OSSSC ଦ୍ୱାରା ପରିଚାଳିତ RI ପରୀକ୍ଷାରେ ସାମ୍ନାକୁ ଆସିଲା ବଡ଼ ବିଭ୍ରାଟ। ଆଜି ଅନୁଷ୍ଠିତ ହୋଇଥିବା RI(ରାଜସ୍ୱ ନିରୀକ୍ଷକ) ପରୀକ୍ଷାରେ ୩୩ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଆଡମିଟ କାର୍ଡରେ ସରକାରୀ ମହିଳା ମହାବିଦ୍ୟାଳୟ, ଟିଟିଲାଗଡ଼ ଲେଖା ହୋଇଥିବା ବେଳେ ଏହା କିନ୍ତୁ ସେଣ୍ଟର ହୋଇନାହିଁ। ଏହି କଲେଜରେ ସେଣ୍ଟର ହୋଇ ନ ଥିବା ଖୋଦ୍ ଅଧ୍ୟକ୍ଷ ହିଁ କହିଛନ୍ତି।
ବଲାଙ୍ଗିରରେ ଅସଲି ଚାଷୀଙ୍କ ନାଁରେ କୃଷି ବୀମା କରି ମାଲାମାଲ ହେଉଛନ୍ତି ନକଲି ଚାଷୀ। ଚାଷୀଙ୍କ କୃଷି ବୀମାକୁ ନିଜ ନାଁରେ କରି ଚାଲିଛି ଲୁଟ୍। ଏପଟେ ବୀମା ଟଙ୍କାରୁ ବଞ୍ଚିତ ହେଉଛନ୍ତି ଅସଲି ଚାଷୀ। ଏନେଇ ବାରମ୍ବାର କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ପାଖକୁ ଦୌଡି ଦୌଡି ନୟାନ୍ତ ହେବା ପରେ ଶେଷରେ ଥାନାରେ ପହଞ୍ଚି ଥିଲେ ଅସଲି ଚାଷୀ। ଏହାପରେ ଜଣଙ୍କ ପରେ ଜଣେ ନକଲି ଚାଷୀ ପୋଲିସ ହାତରେ ଧରାପଡ଼ିଥିଲେ।ଏହି ନକଲି ଚାଷୀଙ୍କ କାମ ହେଲା ଅସଲି ଚାଷୀଙ୍କୁ ଚକ୍ମା ଦେଇ ସେମାନଙ୍କ କୃଷି ବୀମା ହଡପ କରିବା। ବେଳପଡା, କଣ୍ଟାବାଞ୍ଜି, ଖପ୍ରାଖୋଲ, ବଙ୍ଗମୁଣ୍ଡା ଅଞ୍ଚଳରୁ ଏଭଳି ୧୦ ଜଣ ଚାଷୀଙ୍କୁ ପୋଲିସ ଗିରଫ କରିଛି।
ଅସଲି ଚାଷୀଙ୍କ ନାଁରେ କୃଷି ବୀମା କରି ମାଲାମାଲ ହେଉଛନ୍ତି ନକଲି ଚାଷୀ। ଚାଷୀଙ୍କ କୃଷି ବୀମାକୁ ନିଜ ନାଁରେ କରି ଚାଲିଛି ଲୁଟ୍। ଏପଟେ ବୀମା ଟଙ୍କାରୁ ବଞ୍ଚିତ ହେଉଛନ୍ତି ଅସଲି ଚାଷୀ।
ମୃତ୍ୟୁ ପରେ ବି ଶବକୁ ମିଳିଲାନି ସମ୍ମାନ। ଏପରିକି ଚାରି କାନ୍ଧ ଦେବାକୁ କେହି ନଥିଲେ। ଅନ୍ୟ ଜାତିର ହୋଇଥିବାରୁ ସମ୍ପର୍କୀୟ ମୃତଦେହ ପାଖ ମାଡ଼ିଲେନି। ଶେଷରେ ଶଗଡ଼ରେ ବାପାଙ୍କ ଶବକୁ ଶ୍ମଶାନ ନେଲା ନାବାଳକ ପୁଅ।
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ଗାଁର ପ୍ରଦୀପ ପୁରୋହିତ । ପରିବା ପ୍ରତିପୋଷଣ ପାଁଇ ସେ ରାୟପୁରର ଏକ ଦୋକାନରେ କାମ କରୁଥିଲେ । ମାସକରେ ଯେତିକି ଦରମା ମିଳୁଥିଲା, ସେଥିରେ ତାଙ୍କ ପୂରା ପରିବାର ଚଳୁଥିଲା । ତିନି ବର୍ଷ ପୁର୍ବେ ସେ ରାୟପୁରରୁ ଟ୍ରେନ ଯୋଗେ କଣ୍ଟାବାଂଜି ରେଲ ଷ୍ଟେଷନରେ ପହଞ୍ଚି ନିଜ ବାଇକରେ ଘରକୁ ଫେରୁଥିଲେ
ଭୁବନେଶ୍ୱର/ବଲାଙ୍ଗିର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା ନେବ କ୍ରାଇମ୍ବ୍ରାଞ୍ଚ। ପୁଞ୍ଜିଲାଲ୍ ବିରୋଧରେ ତଥ୍ୟ ଯୋଗାଡ଼ ଲାଗି ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା ନେଇ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। ଜବତ ହୋଇଥିବା ବିଭିନ୍ନ ସାମଗ୍ରୀକୁ ବିଭିନ୍ନ ଜାତୀୟ, ଅନ୍ତର୍ଜାତୀୟ ସାଇଣ୍ଟିଫିକ୍ ସଂସ୍ଥାକୁ ପଠାଯିବ। ଜବତ ଚିଠିକୁ ଗାନ୍ଧିନଗର ସ୍ଥିତ ସାଇଣ୍ଟିଫିକ୍ ଲାବ୍କୁ ପଠାଯିବ। ଚିଠିକୁ ପୁଞ୍ଜିଲାଲ୍ ଲାପ୍ଟପ୍ରୁ ଉଡ଼ାଇ ଦେଇଥିବାରୁ ରିଟ୍ରାଇଭ୍ ଲାଗି ପଠାଯାଇଛି। DTDC କୋରିୟର ସଂସ୍ଥାର CCTVରେ ପୁଞ୍ଜିଲାଲ୍ର […]
ପାଟଣାଗଡ଼ : କାହିଁକି ଭଇଁସା କଲେଜ କ୍ୟାମ୍ପସରେ ପଇଁତରା ମାରୁଛି ଡଗ୍ ସ୍କ୍ୱାର୍ଡ। ଏଇ କ୍ୟାମ୍ପସରେ ହୋଇଥିଲା କି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର କ୍ରାଇମ୍ ପ୍ଲଟ ? କାହିଁକି କ୍ରାଇମବ୍ରାଞ୍ଚ ସ୍କାନରରେ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ଓ କଲେଜର ଆଉ କିଛି କର୍ମଚାରୀ? ତଦନ୍ତର ଟାର୍ଗେଟ୍ ହିଟ୍ର ଶେଷ ପ୍ରୟାସ କରୁଛି କି କ୍ରାଇମବ୍ରାଞ୍ଚ। ମୃତ ସୌମ୍ୟଶେଖରଙ୍କ ମାଆ ଭଇଁସା କଲେଜ ଅଧ୍ୟକ୍ଷା ହେବା ପରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାକୁ ହିଁ […]
ବଲାଙ୍ଗିର: ବାଲି ଉଠାଇବାକୁ ନଦୀକୁ ଯିବା ବେଳେ ଏକ ଟ୍ରାକ୍ଟର ଓଲଟି ଯିବା ଫଳରେ ଘଟଣାସ୍ଥଳରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ବେଲପଡାର ଲଥାକେନ୍ଦ୍ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ବାଲି ପାଇଁ ଟ୍ରାକ୍ଟରରେ ୩ଜଣ ନାଥବୁଢା ନଦୀକୁ ଯିବା ବେଳେ ଟ୍ରାକ୍ଟରଟି ଓଲଟି ଏକ ଚାଷ ଜମି ଭିତରକୁ ପଶିଯାଇ ତିନିଜଣଙ୍କ ଉପରେ ଚାପି ହୋଇଯାଇଥିଲା। ଫଳରେ ୨ଜଣଙ୍କର ମୃତୁ୍ୟ ହୋଇଥିଲା। ମୃତକମାନେ ହେଲେ […]
ବଲାଙ୍ଗିର: ବଲାଙ୍ଗିରରେ ଶ୍ୱଶୁର ଘରୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର। ସୂଚନା ଅନୁସାରେ ଉଡ଼ଇାପାଳ ଗାଁର ଯୁବକ ଜଣକ କଦମ୍ବପଡ଼ା ଗାଁରେ ଶ୍ୱଶୁର ଘରକୁ ଯାଇଥିଲେ। ସେଠାରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଦେଢ଼ ବର୍ଷ ପୂର୍ବେ ଯୁବକ ଜଣକ ୨ଟି ସନ୍ତାନ ଥିବା ଜଣେ ବିବାହିତା ମହିଳାଙ୍କୁ ବିବାହ କରିଥିଲେ। ତେବେ ଯୁବକଙ୍କ ମୃତ୍ୟୁ ହତ୍ୟା କି ଆତ୍ମହତ୍ୟାରୁ ହୋଇଛି ତାହା ଜଣାପଡ଼ିନି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଦୁଇ ଦିନିଆ ଓଡିଶା ଗସ୍ତର ଆଜି ଶେଷ ଦିନ। ଆଜି ଶେଷ ଦିନରେ ଶାହା ବଲାଙ୍ଗିରରେ ଆୟୋଜିତ ଜନସମାବେଶରେ ଯୋଗଦେବେ। ଗତକାଲି ଭବାନୀପାଟଣାରେ ମହାସମାବେଶ ପରେ ସାଂଗଠନିକ ସ୍ଥିତି ନେଇ ଦଳୀୟ ନେତାଙ୍କ ସହ ସେ ଆଲୋଚନା କରିଥିଲେ। ଭବାନୀପାଟଣାର ଏକ ହୋଟେଲ୍ରେ ଆୟୋଜିତ ବୈଠକରେ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ନେତା ଓ କର୍ମୀଙ୍କ ସହ ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିଥିଲେ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ […]
ଭୁବନେଶ୍ୱର: ଯିଏ ଦିନେ ଘର ଚଳାଉଥିଲା, ତା ଗୋଡ ଓ ହାତରେ ପଡିଛି ବେଡ଼ି। ଅର୍ଥାଭାବରୁ ମାନସିକ ଅନଗ୍ରସର ପୁଅର ଚିକିତ୍ସା କରାଇ ପାରୁନାହାନ୍ତି ପରିବାର ଲୋକେ। ଏପରି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଲାଲ୍ଟିକ୍ରା ଅଞ୍ଚଳରେ। ଗୋପବନ୍ଧୁ ନଗର ବାସିନ୍ଦା ଗୋବିନ୍ଦ ଝାଙ୍କର ବଡପୁଅ ଯିଏକି ଦିନେ ପରିବାର ପ୍ରତିପୋଷଣ କରୁଥିଲେ ଏବେ ସେ ନିଜେ ପରିବାର ପାଇଁ ବୋଝ ପାଲଟିଯାଇଛନ୍ତି। କାରଣ ସେ ଏବେ ମାନସିକ ଅନଗ୍ରସର। ଭୋକ ହେଲେ ନିଜେ […]
ବଲାଙ୍ଗିର : ସମସ୍ତଙ୍କର ଇଚ୍ଛା ମୋ ପାଖରେ କାର୍ଟିଏ ଥାଆନ୍ତା କି ? କିନ୍ତୁ ବାଧକ ସାଜେ ଅର୍ଥ। କାରଣ କାର୍ଟିଏ କିଣିବାକୁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡ଼େ। ତେଣୁ ଇଚ୍ଛା ଥାଇ ବି ଲୋକେ କାରଟିଏ କିଣି ପାରି ନଥାନ୍ତି। କିନ୍ତୁ ବଲାଙ୍ଗିରର କିଛି ଛାତ୍ର ମାତ୍ର ୫୦ ହଜାର ଟଙ୍କାରେ ତିଆରି କରିଛନ୍ତି ମିନି କାର୍। ଏହି କାର୍ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି। ବଲାଙ୍ଗିର ସହର ରାସ୍ତାରେ ଗଡ଼ୁଛି ଟୁ ସିଟର୍ […]
ଭୁବନେଶ୍ୱର: ବଲାଙ୍ଗିର ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ପାଟଣାଗଡ଼ରେ ଯାଇ ପହଞ୍ଚିଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍।ମୃତ ସୌମ୍ୟଶେଖରଙ୍କ ଘରେ ଯାଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍। ଘଟଣାସ୍ଥଳରେ ଯାଇ ସରଜମିନ୍ ତଦନ୍ତ କରିବ କ୍ରାଇମବ୍ରାଞ୍ଚ SITର ୪ ଜଣିଆ ଟିମ୍। ସୌମ୍ୟଙ୍କ ପରିବାର ଲୋକଙ୍କ ସହ ରୀମାଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିବ। ଗତକାଲି SCBରେ ରୀମାଙ୍କୁ ପଚରାଉଚରା କରିଥିଲା ଏହି ଟିମ୍। ଅତିରିକ୍ତ ଏସପି ଅନୀଲ କୁମାର ଦାସଙ୍କ ନେତୃତ୍ୱରେ ୪ ଜଣିଆ […]
କଟକ : ତୁରନ୍ତ ନ୍ୟାୟ ଦାବି କଲେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଶିକାର ହୋଇଥିବା ରୀମାରାଣୀ ସାହୁ। ବିସ୍ଫୋରଣରେ ଗୁରୁତର ଆହତ ହୋଇ କଟକ ବଡ଼ମେଡିକାଲରେ ଚିକିତ୍ସିତ ହେଉଥିବା ରୀମା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି, ତାଙ୍କୁ ଶୀଘ୍ର ନ୍ୟାୟ ଦିଆଯାଉ। ବିସ୍ଫୋରଣର ଆସାମୀଙ୍କୁ ତୁରନ୍ତ ଗିରଫ କରିବାକୁ ପଦକ୍ଷେପ ନିଆଯାଉ ବୋଲି ରୀମା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ପାର୍ସଲ କେଉଁଠୁ ଆସିଥିଲା, କିଏ ଦେଇଥିଲା ? ତାହାର ସବିଶେଷ ଯାଞ୍ଚ କରାଯାଉ ବୋଲି ରୀମା […]
ତୁଷୁରା : ହସ୍ପିଟାଲ ସମସ୍ୟାର ସମାଧାନ ପାଇଁ ପଦଯାତ୍ରା । ଦାବି ହାସଲ ପାଇଁ ନିଜ ଗାଁରୁ ଜିଲ୍ଲାପାଳଙ୍କ ଅଫିସକୁ ପାଦରେ ଚାଲି ଚାଲି ଆସିଛନ୍ତି ଯୁବଗୋଷ୍ଠୀ । ବଲାଙ୍ଗିର ଜିଲ୍ଲା ତୁଷୁରା ଏନଏସିରେ ଥିବା ହସ୍ପିଟାଲକୁ ଶହେ ବର୍ଷ ପୂରିବ…
ବଲାଙ୍ଗିର: କରୋନା କାଳରେ ଦେବଦୂତ ସାଜିଲେ ଓଡ଼ିଆ ଡାକ୍ତର । ବିଦେଶରେ କାମ କରୁଥିବା ଓଡ଼ିଆ ଡାକ୍ତର ନିଜ ଜନ୍ମମାଟି ଲାଗି ୧୫ଟି ଅକ୍ସିଜେନ କନସେନ୍ଟ୍ରେଟର ପଠାଇଛନ୍ତି । ବଲାଙ୍ଗିର ଜିଲ୍ଲାର ଓଡ଼ିଆ ଡାକ୍ତର ଚିତ୍ତରଂଜନ ଯୋଶୀ ବର୍ତ୍ତମାନ ଅଷ୍ଟ୍ରେଲିଆରେ କାର୍ଯ୍ୟ…