କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ମାମଲାରେ ଖୋଲତାଡ଼ ଜାରି ରହିଛି। ଯଦି, ଏହି ବ୍ୟାଗଟି ମମିତାଙ୍କ ନୁହେଁ ତେବେ କାହାର ? ବ୍ୟାଗ୍ରେ କଣ ରହିଛି ? ବ୍ୟାଗ୍ ରାଧେ ଘରକୁ କିପରି ଆସିଲା ଓ କିଏ ଆଣିଲା ? ଏସବୁ ପ୍ରଶ୍ନବାଚୀ ଏବେ ସୃଷ୍ଟି ହୋଇଛି।
ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏନେଇ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ, ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ସମସ୍ତ ଦୃଶ୍ୟକୁ ରେକର୍ଡିଂ କରି ନିଜ ଆଡୁ ଗଣମାଧ୍ୟମକୁ ଦେଇଛି ପୋଲିସ। ତେବେ କ୍ରାଇମ ସିନ୍ ରିକ୍ରିଏଟ୍ ପୂର୍ବରୁ ଗଣମାଧ୍ୟମକୁ ଆଗୁୁଆ ସୂଚନା ନଦେଇ ପୋଲିସ ନିଜ ଆଡୁ ଭିଡ଼ିଓ ପଠାଇବାର ଉଦ୍ଦେଶ୍ୟ କଣ ? ଏହି ସମ୍ବେଦନଶୀଳ ଘଟଣାରେ କାହାକୁ ଘଣ୍ଟ ଘୋଡ଼ାଇବାକୁ ଅପଚେଷ୍ଟା କରାଯାଉନି ତ ?
ଦିବ୍ୟଶଙ୍କର ଇସ୍ତଫା ଦାବିରେ ୪ଦିନ ହେଲା ରାଜ୍ୟରେ ରାଜନୈତିକ ଘମାସାନ୍ ଚାଲିଥିଲେ ବି ସରକାର ଯେପରି ନିର୍ବିକାର ଦିବ୍ୟଶଙ୍କର କୌଣସି ପ୍ରତିକ୍ରିୟା ଦେଉନାହାନ୍ତି କି ଦଳ ସୁପ୍ରିମୋ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ କାହିଁକି ମନ୍ତ୍ରୀଙ୍କ ପ୍ରତି ଏତେ ଦରଦ? ତାଙ୍କୁ କିଏ ଘୋଡାଉଛି ଘଣ୍ଟ ?
ମମିତା ମେହେର ହତ୍ୟା ରହସ୍ୟ ଉପରୁ ପରଦା ହଟିଛି। କେମିତି ଓ କାହିଁକି ମମିତାଙ୍କୁ ହତ୍ୟା କରାଯାଇଛି, ସବୁ କଥା ପୋଲିସ୍ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ ଗୋବିନ୍ଦ। ବିଚ୍ ରାସ୍ତାରେ କାର୍ ଭିତରେ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା।
ଗୋବିନ୍ଦ ମମିତାଙ୍କୁ ନେଇ କେଉଁଠି ଯାଇଥିଲେ ? କେଉଁ କାରଣ ପାଇଁ ତାଙ୍କୁ ହତ୍ୟା କରିଥିଲେ ? ହତ୍ୟାରେ ତାଙ୍କ ସହ ଆଉ କିଏ କିଏ ସାମିଲ ? ହତ୍ୟା ପରେ ମୃତଦେହକୁ ଗୋବିନ୍ଦ ଏକୁଟିଆ ନେଇଥିଲେ ନା ଆଉ କିଏ ତାଙ୍କୁ ସହାୟତା କରିଥିଲେ ? ଏସବୁକୁ ନେଇ ପୋଲିସ୍ ଖୋଳତାଡ଼ କରୁଛି।
ଡିଆଜି କହିଛନ୍ତି ଯେ ଗୋବିନ୍ଦର ପରକୀୟା ସଂପର୍କ ନେଇ ମମିତା ଜାଣିଥିଲେ। ଏହାକୁ ପ୍ରଘଟ କରିବା ନେଇ ମମିତା ତାଙ୍କୁ ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ମମିତାଙ୍କୁ ହତ୍ୟା କରିବ ବେଲି ଗୋବିନ୍ଦ ଯୋଜନା କରିଥିଲା।
ଏକ ମଫସଲ ଗାଁରୁ ଆସି ଅନ୍ୟ ଏକ ଜିଲ୍ଲାରେ ଶିକ୍ଷକତା କରୁଥିଲେ ମମିତା। ତାଙ୍କ ମନରେ ଥିଲା ଅନେକ ଆଶା। ଶିକ୍ଷକତା ମାଧ୍ୟମରେ ସାରା ସମାଜକୁ ଜ୍ଞାନ ବାଣ୍ଟିବେ। ହେଲେ ତାଙ୍କର ସବୁ ଆଶା ଆଶାରେ ରହିଯାଇଛି। ଅଚାନକ ସେ ନିଖୋଜ ହୋଇଯାଇଛନ୍ତି।
କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରୁ ଶିକ୍ଷୟିତ୍ରୀ ନିଖୋଜ ମାମଲାର ଗୋଟିଏ ପରେ ଗୋଟିଏ ରହସ୍ୟ ଉପରୁ ପରଦା ଉଠିବାରେ ଲାଗିଛି। ୧୨ ଦିନ ଧରି ଜାରି ଛକାପଞ୍ଝା ଏବଂ ତନାଘନା ଭିତରେ ଶେଷରେ ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମାଷ୍ଟରମାଇଣ୍ଡ ମହାଲିଙ୍ଗ କଲେଜର ସଭାପତି ଗୋବିନ୍ଦ ସାହୁଙ୍କୁ ଧରିଛି।
ପୋଲିସର ଘନ ଘନ ଜେରା ପରେ ଗୋବିନ୍ଦ ସ୍ୱୀକାର କରିଥିବା ସୂଚନା ମିଳିଛି। ଗୋବିନ୍ଦଙ୍କ ସହଯୋଗୀ ରାଧେ, ଜେସିବି ଜ୍ରାଇଭର, ଷ୍ଟାଡିୟମ ମୁନ୍ସି ଅଟକ ରଖିଛି।
ମହାଲିଙ୍ଗ ପବ୍ଲିକ୍ ସ୍କୁଲରେ ଦେହ ବ୍ୟବସାୟ ପରି ଗୁରୁତର ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ମମିତା ମେହେରଙ୍କ ବାପାଙ୍କ ସୂଚନା ଆଧାରରେ ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ପ୍ରେସମିଟ୍ କରି ମାମଲାକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାଣିଛି କଂଗ୍ରେସ।
ଗଣମାଧ୍ୟମକୁ କାହିଁକି ପ୍ରାଥମିକ ପ୍ରତିକ୍ରିୟା ଦେଉ ନଥିଲେ ପ୍ରଶ୍ନରେ ସେ କହିଛନ୍ତି ଯେ ତଦନ୍ତରେ ସହଯୋଗ କରନ୍ତୁ, ମୁହଁ ଖୋଲନ୍ତୁନି। ଝିଅ ଜୀବିତ ଥିବା ଆଶ୍ୱାସନା ଦେଇଥିବା ବଡ଼ବାପା କହିଛନ୍ତି।
ବହୁ ଚର୍ଚ୍ଚିତ ବଲାଙ୍ଗିର ମହାଲିଙ୍ଗର ସ୍କୁଲ୍ ଅଧ୍ୟକ୍ଷା ନିଖୋଜ ମାମଲାରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ପୋଲିସ୍ ହେପାଜତରୁ ଚମ୍ପଟ ମାରିଛନ୍ତି। ହାତ ଧୋଇବାକୁ ଯିବାକୁ କହି ପୋଲିସ୍ ବ୍ୟାରେକ୍ ସେ ଖସି ଯାଇଛନ୍ତି।
କୁଆଡ଼େ ଗଲେ ଶିକ୍ଷୟିତ୍ରୀ ? ଫୋନ୍ ସ୍ୱିଚ୍ ଅଫ୍ ଆସିଥିଲା ଓ ଯୋଗାଯୋଗ ହୋଇ ନପାରିବାରୁ ପରିବାର ଲୋକ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ମମିତାଙ୍କ ସମ୍ପର୍କରେ କୌଣସି ଖବର ମିଳିପାରି ନାହିଁ।
ଗତ ଜୁଲାଇ ୧୭ ତାରିଖର ଏକ ଲୁଟ ଅଭିଯୋଗର ଖୋଲତାଡ କରୁକରୁ ପୋଲିସ ହାତରେ ଲାଗିଥିଲେ ଏହି ଲୁଟେରା ଗ୍ୟାଙ୍ଗ । ବଲାଙ୍ଗିର ଓ ସୋନପୁର ଜିଲ୍କାର ବିଭିନ୍ନ ଅଂଚଳରେ ଡିକି ଭାଙ୍ଗି ଲୁଟ କରିଥିବା ଲୁଟେରା ମାନେ ସ୍ୱୀକାର କରିଛନ୍ତି।
ଏଟିମ୍ ଲୁଟର ନୂଆ ଫଣ୍ଡା, ପୋଲିସ କବଜାରେ ୩ ଲୁଟେରାI ବଲାଙ୍ଗିରରେ ମାତିଛନ୍ତି ହରିୟାଣା ଲୁଟେରା, ସ୍ବାଇପ୍ ମେସିନରେ ଏମିତି ଚିଲିଛି ଲୁଟ୍। ଏନେଇ ପୋଲିସ କଡାକଡି ତଦନ୍ତ ଜାରି ରଖିଛି।
ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମ ତଲାରେ ଯୁବକମାନେ ପ୍ରତିବାଦ କରୁଛନ୍ତି। ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ୩୩ କେଭି ବିଦ୍ୟୁତ ଗ୍ରୀଡ଼ ସବଷ୍ଟେସନ ସମ୍ମୁଖରେ ଧାରଣା ଦେଇଛନ୍ତି।
ବଲାଙ୍ଗିରରେ ଆରମ୍ଭ ହେଲା କି ଦାଦନ ଋତୁ ? ଏବେ ଏବେ ଯାଇଛି ନୂଆଖାଇ। ଆଉ ଏବେ ଆରମ୍ଭ ହୋଇଗଲାଣି ଶ୍ରମିକ ଚାଲାଣ ?
ବଲାଙ୍ଗିର ବଡ ମେଡିକାଲରେ ରୋଗୀଙ୍କୁ ଏକ୍ସପାଏରୀ ମେଡିସିନ ଦିଆଯାଇଥିବା ଅଭିଯୋଗ ହୋଇଛି। ନିରାମୟ କେନ୍ଦ୍ରରେ ରୋଗୀଙ୍କୁ ଏହି ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି।
ବର୍ଷାପାଣିରେ ଉବୁଟୁବୁ ବଲାଙ୍ଗୀର ସହରର ଇଷ୍ଟଦେବୀ ମାଆ ପାଟଣେଶ୍ୱରୀ । ମନ୍ଦିର ଛାତରୁ ପାଣି ଗଳୁଥିବା ବେଳେ ମନ୍ଦିର ଭିତରେ ବି ପାଣି ପଶିଛି ।
ବର୍ଷା ଅଭାବରୁ ମରୁଡ଼ି ହେତୁ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ। ବଲାଙ୍ଗିର ତୁରେଇକେଲା ବ୍ଲକ କାଦୋବେରା ଗାଁର ଚାଷୀଙ୍କ ଆତ୍ମହତ୍ୟା।
ରାଜ୍ୟରେ ବର୍ଷା ଅଭାବ । ଜମି ଫାଟି ଆଁ କଲାଣି । ଚାଷୀ ମୁଣ୍ଡରେ ହାତ ଦେଲେଣି । ମରୁଡ଼ି ଭୟରେ ଚାଷୀଙ୍କ ଆଖିରୁ ଲୁହ ଶୁଖୁନି । ସେପଟେ ଏମିତି ବି ଖବର ରହିଛି ଚାଷୀ ଚାଷରେ କ୍ଷତି ଯୋଗୁଁ ଜୀବନ ହାରିଲେଣି ।
ନିଅଣ୍ଟିଆ ବର୍ଷା ଦାଉରେ ମାଟି ଫାଟି ଆଁ । ଚାଷୀର ଭାତହାଣ୍ଡି ଆଜି ଶୁଖିଲା ପଡ଼ିଛି । କେଉଁଠି ଧାନଗଛ ହଳଦିଆ ପଡ଼ିଗଲାଣି ତ ଆଉ କେଉଁଠି ଗୋରୁ ଚରିଲେଣି ଧାନ କ୍ଷେତରେ । ଆସନ୍ନ ମରୁଡ଼ିର ଚିତ୍ର ବୟାନ କରୁଛି ବଲାଙ୍ଗିର ଜିଲ୍ଲାର ଅନେକ ଚାଷ ଜମି ।
ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା । ଚାଷରେ କ୍ଷତି ପାଇଁ ଜୀବନ ହାରିଲେ ଚାଷୀ । ବଲାଙ୍ଗିର ତୁରେଇକେଲା ବ୍ଲକ କାଦୋବେରା ଗାଁରୁ ଆସିଛି ଏଭଳି ଖବର । ଏହି ଗାଁର ଚାଷୀ ରେଚକା ବନ୍ଛୋର ଗତକାଲି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ବ୍ରିଜ୍ ତଳୁ ନବଜାତ ଶିଶୁପୁତ୍ର ଉଦ୍ଧାର। ବଲାଙ୍ଗିର ସହର ରେଲ୍ୱେ ଷ୍ଟେସନ ରାସ୍ତାରେ ଥିବା ୱେର୍ ହାଉସ ନିକଟସ୍ଥ ଏକ ବ୍ରିଜ ତଳୁ ଜଣେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି।