Advertisment

Kharge Accuses BJP : ‘ମୋଦି ଇଡି, ସିବିଆଇ ଦେଖାଇ ଡରାନ୍ତି; ଡରିବେନି...ଡରିଲେ ମରିବେ’

ଏଆଇସିସି ଅଧ୍ୟକ୍ଷଙ୍କ ନିଶାନା। କହିଲେ ସମ୍ବିଧାନକୁ ନଷ୍ଟ କରୁଛି ବିଜେପି ସରକାର। SECULAR ଶବ୍ଦ ହଟାଇବାକୁ ଚକ୍ରାନ୍ତ କରାଯାଉଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Kharge Accuses BJP

Kharge Accuses BJP

ବିଜେପି ସରକାରଙ୍କୁ ଏଆଇସିସି ଅଧ୍ୟକ୍ଷଙ୍କ ନିଶାନା। କହିଲେ ସମ୍ବିଧାନକୁ ନଷ୍ଟ କରୁଛି ବିଜେପି ସରକାର। SECULAR ଶବ୍ଦ ହଟାଇବାକୁ ଚକ୍ରାନ୍ତ କରାଯାଉଛି। ମୋଦି ସରକାର ଇଡି, ସିବିଆଇ ଦେଖାଇ ଡରାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ଆପଣ ଡରିବେନି, ଡରିଲେ ମରିବେ। ଦୃଢତାର ସହ ଏହାର ମୁକାବିଲା କରନ୍ତୁ ବୋଲି ସେ କହିଛନ୍ତି।

Advertisment

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ ହୋଇଛି । ଭୁବନେଶ୍ୱରରେ ଏମ୍ସ ଓ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ କଂଗ୍ରେସ କରିଛି । ବିଜେପିର ଅବଦାନ ଜିରୋ, ଏମାନେ ଏଠାରେ କିଛି କାମ କରିନାହାନ୍ତି  । କିଛି କାମ ନ କରି କେବଳ ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେପି । କିଛି କରିନାହାନ୍ତି, କେବଳ ବିକ୍ରି କରିବାରେ ଲାଗି ପଡ଼ିଛନ୍ତି । ଡବଲ ଇଞ୍ଜିନ ସରକାର ଗରିବଙ୍କ ପାଇଁ ନୁହେଁ, କେବଳ ଧନୀଙ୍କ ପାଇଁ । ଦେଶର ସମ୍ବିଧାନକୁ ସମାପ୍ତ କରିବା ମୋଦିଙ୍କ ଲକ୍ଷ୍ୟ । ଧର୍ମ ନାଁରେ ବିଭାଜନ ରାଜନୀତି କରୁଛି ବିଜେପି ।ଏମିତି କହି ବିଜେପିକୁ ଟାର୍ଗେଟ୍ କରିଛନ୍ତି ଏଆଇସିସି ଅଧ୍ୟକ୍ଷ ।

ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମଲ୍ଲିକାର୍ଜ୍ଜୁନ ଖଡଗେ। ୪ରୁ ୫ଜଣ ଶିଳ୍ପପତୀ ଓଡ଼ିଶାକୁ ଚଳାଉଛନ୍ତି। ଆଦିବାସୀ ଓ ଦଳିତଙ୍କୁ ଏଠି ଅଣଦେଖା କରାଯାଉଛି। ତୁମେ ଯଦି ନିଜ ଅଧିକାର ପାଇଁ ଳଢିବନି ତେବେ ତୁମେ ମରିବ। ଗଞ୍ଜାମ ଦଳିତଙ୍କୁ ମାଡ଼ ଘଟଣା ଉଠାଇଲେ । ଲଣ୍ଡା କରି ମାଡ଼ ଘଟଣାରେ ଉଦବେଗ୍ ପ୍ରକାଶ କଲେ ଖଡଗେ। କହିଲେ ବିଜେପି ସରକାରରେ ଦଳିତଙ୍କ ଅବସ୍ଥା ଏପରି। ଏଠି ମହିଳାଙ୍କ ଉପର ଅତ୍ୟାଚାର ବଢିଛି। ଏହା ବିରୁଦ୍ଧରେ ଲଢେଇ କରନ୍ତୁ। ଏହା ବିରୁଦ୍ଧରେ ଲଢେଇ କଲେ ଲୋକ ଜାଗ୍ରତ ହେବେ। ନିଜ ଅଧିକାର ପାଇଁ ଲଢ଼ିବାକୁ ହେବ ବୋଲି AICC ଅଧ୍ୟକ୍ଷ କହିଛନ୍ତି। 

Advertisment

ଏପଟେ ରାଜ୍ୟ ସରକାରଙ୍କୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସିଧା ନିଶାନା। ଲୋକଙ୍କଠାରୁ ଚୋରି କରିବା କାମ ଏଠିକାର ସରକାର କରୁଛି, ପୂର୍ବରୁ ବିଜେଡି ସରକାର କରୁଥିଲା, ଆଉ ଏବେ ବର୍ତ୍ତମାନର ସରକାର। ଏଥିସହ ବିଜେପି ସମ୍ବିଧାନ ଉପରେ ହମଲା କରୁଛି ବୋଲି ଭୁବନେଶ୍ବରରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେଇ ଏଭଳି ବର୍ଷିଛନ୍ତି ରାହୁଲ ଗାନ୍ଧି। ଏଥିସହ ଅନେକ ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ସରକାର ବିରୋଧରେ ଏହି ଲଢେଇ ଜନତାଙ୍କ ସହିତ ମିଶି ଜିତି ପାରିବ କଂଗ୍ରେସ। ମହାରାଷ୍ଟ୍ର ଭଳି ବିହାରରେ ଭୋଟର ଲିଷ୍ଟ ଚୋରି ହୋଇଛି।

ସେହିପରି ଓଡ଼ିଶାରେ ଜଳ ଜଙ୍ଗଲ ଜମି ଆଦିବାସୀଙ୍କର ଥିଲା ତାହା ରହିବ। ପେସା ଆଇନ୍ ଲାଗୁ ନକରି ଆଦିବାସୀଙ୍କୁ ଏଠାରୁ ହଟେଇ ଦିଆଯାଉଛି। ଏମିତିକି ରଥଯାତ୍ରା ବେଳେ ଏକ ଡ୍ରାମା ହେଲା। ଆଦାନୀଙ୍କ ପରିବାର ପାଇଁ ରଥକୁ ଅଟକାଇ ଦିଆଗଲା ବୋଲି ରାହୁଲ କହିଛନ୍ତି। ଏବେ ଓଡ଼ିଶାରେ ୪୦ ହଜାର ମହିଳା ନିଖୋଜ ଅଛନ୍ତି। କିନ୍ତୁ ସରକାରଙ୍କ ଏନେଇ କିଛି ଯାଏ ଆସେ ନାହିଁ। ଆମେ ତେଲେଙ୍ଗାନାରେ ଜାତି ଜନଗଣନା କରାଇଲୁ। ଭଲ ରେଜଲ୍ଟ ଆସିଲା। ଓଡ଼ିଶାରେ ପଛୁଆ ବର୍ଗ ଅବହେଳିତ। ମୁଁ ଭକ୍ତ ଦାସଙ୍କୁ କହିଛି ଲୋକଙ୍କୁ ବୁଝାଅ, ଜାତି ଜନଗଣନା କେତେ ଗୁରୁତ୍ୱପୂର୍ଣ୍ଣ। ବିଜେପି ସରକାର ଡ୍ରାଇଭର୍ ସଂଘ ଉପରେ ଚାପ ପକାଇ ଡରାଇଲେ। ହେଲେ ମୁଁ ଧନ୍ୟବାଦ ଦେଉଛି ସେମାନେ ଏହି କାର୍ଯ୍ୟକ୍ରମକୁ ସଫଳ କଲେ। ଡ୍ରାଇଭର୍ ସଂଘର ସମସ୍ତ ଦାବି ପୂରଣ ହେବା ଦରକାର ବୋଲି କହିଛନ୍ତି ରାହୁଲ।

ଅଧିକ ପଢ଼ନ୍ତୁ: କଂଗ୍ରେସ ସଭା ପାଇଁ କୋହଳ, ଜନତାଙ୍କ ପାଇଁ କଠୋର କାହିଁକି 

BJP Congress Mallikarjun Kharge BJP Odisha
Advertisment
Related Articles
Advertisment