍ତିରେ ୨ ମୃତ୍ୟୁ, ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ

ଗତକାଲି କଣ୍ଟାବାଞ୍ଜି ନିକଟସ୍ଥ ବିଭିନ୍ନ ଗାଁର ୬ ଜଣ ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ଆଜି ସକାଳୁ ୨ ଜଣଙ୍କର ମୃତ୍ୟୁ ହୋଇଛି।

IT Raid
ମଦ ବ୍ୟବସାୟୀଙ୍କ ଘର ଓ ଫ୍ୟାକ୍ଟ୍ରିରୁ ମିଳିଲା ୩୫୧ କୋଟି

ଜବତ ଟଙ୍କାରୁ ୩୨୯ କୋଟି ବଲାଙ୍ଗିର ଓ ସମ୍ବଲପୁରରେ ଥିବା ପୁରୁଣା ଘର, ଗୁପ୍ତ ଚାମ୍ବରରେ ଲୁଚା ଯାଇଥିଲା ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି।

 people demands raids in Ganjam
ଖାଲି ପଶ୍ଚିମ ନୁହେଁ, ଦକ୍ଷିଣ ଓଡ଼ିଶାରେ ବି ଦେଶୀ ମଦର ବିଶାଳ ସାମ୍ରାଜ୍ୟ

ଦେଶୀ ମଦ ଭାଟିଟି ଗତ ୩୦ ବର୍ଷ ହେଲା ଜଣେ ବ୍ୟକ୍ତିଙ୍କ ନାମରେ ରହିଛି । କେବେ ଟେଣ୍ଡର ହେଉଛି, କେବେ ପୁଣି ତାଙ୍କୁ ଲାଇସେନ୍ସ ମିଳିଯାଉଛି, ସର୍ବସାଧାରଣ ଜାଣିପାରୁନାହାନ୍ତି । ଏମିତିକି ଏଇ ମଦଭାଟି ମାଲିକ ନିର୍ବାଚନ ସମୟରେ ନିଜଆଡ଼ୁ ତାଙ୍କୁ ୭ ଲକ୍ଷ ଟଙ୍କା ଯାଚିଥିବା ନେଇ ଖୁଲାସା କରିଛନ୍ତି ପୂର୍ବତନ କାଉନସିଲର ପ୍ରାର୍ଥୀ।

who is dhiraj sahu
IT ରେଡ୍‌ ପରେ ଧୀରଜଙ୍କଠାରୁ ଦୂରେଇ ରହିଲା କଂଗ୍ରେସ

ଆଇଟି ରେଡ୍‌କୁ ନେଇ ଧୀରଜ ସାହୁଙ୍କ ନାଁ ଚର୍ଚ୍ଚା ଆସିବା ପରେ କଂଗ୍ରେସର ଜୟରାମ ରମେଶ କହିଛନ୍ତି, ଧୀରଜଙ୍କ ବ୍ୟବସାୟ ସହିତ କଂଗ୍ରେସର କୌଣସି ଯାଏ ଆସେ ନାହିଁ । କେବଳ ସେ ହିଁ କହିପାରିବେ, କିପରି ତାଙ୍କ ଅଫିସ ଓ ମଦ ଭାଟିରୁ ଏତେ ଟଙ୍କା ବାହାରିଛି ।

IT Raid
ସରୁନି ମଦ ଟଙ୍କା ଗଣତି, ଆହୁରି ବାକି ଅଛି ୭୦ଟି ବ୍ୟାଗର ଟଙ୍କା

ମଦ ଟଙ୍କା ଗଣି ଗଣି କେବଳ କର୍ମଚାରୀ ନୁହନ୍ତି, ଟଙ୍କା ଗଣତି ମେସିନ ବି ହାଲିଆ। ଗତକାଲି ସୁଦ୍ଧା ୧୦୬ ବ୍ୟାଗର ପ୍ରାୟ ୧୪୦ କୋଟି ଟଙ୍କା ଗଣତି ସରିଛି । ବାକି ଅଛି ଆହୁରି ୭୦ଟି ବ୍ୟାଗ୍ ।

Scrub typhus
ସ୍କ୍ରବ୍ ଟାଇଫସ ଆଁରେ ପଶ୍ଚିମ ଓଡ଼ିଶା; ବଲାଙ୍ଗୀରରେ ବି ମାତିଲେଣି ଚିଗର ପୋକ

ଏମିତିକି ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ବଲାଙ୍ଗୀର ସଦର ବ୍ଲକ୍ ଦୁଆନପାଲିର ଜଣେ ଚାଷୀ ବାସୁଦେବ ସିଂଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଭାରପ୍ରାପ୍ତ CDMO କିନ୍ତୁ ଏପର୍ଯ୍ୟନ୍ତ ଜିଲ୍ଲାରେ ସ୍କ୍ରବ ଟାଇଫସରେ କାହାରି ମୃତ୍ୟୁ ହୋଇନାହିଁ ବୋଲି କହିଛନ୍ତି ।

agniveer
ଚର୍ଚ୍ଚାରେ ନନ୍ଦକିଶୋରଙ୍କ କାହାଣୀ; ପରିସ୍ଥିତି ବନାଇଥିଲା ଶ୍ରମିକ, ହେଲେ ଆଜି ସେ ଅଗ୍ନିବୀର

ନନ୍ଦକିଶୋର ନାଗ୍ । ପିଲାଟି ବେଳୁ ଦେଶମାତୃକାର ସେବା ପାଇଁ ସ୍ୱପ୍ନ ଦେଖୁଥିଲେ ସତ, ହେଲେ ପରିସ୍ଥିତି ତାଙ୍କୁ ଶ୍ରମିକ ସଜେଇଦେଇଥିଲା । ବାପା କାଳିଆ ନାଗ, ହଠାତ୍ ପକ୍ଷାଘାତରେ ପୀଡ଼ିତ ହେବାରୁ ପାଠପଢ଼ାରେ ଡୋରି ଲାଗିଲା ।

Killer Truck
କିଲର ଟ୍ରକ୍‌ : ପଛ ଆଡୁ ଧକ୍କା ଦେଇ ଘରର ମୁରବୀଙ୍କୁ ମାରିଦେଲା

ଇଏ ଟ୍ରକ୍‌ ନୁହେଁ କିଲର୍‌ । ପଛରୁ ଏତେ ଜୋରରେ ଧକ୍କା ଦେଲା ଯେ ୧୦ ଜଣିଆ ପରିବାରର ମୁରବୀଙ୍କ ପ୍ରାଣ ନେଇଗଲା । ସହର ଭିତରେ ଭାରିଯାନ ପ୍ରବେଶ ନିଷେଧ ଥିବା ପରେ ବି ପୋଲିସକୁ ଲାଂଚ ଦେଇ ଗାଡି ଯାଉଛି, ଏମିତି ଜୀବନ ନେଉଛି।

Bolangir | Despite restrictions in place, heavy vehicles still enter city
କିଲର ଟ୍ରକ୍‌ : ଚଢେଇ ମାରିଦେଲା ଘରର ମୁରବୀଙ୍କୁ

ଇଏ ଟ୍ରକ୍‌ ନୁହେଁ କିଲର୍‌ । ପଛରୁ ଏତେ ଜୋରରେ ଧକ୍କା ଦେଲା ଯେ ୧୦ ଜଣିଆ ପରିବାରର ମୂରବୀଙ୍କ ପ୍ରାଣ ନେଇଗଲା । ସହର ଭିତରେ ଭାରିଯାନ ପ୍ରବେଶ ନିଷେଧ ଥିବା ପରେ ବି ପୋଲିସକୁ ଲାଂଚ ଦେଇ ଗାଡି ଯାଉଛି, ଏମିତି ଜୀବନ ନେଉଛି

Suktela Dam
ସୁକତେଲ ଲଢେଇ କହିଁ ଖୁସି କହିଁ ଗମ୍..ସେପଟେ କଷ୍ଟରେ ବିସ୍ଥାପିତ

ବଲାଙ୍ଗିରର ଜୀବନରେଖା ଲୋୟର ସୁକତେଲ ଡ୍ୟାମ୍ କାର୍ଯ୍ୟକ୍ଷମ । ହେଲେ ଏଯାଏଁ ସରିନି ବିସ୍ଥାପିତଙ୍କ ଦୁଃଖ । ପ୍ରକଳ୍ପ ପାଇଁ ଭିଟାମାଟି ଛାଡ଼ିବାକୁ ପ୍ରସ୍ତୁତ ଗ୍ରାମବାସୀଙ୍କ ଅଭିଯୋଗ, ଜବରଦସ୍ତ ଜାଗା ଛାଡିବାକୁ କରାଯାଉଛି ବାଧ୍ୟ ।

sand mafia
ବାଲି ମାଫିଆଙ୍କ ଦାଦାଗିରି, RIଙ୍କୁ ମାଡ଼ ମାରିବା ସହ ଜାଳିଦେଲେ ମୋବାଇଲ

ସାଲେଭଟା ମୁରଶୁଣ୍ଡ ଗାଁ ଅଙ୍ଗ ନଦୀରେ ବାଲି ମାଫିଆଙ୍କ ଗୁଣ୍ଡାରାଜ । ବଲାଙ୍ଗିରରେ RIଙ୍କୁ ମାଡ଼ ମାରିବା ସହ ମୋବାଇଲ ଜାଳିଦେଲେ ବାଲି ମାଫିଆ । ଡୁଙ୍ଗୁରିପାଲି ହସ୍ପିଟାଲରେ RI, ଏତଲା ଦେଲେ ତହସିଲଦାର ।

marries orphan girl
କନ୍ୟାଶ୍ରମର ଝିଅକୁ ବାହାହେଲେ ପାଠୁଆ ପୁଅ

ହୃଦୟ ଜିତିଲେ ଯୁବ ସମାଜସେବୀ, କନ୍ୟାଶ୍ରମର ଝିଅକୁ ବାଛିଲେ ଜୀବନ ସାଥୀ

RS MP Niranjan Bisi
ଦୁର୍ଘଟଣା ନୁହେଁ ହିଟ୍ ଆଣ୍ଡ ରନ୍...

ଦୁର୍ଘଟଣା ନୁହେଁ ହିଟ୍ ଆଣ୍ଡ ରନ୍...ତେଜିଲା ରାଜ୍ୟସଭା ସାଂସଦଙ୍କ ଗିରଫ ଦାବି...

Fake Certificate
୪ ଦିନରେ ଚୌକା, ୧୪ ଦିନରେ ଜିରୋ

ଦାଲ୍‌ ମେ କାଲା ହେ.. ୪ ଦିନରେ ଚୌକା..୧୪ ଦିନରେ ଜିରୋ ? ନକଲି ସାର୍ଟିଫିକେଟ୍‌ର କେବେ ଖୋଲିବ ଗୁମର ?

Knife attack during marriage procession
ବରଯାତ୍ରୀ ନାଚରୁ ମହାଭାରତ; ମଙ୍ଗୁଳା କନ୍ୟା ମଥାରେ ଲାଗିଲାନି ସିନ୍ଦୂର

ଆରମ୍ଭ ହୋଇଥିଲା ବରଣୀ । ନୂଆ ବାଇକରେ ବରକୁ ବସାଇ ପାଛୋଟି ନେଉଥିଲେ କନ୍ୟା ଘର ଲୋକେ । ଏହାରି ଭିତରେ ପଛରେ ଆସୁଥିବା ବରଯାତ୍ରୀ ଭିଡ଼ରେ ପଶି ନାଚିଥିଲେ କନ୍ୟା ପ୍ରମିଳାଙ୍କ ବଡ଼ଭାଇ ଚିନ୍ତା ତାଣ୍ଡିଙ୍କ ପୁଅ । ବାସ୍, ଏହାକୁ ନେଇ ଗଣ୍ଡଗୋଳ, ମାରପିଟ୍ ।

ଶ୍ରମିକମାନେ ବ୍ଲକ୍ ଅଫିସ୍ ଭିତରେ ବଳପୂର୍ବକ ପ୍ରବେଶ କରୁଛନ୍ତି।
ଖପ୍ରାଖୋଲ ବ୍ଲକ୍ ଅଫିସ୍‌ରେ ଲଙ୍କାକାଣ୍ଡ...ଦେଖିବା ଫଟୋରେ ଖବର...

ଶ୍ରମିକମାନେ ବ୍ଲକ୍ ଅଫିସ୍‌ରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ମନରେଗା କାମରେ ଦୁର୍ନୀତି ଅଭିଯୋଗ ପରେ ଏଭଳି ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି।

Gobinda
ଗୋବିନ୍ଦଙ୍କ ଆଇନଜୀବୀ ଦେଲେ ବିସ୍ଫୋରକ ବୟାନ: ଆତ୍ମହତ୍ୟା ପରେ ବି ବଞ୍ଚିଥିଲେ !!

ଘଟଣା ଦିନ କୋର୍ଟରେ ଥିବାବେଳେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ସଂପର୍କରେ ମୁଁ ଖବର ପାଇଥିଲି। ତୁରନ୍ତ ମୁଁ ଜେଲ୍‌ରେ ପହଞ୍ଚିଥିଲି। ସେତେବେଳେ ତାଙ୍କୁ ହସ୍ପିଟାଲ୍ ନେବା ପାଇଁ ବ୍ୟବସ୍ଥା ହେଉଥିଲା। ସେତେବେଳକୁ ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲା। ତେବେ ଯେଉଁ ପରିବେଶ ଓ ପରିସ୍ଥିତିରେ ଏହି ଘଟଣା ଘଟିଛି, ତାହା ଆତ୍ମହତ୍ୟା ବୋଲି ଆଦୌ ବିଶ୍ୱାସ ହେଉ ନାହିଁ..

Gobinda
ରଶି ନାଁ ଗାମୁଛା?

ରଶି ନାଁ ଗାମୁଛା? କେଉଁଥିରେ ଗୋବିନ୍ଦଙ୍କର ଯାଇଛି ପ୍ରାଣ

Gobinda Sahoo
ମୃତ୍ୟୁ ପୂର୍ବରୁ ଝିଅକୁ ଚିଠି ଲେଖିଥିଲେ ଗୋବିନ୍ଦ : କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅଛି କି ?

ଗୋବିନ୍ଦଙ୍କ ଜ୍ୟାକେଟର ଭିତର ପଟ ପକେଟରୁ ଏକ ମାଟିଆ ରଂଗର ଏନଭଲପ୍ ମିଳିଥିଲା । ଏନଭଲପ୍ ଭିତରେ ୨ଟି ପୃଷ୍ଠା ସମ୍ବଳିତ ଚିଠି ଥିବା କୁହାଯାଉଥିଲା । ଏନଭଲପ୍ ଉପରେ ଲିପିକା ସାହୁ ମାର୍ଫତ ସୁଷମା ସାହୁ ଲେଖାଯାଇଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଗୋବିନ୍ଦଙ୍କ ବଡ଼ ଝିଅ ଲିପିକାକୁ ଏହି ଚିଠି ମିଳିନାହିଁ ।

Govinda Sahu
ଗୋବିନ୍ଦ ସାହୁ ମୃତ୍ୟୁ ମାମଲା: ସରକାରଙ୍କୁ ଘେରିଲେ ବିରୋଧୀ, କହିଲେ ନେତାଙ୍କୁ ଖସାଇବାକୁ ହୋଇଛି ହତ୍ୟା

ରାଜ୍ୟ ରାଜନୀତିରେ ଗୋବିନ୍ଦ ଭୂକମ୍ପ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସନ୍ଦେହଜକ ମୃତ୍ୟୁ ପରେ ଅକଳରେ ବିଜେଡି । ମମିତା ମାମଲାରେ ବିବାଦୀୟ ହୋଇ ପଡ଼ିଥିବା ପୂର୍ବତନ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଖାସ୍ ଥିବା ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ସରକାରୀ ଦଳକୁ ସିଧା ନିଶାନା କରିଛନ୍ତି ବିରୋଧୀ ।