ଘନେଇଲା ଉତ୍କଳ ଓ କୋଶଳ ବିବାଦ। ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ବିଜେଡି କରିଛି ମୁଖ୍ୟ ପ୍ରସଙ୍ଗ। ବିଧାନସଭାରେ ହଟ୍ଟଗୋଳ କରି ଗୃହ ଚଳାଇ ଦେଇନାହିଁ। ଏପରିକି ବିଜେଡି ନିଜେ ଦେଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବି କଲାନାହିଁ।
ବିଜୁ ବାବୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଦୀର୍ଘଦିନ ଧରି ରହି ଚିକିତ୍ସିତ ହେଉଥିଲା ବେଳେ ନବୀନ ବାବୁ ତାଙ୍କୁ ଗୋଟିଏ ଦିନ ବି ଦେଖା କରିବାକୁ କି ଆଶ୍ୱାସନା ଦେବାକୁ ଯାଇନାହାନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ । ହସ୍ପିଟାଲର ବିଲ୍ ସେତେବେଳେ ୨୨ ଲକ୍ଷ ଟଙ୍କା ହୋଇଥିଲା । ଏହା ଯେତେବେଳେ ନବୀନ ବାବୁଙ୍କୁ କୁହାଯାଇଥିଲା, ସେ ଘରେ ଲୁଚିଥିଲେ ବୋଲି କହିଛନ୍ତି ବାବୁ ।
‘ଓଡ଼ିଶା ମାଟିରେ ଏକ ଆଞ୍ଚଳିକ ଦଳର ମୁଖ୍ୟ ଦାୟିତ୍ୱରେ ଅଛନ୍ତି ତାମିଲ୍ ନେତା । ପୂର୍ବତନ ମୁଖ୍ୟମନ୍ତ୍ରୀ କେବେ ଗୃହରେ ଓଡ଼ିଆରେ ବଜେଟ୍ ପଢ଼ିପାରିଲେନି କି ପ୍ରଶ୍ନର ଉତ୍ତର ଦେଇପାରିଲେନି..ଏହା କଣ ଓଡ଼ିଆ ଅସ୍ମିତା? ’- ବିଧାୟକ ସାରଦା ପ୍ରଧାନ
ସମ୍ବଲପୁର ସୁଭଦ୍ରା ସଭାରେ ବିଜେପି ବିଧାୟକ ଜୟନାରାୟଣଙ୍କ ଉତ୍କଳ-କୋଶଳ ମନ୍ତବ୍ୟକୁ ନେଇ ତେଜିଲା ରାଜନୈତିକ ବୟାନବାଜି । ବିରୋଧୀ ବିଜେଡି ଓ କଂଗ୍ରେସ, ଏହା କ’ଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରି ସରକାରଙ୍କୁ ଘେରିଥିଲା ବେଳେ, ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ଏହା ଜୟନାରାୟଣଙ୍କ ବ୍ୟକ୍ତିଗତ ମତ ।
"ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ୍"। ସରକାରୀ କାର୍ଯ୍ୟକ୍ରମ ମଂଚରେ, ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଉପସ୍ଥିତିରେ ପଶ୍ଚିମ ଓଡ଼ିଶା ବିଜେପିର ବଡ଼ ଚେହେରା, ବିଧାୟକ ଜୟନାରାୟଣ ମିଶ୍ରଙ୍କ ଏ ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼।
ବିଜୁ ବାବୁଙ୍କ ଶେଷ ସମୟରେ ବିଜେଡି ମୁଖିଆ କେଉଁଠି ଥିଲେ ? ରୋଗଗ୍ରସ୍ତ ହୋଇ ଯନ୍ତ୍ରଣା ଭୋଗୁଥିବା ସମୟରେ ବିଜେଡି ମୁଖିଆ ତାଙ୍କର କେତେ ଦିନ ସେବା କରିଥିଲେ ? ବିଜେଡି ମୁଖିଆ ବିଜୁଙ୍କ ନାଁରେ ସଂକୀର୍ଣ୍ଣ ରାଜନୀତି କରି ଅପମାନ କରିଛି ।
ଶେଷ ପର୍ଯ୍ୟାୟରେ ସାମିଲ ହୋଇଥିବା ହିତାଧିକାରୀ ମଧ୍ୟ ଏହି ଦ୍ୱିତୀୟ କିସ୍ତି ଟଙ୍କା ପାଇଛନ୍ତି। ତେବେ ମୋଟ ଆବେଦନକାରୀଙ୍କ ସଂଖ୍ୟା କୋଟିଏ ୮ ଲକ୍ଷ ଥିବାବେଳେ, ମାର୍ଚ୍ଚ ୩୧ ଯାଏ ଆବେଦନ କରିଥିବା ହିତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର।
ଶୁକ୍ରବାର ଗୃହ ଆରମ୍ଭରୁ ଏମିତି ହୋଇଥିଲା ପରିସ୍ଥିତି । ପ୍ରଥମେ ମଧ୍ୟାହ୍ନ ୧୨ଟା ଓ ପରେ ପୁଣି ୪ଟା ଯାଏଁ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି ।
ଦେଶର ତୃତୀୟ ରାଜ୍ୟ ଭାବେ ପ୍ରଶାସନିକ ବ୍ୟବସ୍ଥାରେ ହ୍ବାଟସଆପ୍ ବ୍ୟବହାର କରିବ ଓଡ଼ିଶା। ରାଜ୍ୟ ସରକାର ଓ ମେଟା ଇଣ୍ଡିଆ ପକ୍ଷରୁ ମିଳିତ ଭାବେ ୟୁନିଫାଏଡ୍ ହ୍ବାଟସଆପ୍ ଚାଟବଟ୍ ଶୁଭାରମ୍ଭ ହୋଇଛି। ହ୍ବାଟସଆପ୍ ଆଧାରିତ ନାଗରିକ ସେବା ପ୍ରଦାନ ଉଦ୍ଦେଶ୍ୟରେ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।
ବିଧାନସଭାରେ ବିଜୁ ଝଡ଼, ଦିନ ତମାମ ହାଇଡ୍ରାମା । ଆକ୍ରମଣାତ୍ମକ ମୁଦ୍ରାରେ ବିଜେଡି, ବିଜେପି ଦେଖାଇଲା ଆଇନା । ଶାସକ-ବିରୋଧୀ ମୁହାଁମୁହିଁରୁ ଚାଲିପାରିଲାନି ଗୃହ ।
ଶେଷ ପର୍ଯ୍ୟାୟରେ ସାମିଲ ହୋଇଥିବା ହିତାଧିକାରୀ ମଧ୍ୟ ଏହି ଦ୍ୱିତୀୟ କିସ୍ତି ଟଙ୍କା ପାଇବେ। ତେବେ ମୋଟ ଆବେଦନକାରୀଙ୍କ ସଂଖ୍ୟା କୋଟିଏ ୮ ଲକ୍ଷ ଥିବା ବେଳେ, ମାର୍ଚ୍ଚ ୩୧ ଯାଏ ଆବେଦନ କରିଥିବା ହିତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର।
ଆଜି ପ୍ରଶ୍ନ କାଳ ଆରମ୍ଭ ପୂର୍ବରୁ ହିଁ ବିଜେଡି ବିଧାୟକମାନେ ପୋଷ୍ଟର ଧରି ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ। ଆଉ ବାଚସ୍ପତି ଆସିବା ପରେ ପୋଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ ନାରାବାଜି ଦେଉଥିବା ବିଧାୟକ। ଖାଲି ସେତିକି ନୁହେଁ, ବିଧାୟକ ଅଧିରାଜ ପାଣିଗ୍ରାହୀ ବାଚସ୍ପତିଙ୍କ ମାଇକ୍ ଭାଙ୍ଗିବାକୁ ବି ଉଦ୍ୟମ କରିଥିଲେ।
ନିଜ କର୍ମୀଙ୍କ ଦ୍ବାରା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀ ଭାଙ୍ଗିଛି ବିଜେଡି! ନିଜ ଦୋଷକୁ ବିଜେପି ମୁଣ୍ଡରେ ଲଦିବାକୁ ଚାହିଁଛି ବିଜେଡି! ବିଜେପିକୁ ଜାଣିଶୁଣି ବିଜେଡି ବଦନାମ କରିବାକୁ ଚାହିଁଛି !
ଆଜିଠୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ଦଳ । ଏଥର ମୁଖ୍ୟ ପ୍ରସଙ୍ଗ ହୋଇପାରନ୍ତି ବିଜୁ ବାବୁ । ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ପୁରା ତୟାର ଶାସକ ଦଳ ।
ବିଜେଡ଼ି ଗଠନ ହୋଇଥିଲା ବିଜୁ ବାବୁଙ୍କ ନାଁରେ। ଉଦ୍ଦେଶ୍ୟ ଥିଲା ବିଜୁ ବାବୁଙ୍କ ସ୍ଵପ୍ନ, ବିଚାର ଓ ଆଦର୍ଶ କାର୍ଯ୍ୟକାରୀ କରିବା। କିନ୍ତୁ ସେଥିରେ ଅନେକ ତ୍ରୁଟି ବିଚ୍ୟୁତି ହେଲା। ଯେଉଁଥିପାଇଁ ଓଡିଶା ଲୋକ ମୁହଁ ମୋଡି ଦେଲେ ବୋଲି କହିଛନ୍ତି ଅମର । ଏବେ ପରବର୍ତ୍ତୀ ମୁହୂର୍ତ୍ତରେ ସେକଥା ଖୋଜିଲେ ତାର କୌଣସି ପ୍ରାସଙ୍ଗିକତା ନାହିଁ।
ସଶକ୍ତ ଓଡ଼ିଶା ଗଠନ ପାଇଁ ବହୁ ଲକ୍ଷପତି ଦିଦି ସୃଷ୍ଟି କରାଯିବ। ପ୍ରତି ଗାଁରେ ୫ ଜଣ ଲେଖାଏଁ ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ ରଖିଛୁ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅନିୟମିତତା ନେଇ ସବୁବେଳେ ସ୍ୱର ଉଠୁଥିଲା । ସରକାର ବଦଳିବା ପରେ ତଦନ୍ତ ହେଉଛି । କେନ୍ଦୁଝରରେ ଖଣିଜ ଲୁଟ୍ ହେଉଛି, ଦାଦାଗିରି ହେଉଛି, ଚାନ୍ଦା ଆଦାୟ କରୁଛନ୍ତି। ଏଭଳି ଅଭିଯୋଗ ହୋଇଆସୁଥିଲା। ତଦନ୍ତରୁ କିଛି ବାହାରିଲେ ଆମେ ଜାଣିବା ଯେ କିଛି ହୋଇଛି । ଏଭଳି କହିଛନ୍ତି ବଦ୍ରିନାରାୟଣ ପାତ୍ର । ଏଥିସହ କାହାର ନାଁ ନନେଇ ବଦ୍ରିନାରାୟଣ କହିଛନ୍ତି, ସେ କେତେ ମାତ୍ରାର ଦାୟୀ ଅନୁସନ୍ଧାନ କଲେ ଜଣାପଡିବ ।
ମାର୍ଚ୍ଚ ୩୧ରେ ଆବେଦନ ଗ୍ରହଣ ବନ୍ଦ କରି ସୁଭଦ୍ରାରୁ ବଞ୍ଚିତ ହୋଇଥିବା ମହିଳାଙ୍କୁ ଖୋଜିବାକୁ ସର୍ଭେ କରିବେ ସରକାର। ଡୋର୍ ଟୁ ଡୋର୍ ବୁଲି ହିତାଧିକାରୀଙ୍କ ସର୍ଭେ କରାଯିବ। ପଞ୍ଚମ ପର୍ଯ୍ୟାୟ ପରେ ବି ରାକ୍ଷୀ ପୂର୍ଣ୍ଣିମାରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକା ବେଳେ ୩ଟି କିସ୍ତି
ବିଜୁ ଜୟନ୍ତୀରେ ମୁହଁ ଖୋଲିଲେ ନବୀନ। ଶଙ୍ଖ ଭବନରେ ବିଜେପି ସରକାର ଉପରେ ବର୍ଷିଲେ। ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ନକରିବା ନିଷ୍ପତ୍ତିକୁ କଲେ କଡା ସମାଲୋଚନା।
#ମେୟର_ବିଧାୟକ_ମୁହାଁମୁହିଁ ସୁଭଦ୍ରାକୁ ନେଇ ସୁଭଦ୍ରା ଶୋଭାଯାତ୍ରାରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ବିଧାୟକ ବାବୁ ସିଂ ମୁହାଁମୁହିଁ..ଶୁଣନ୍ତୁ ଏନେଇ ସେ ସକଣ କହୁଛନ୍ତି।
ବିଜେପି ଶାସନକୁ ଆସିବା ପରେ ପ୍ରଥମେ କ୍ରୀଡା ସମ୍ମାନ ନାଁ ବଦଳାଇବାକୁ ଚେଷ୍ଟା କଲେ । ଏବେ ସେମାନେ ବିମାନବନ୍ଦର ନାଁ ବଦଳାଇବାକୁ ଚେଷ୍ଟା କରୁଛନ୍ତି ।
ଏଣିକି ମାର୍ଚ୍ଚ ୫ରେ ନୁହେଁ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ଅଭିଯୋଗ ନମ୍ବର ୫: ନିର୍ଯାତନା ଅଭିଯୋଗର ସମାଧାନରେ ବିଫଳ ହେବା ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶୋଷଣରେ ସଂପୃକ୍ତ ନେଇ ଅଭିଯୋଗ ପରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ଅନ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନଙ୍କୁ ଅନୁରୋଧ ଏତେସବୁ ଗୁରୁତର ଅଭିଯୋଗ ପାଇବା ପରେ କ୍ଷୁବ୍ଧ ହୋଇଛନ୍ତି ଜାତୀୟ ମାନବାଧିକାର କମିଶନ।
ରାଜ୍ୟରେ ୨୪ ବର୍ଷ ପରେ ସତ୍ତା ପରିବର୍ତ୍ତନ ହୋଇଛି। ତେବେ ପ୍ରଥମ ଦିନରୁ ହିଁ ବିଜୁଙ୍କୁ ନେଇ ବିବାଦ ଦେଖାଦେଇଛି। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ନେଇ କ୍ରୀଡ଼ା ବିଭାଗ ବିଜ୍ଞପ୍ତି ପ୍ରକାଶ କଲା। ଏହାପରେ ବିରୋଧ ହେବାରୁ ନିଷ୍ପତ୍ତିରୁ ଓହରିଥିଲେ ସରକାର।
ରାଜ୍ୟରେ କିଛି ଦିନ ହେବ ପାର୍ଟ ପ୍ଲଟ୍ ପଞ୍ଜୀକରଣ ବନ୍ଦ ଥିଲା। ଫଳରେ ପାର୍ଟ ପ୍ଲଟ୍ ପଞ୍ଜୀକରଣ ହୋଇ ପାରୁନଥିଲା। ଯେଉଁମାନେ ପାର୍ଟ ପ୍ଲଟ୍ କିଣୁଥିଲେ,ପଞ୍ଜୀକରଣ ହେଉନଥିବାରୁ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ।